ଆପଣ ମାନେ ସମସ୍ତେ ଜାଣିଥିବେ କି ସେ ମଣିଷ ହେଉ ଵା ପଶୁ ପକ୍ଷୀ ଆଉ ଗଛ ଲତା, ସମସ୍ତଙ୍କ ପାଇଁ ପାଣି ର ଆବଶ୍ୟକତା ରହିଛି | ଜୀବ ଜଗତ ବଞ୍ଚି ରହିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ ହୋଇଥାଏ | ସେହି ପାଣି ମଣିଷ ମାନଙ୍କ ପାଇଁ କେବଳ ଖାଦ୍ୟ ହେବେ ଜ ସବୁ ସେମାନଙ୍କ ଶରୀରକୁ ମିଳିଯିବ ତାହା ନୁହଁ ଖାଦ୍ୟ ସହିତ ପାନୀୟ ଜଳ ର ମଧ୍ୟ ଆବଶ୍ୟକତା ରହିଛି | ତାହେଲେ ଆସନ୍ତୁ ଆଜି ଆମେ ଆଲୋଚନା କରିବା ଜଣେ ମଣିଷ ସୁସ୍ଥ ରହିବା ପାଇଁ ହେଲେ କେତେ ଲିଟର ପାଣି ଦିନକୁ ଆବଶ୍ୟକ ହୋଇଥାଏ |
ସାଧାରଣତଃ ଆମେ ଦେଖିଥାଉ କି ଜଣେ ମଣିଷ ପାଇଁ ଖାଦ୍ୟ ଓ ପାନୀୟ ର ଆବଶ୍ୟକତା ଥିଲେ ମଧ୍ୟ , କେବଳ ଜଳ କୁ ପିଇ କି ମଧ୍ୟ ଲୋକେ କିଛି ଦିନ ବଞ୍ଚି ପାରିଥାନ୍ତି | ତେବେ ବେଳେ ବେଳେ ଲୋକ ମାନେ କୁହନ୍ତି କି ଯେତେ ପାଣି ପିଇବା ଆମ ଶରୀର ପାଇଁ ସେତେ ଭଲ ହୋଇଥାଏ ଯାହା ଯୋଗୁଁ ଆମେ ମାନେ ଦରକାର ଠୁ ଅଧିକ ପାଣି ମଧ୍ୟ ବେଳେ ବେଳେ ପିଇ ଦେଇଥାଉ |
ଆଉ ଦିନକୁ 10 ଲିଟର ରୁ ଅଧିକ ପାଣି ମଧ୍ୟ ପିଇ ଥାଉ ଯାହା ଆମ ଶରୀର ପାଇଁ ଭଲ ହୋଇ ନଥାଏ , ଏହା ଯୋଗୁଁ ଆମ ଶରୀର ମଧ୍ୟ ଖରାପ ହୋଇଥାଏ | ତେଣୁ ଆମର ଯେତିକି ଦରକାର ଅର୍ଥାତ ଆବଶ୍ୟକ ମୁତାବକ ପାଣି ପିଇବା ଯୋଗୁ ଆମର ସମସ୍ତ ପ୍ରକାରର ଅସୁବିଧା ଦୂର ହୋଇଥାଏ |
ତେବେ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଦିନ କୁ ଜଣେ ସୁସ୍ଥ ମନୁଷ୍ୟ ପାଇଁ 2-2.50 ଲିଟର ପାଣି ପିଇବା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ | ଯାହା ଯୋଗୁଁ ଆମ ଶରୀରରେ କିଛି ବି ଅସୁବିଧା ଦେଖା ଜୀବନକ ଓ ଆମର ଶରୀର ସୁସ୍ଥ ରହିବ | ଏହା ବ୍ୟତୀତ କାର୍ଯ୍ୟ ଅନୁସାରେ ପାଣି ପିଇବା ଆବଶ୍ୟକ ଅର୍ଥାତ ଯଦି ଜଣେ ବିଳରେ କାମ କରୁଛି ଵା ଜିମ କୁ ଯାଉଛି ତାହେଲେ ଅଧିକ ପାଣି ଆବଶ୍ୟକ ,ଆଉ ଯିଏ ଅଫିସ ଵା ଘରେ ରହୁଛି ତା ପାଇଁ ନର୍ମାଲ ଯେତିକି ଜଳ ପିଇବା କଥା ପିଇବେ |
ତାହା ବ୍ୟତୀତ କୁହା ଯାଏ କି ଖାଦ୍ୟ ଖାଇସାରିଲା ପରେ ପାଣି ପିଇବା ଭଲ ନୁହଁ, ଏହା ସମ୍ପୂର୍ଣ୍ଣ ଠିକ ଅଟେ କାରଣ ଆମର ଖାଦ୍ୟ ହଜମ ହେବା ପାଇଁ ଏସିଡ ସାହାଯ୍ୟ କରିଥାଏ | ତେଣୁ ଯଦି ଆମେ ଖାଇ ସାରିଲା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ତାହେଲେ ତାହା ଆମ ହଜମ ରେ ବାଧା ସୃଷ୍ଟି କରିଥାଏ, ଆହୁରି ମଧ୍ୟ କୁହା ଯାଇଛି କି ରାତିରେ ବେଶୀ ପାଣି ପିଇବା ଭଲ ନୁହଁ | ତେଣୁ ଏହି ଭଳି ଭାବରେ ଯଦି ଆମେ ପାଣି ପିଇବା, ତାହେଲେ ସ୍ୱାସ୍ଥ୍ୟ ଜଣିତ ସମସ୍ୟା କିଛି ଟା ଦୁରେଇ ଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।