ଦେଖନ୍ତୁ Shocking ଭିଡ଼ିଓ : ସାମ୍ନାକୁ ଆସିଲା CCTV ଫୁଟେଜ… ଏମିତି ଦୁର୍ଘଟଣା ଜୀବନରେ କେବେ ବି ଦେଖି ନଥିବେ…

ଆମେ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ, କେତେ ବେଳେ ଭଲ ଖବର ଆସି ପହଞ୍ଚି ଥାଏ ତ ପୁଣି କେତେ ବେଳେ ଖରାପ ଖବର ଆସି ପହଞ୍ଚି ଥାଏ ଯାହାକି ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ଏବେ ଏବେ ବଡ଼ ଦୁଃଖ ର ଖବର ଆସି ପହଞ୍ଚିଛି କି ଭାରତୀୟ କ୍ରିକେଟ ଦଳର ବ୍ୟାଟସ ମ୍ୟାନ ରିସଭ ପନ୍ତ ଦିଲ୍ଲୀ ରୁ ଘରକୁ ଫେରୁ ଥିବା ସମୟରେ କାର ଦୁର୍ଘଟଣା ର ସମ୍ମୁଖୀନ ହୋଇଛନ୍ତି | ଏହି କାର ଦୁର୍ଘଟଣା ରେ ରିସଭ ପନ୍ତ ଅନେକ ଆହାତ ହୋଇଛନ୍ତି ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ରିସଭ ଙ୍କ କାର ରାଲିଂ ସହିତ ମୁହାଁମୁହିଁ ଧକ୍କା ହେବା ପରେ କାର ରେ ନିଆଁ ଲାଗି ଯାଇ ଥିଲା |


ତେବେ ଏହା ପୂର୍ବରୁ ରିସଭ କାର ରୁ ଓହ୍ଲାଇ ଯାଇ ଥିଲେ | ସେଠାରେ ଉପସ୍ଥିତ ଲୋକ ଙ୍କ କହିବା ଅନୁଯାଇ ନିଆଁ କୁ ବହୁତ କଷ୍ଟ ରେ ନିୟନ୍ତ୍ରଣ କରାଯାଇ ଥିଲା | ଖବର ଅନୁଯାଇ ରିସଭ ଦିଲ୍ଲୀ ରୁ ଘରକୁ ଫେରୁ ଥିଲେ, ରୁରକିର ର ହାମଦପୁର ଝାଲ ରେ ଟର୍ନିଙ୍ଗ ପଏଣ୍ଟ ରେ ସେଠାରେ ହିଁ କାର ଦୁର୍ଘଟଣା ର ସମ୍ମୁଖୀନ ହୋଇ ଥିଲା | ରିସଭ ଙ୍କ ବିଏମଡବ୍ଲୁ କାର ଦୁର୍ଘଟଣା ଯୋଗୁଁ ବହୁତ ଭୟଙ୍କର ଦେଖା ଯାଉଥିଲା | ତେବେ ଏହି ଦୁର୍ଘଟଣା ରେ ରିସଭ ପନ୍ତ ଙ୍କ ପିଠି, କପାଳ ଓ ଗୋଡ଼ ରେ ବହୁତ ଜୋର ରେ ଆଘାତ ଲାଗିଛି |


ସୂଚନା ଅନୁଯାଇ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ଆଉ ତାଙ୍କୁ ଗୁରୁତର ଅବସ୍ଥା ରେ ଦିଲ୍ଲୀ ହସ୍ପିଟାଲ କୁ ନିଆ ଯାଇଛି | ତେବେ ଜଣା ପଡ଼ିଛି କି ରିସଭ ପନ୍ତ ତାଙ୍କ ମା ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀ ରୁ ଉତ୍ତରାଖଣ୍ଡ ଯାଉ ଥିଲେ | ଆଉ ଭୋର ସମୟ ରେ ଯାଉ ଥିବା ସମୟ ରେ ତାଙ୍କର ଏଭଳି ଭୟଙ୍କର ଦୁର୍ଘଟଣା ହୋଇ ଥିଲା |

 

ତାଙ୍କ ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି, ସକାଳେ ଆସୁଥିବା ସମୟରେ ବୋଧ ହୁଏ ତାଙ୍କ ଆଖି ଲାଗି ଯାଇଛି ଯାହା ଫଳରେ ଏମିତି ଘଟି ଯାଇଛି | ହସ୍ପିଟାଲ ରେ ପହଞ୍ଚିବା ପରେ ତାଙ୍କର କେମିତି ଆକ୍ସିଡେଣ୍ଟ ହୋଇ ଥିଲା ସେହି ବିଷୟରେ ସେ ସମସ୍ତ ଙ୍କୁ ଜଣାଇ ଥିଲେ | ରିସଭ ଙ୍କ ଡ଼କ୍ଟର ଙ୍କ କହିବା ଅନୁଯାଇ ରିସଭ ଙ୍କୁ ଠିକ ହେବା ପାଇଁ 6 ମାସ ରୁ 1 ବର୍ଷ ପର୍ଯ୍ୟନ୍ତ ସମୟ ଲାଗିବ | ତେବେ ଏହି ଖବର ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଧରିଛି |

Leave A Reply

Your email address will not be published.