ମନା କଲା ଟୁଙ୍ଗୁରୁ ବର୍ଷାର ଭାଙ୍ଗିଲା ମନ ,ଭଙ୍ଗା ମନ ନେଇ ପ୍ରଥମ ସ୍ୱାମୀ ଘରକୁ ଫେରିଲା ବର୍ଷା ଭୋଳ

ଆପଣମାନେ ଯେତେବେଳେ ବର୍ତ୍ତମାନ ଫୋନ ଧରିଛନ୍ତି କେବଳ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଙ୍କ ଖବର ହିଁ ଦେଖିବାକୁ ପାଇବେ।ବର୍ତ୍ତମାନ ଏଇ ଦୁଇ ଜଣଙ୍କୁ ସମସ୍ତେ ଜାଣି ସାରିଲେଣି।ବର୍ଷା ଥାନାକୁ ଆସି ଟୁଙ୍ଗୁରୁ ନାମରେ ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ସେ ଟୁଙ୍ଗୁରୁ ଭୋଳ ଙ୍କୁ ହିଁ ବାହା ହେବେ।ସେ ଆଉ କାହାକୁ ବାହା ହୋଇପାରିବେ ନାହିଁ ଏବଂ ଥାନାରେ ବର୍ଷା ହାତରେ ଶଙ୍ଖା ସିନ୍ଦୂର ଆଉ ଫୁଲମାଳ ଧରି ବସିଥିଲେ।ସେ ଗଣମାଧ୍ୟମ ସାମ୍ନାରେ କହିଥିଲେ ଯେ ଟୁଙ୍ଗୁରୁ ଆଉ ଜଣେ ଝିଅ ସହିତ ନିର୍ବନ୍ଧ କରୁଛି।ତାଙ୍କ ବାପା ମା ଅନ୍ୟ ଝିଅ ସହିତ ବାହାଘର କରାଉଛନ୍ତି।କିନ୍ତୁ ଟୁଙ୍ଗୁରୁ ବାହା ହେବାପାଇଁ ଚାହୁଁଛନ୍ତି।

ଟୁଙ୍ଗୁରୁ ତାଙ୍କୁ ଆଇ ଲଭ୍ ୟୁ କହିଥିଲେ ଆଉ ଗୋଲାପ ଫୁଲ ମଧ୍ୟ ଦେଉଥିଲେ।ଦିନରାତି ଭଲ ପାଆନ୍ତି ବୋଲି କହୁଥିଲେ।ସେଥିପାଇଁ ବର୍ଷା ତାଙ୍କ ସ୍ବାମୀ ଆଉ ଦୁଇ ଜଣ ପୁଅଙ୍କୁ ଛାଡ଼ିଦେଇ ଟୁଙ୍ଗୁରୁ ପାଖକୁ ଚାଲି ଆସିଥିଲେ।ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି ବୋଲି କହିଛନ୍ତି।କିନ୍ତୁ ଯେତେବେଳେ ଟୁଙ୍ଗୁରୁ ଙ୍କୁ ଏହି ବିଷୟରେ ପଚରା ଯାଇଥିଲା ସେ ସମ୍ପୂର୍ଣ ଭାବରେ ମନା କରି ଦେଇଥିଲେ।କହିଥିଲେ କି ବର୍ଷା ଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ।ବର୍ଷା ଯାହା କହୁଛନ୍ତି ମିଛ କହୁଛନ୍ତି।ଏହାପରେ ଦୁଇ ଜଣ ଏମିତି ଭାଇରାଲ୍ ହେଲେ ଯେ ତାଙ୍କୁ ଅଭିନୟ କରିବା ପାଇଁ ଆଉ ଗୀତ ଗାଇବା ପାଇଁ ମଧ୍ୟ ସୁଯୋଗ ମିଳିଥିଲା। ବର୍ଷା ଆଉ ଟୁଙ୍ଗୁରୁ ଆଲବମ କରୁଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

ଆଉ ଏବେ ବର୍ଷା ର ମନ ବଦଳି ଯାଇଛି। ଟୁଙ୍ଗୁରୁ ଭୋଳ ବର୍ଷା କୁ ଭଲ ପାଏ ନାହିଁ, ତାକୁ ବାହା ହେବ ନାହିଁ ବୋଲି କହିବାରୁ ବର୍ଷା ଏବେ ତାର ପ୍ରଥମ ସ୍ୱାମୀ ଙ୍କ ଘରକୁ ଫେରିଛନ୍ତି। ଆଉ ସେଠାରେ ତାଙ୍କୁ ଲୋକେ ବିରୋଧ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

ତେବେ କଥାରେ ଅଛି ଭୁଲ ଥିଲେ କ୍ଷମା ଅଛି। ଯଦି ବର୍ଷା ତାର ଭୁଲ ବୁଝି ପାରିଛନ୍ତି ,ଯଦି ଭୁଲ ବୁଝିପାରି ସ୍ୱାମୀ, ପିଲା ଛୁଆ ପାଖକୁ ଫେରି ଆସିଛନ୍ତି ,ଭାଙ୍ଗିଲା ସଂସାର କୁ ଗଢ଼ିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ତାକୁ ବିରୋଧ ନକରିବା ପାଇଁ କିଛି ୟୁଜର୍ସ ମାନେ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଯେତେବେଳେ ବର୍ଷା ତାର ସ୍ୱାମୀ ଘରକୁ ଫେରିଛନ୍ତି ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.