Viral ଭିଡ଼ିଓ- ବାହାଘର ପରେ ପ୍ରାଇଭେଟ ପାର୍ଟରେ ଦାଗ ଦେଖି ସ୍ତ୍ରୀ କୁ ଛାଡିଲା ସ୍ୱାମୀ ! ଏନେଇ, ମହିଳା କଣ କହୁଛନ୍ତି ଦେଖନ୍ତୁ video ..

ଆପଣ ତ ଜାଣିଛନ୍ତି ଆଜିକାଲି ର ସମାଜ ରେ ସ୍ୱାମୀ ଓ ସ୍ତ୍ରୀ ଙ୍କର ସମ୍ପର୍କ କୁ ନେଇ କେତେ ଯେ ଘଟଣା ସାମ୍ନା କୁ ଆସୁଛି ଯାହାକି ବେଳେ ବେଳେ ଖୁବ ନିନ୍ଦନୀୟ ଘଟଣା ମଧ୍ୟ ହୋଇ ଥାଏ | ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କେତେ ଯେ ମଧୁର ଓ ପବିତ୍ର ହୋଇ ଥାଏ ଯାହାକି ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ | ଜଣେ ମହିଳା ବିବାହ କରି ସାରିବା ପରେ ତାର ସ୍ୱାମୀ କୁ ହିଁ ଇହକାଳ ଓ ପରକାଳ ର ଦେବତା ବୋଲି ମାନି ଥାଏ ଆଉ ବିଶ୍ୱାସ ର ସହ ତାଙ୍କ ହାତ ସାରା ଜୀବନ ପାଇଁ ଧରି ଥାଉ |

 


କିନ୍ତୁ ଏଭଳି କିଛି ସ୍ୱାମୀ ଅଛନ୍ତି ଯେଉଁ ମାନେ ସ୍ତ୍ରୀ କୁ କେବଳ ନିର୍ଯାତନା ଦେଇ ଜାଣିଛନ୍ତି ଆଉ ତାଙ୍କ ପ୍ରତି ଖୁବ ଲଜ୍ୟା ହୀନ କାମ କରି ଥାଆନ୍ତି | ତେବେ ପୁଣି ଥରେ ଏହି ସ୍ୱାମୀ ସ୍ତ୍ରୀ ଙ୍କୁ ନେଇ ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଠି ସ୍ୱାମୀ ସ୍ତ୍ରୀ ଠାରୁ ଦେହ ସୁଖ ନେବା ପରେ ତାକୁ ଏବେ ଦେହ ରେ ଚିହ୍ନ ଅଛି କହି ଗ୍ରହଣ କରୁ ନାହିଁ | ତେବେ ଆସନ୍ତୁ ଘଟଣା ଟି କଣ ତାହା ଉପରେ ନଜର ପକାଇବା |

ତେବେ ଏଭଳି ଏକ ନିନ୍ଦନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଭରତପୁର ବ୍ଲକ ଧାନ ମଣ୍ଡଳ ଗ୍ରାମ ରେ ଦେଖିବା ପାଇଁ ମିଳିଛି | ସେହି ଗ୍ରାମର ରାଜେନ୍ଦ୍ର ପ୍ରଜ୍ଞା ଙ୍କୁ ବିବାହ କରି ଥିଲେ, ରାଜେନ୍ଦ୍ର ପ୍ରଜ୍ଞା ଙ୍କର ସୁନ୍ଦର ଚେହେରା ଦେଖି ଭଲ ପାଇ ଥିଲେ ଆଉ ପରିବାର ଙ୍କ ସହମତି ଅନୁଯାଇ ତାଙ୍କର ବିବାହ ମଧ୍ୟ ହୋଇ ଥିଲା | ବିବାହ ପରେ ଉଭୟ ସ୍ୱାମୀ ସ୍ତ୍ରୀ ଦୁହେଁ ବେସ ଖୁସି ବାସ ରେ ମଧ୍ୟ ଥିଲେ, ଏହି ପରି ଦୁଇ ମାସ ଧରି ସବୁ ଠିକ ଥିଲା |

ଆଉ ଦୁଇ ମାସ ପରେ ଏବେ ସ୍ୱାମୀ କହିଛନ୍ତି କି ମୋ ସ୍ତ୍ରୀ ର ଦେହରେ ଦାଗ ଅଛି କେବଳ ଖାଲି ଦେହରେ ନୁହେଁ ବରଂ ପ୍ରାଇଭେଟ ଜାଗାରେ ମଧ୍ୟ ଧଳା ଦାଗ ଅଛି | ଯେଉଁଥି ପାଇଁ ଏବେ ସ୍ୱାମୀ ସ୍ତ୍ରୀ କୁ ଛାଡ଼ି ଦେଇଛନ୍ତି, କିନ୍ତୁ ସ୍ତ୍ରୀ ଙ୍କ କହିବା ଅନୁଯାଇ ସ୍ୱାମୀ ଦୁଇ ମାସ ଧରି ମୋ ସହ ଶାରୀରିକ ସମ୍ପର୍କ ରଖିଲା ଆଉ ମନ ପୁରି ଗଲା ଏହାକୁ ବାହାନା କରି ମତେ ଧୋକା ଦେଉଛି | ମହିଳା ଜଣଙ୍କ ସହ ତାଙ୍କ ଶାଶୁ ଘରେ ଆଉ କେହି ମିଶୁ ନାହାଁନ୍ତି ତାଙ୍କୁ ଏକ ଘରକିଆ କରି ଦେଇଛନ୍ତି | ଯାହାକି ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.