ଦେଖନ୍ତୁ ଭିଡ଼ିଓ : Live ମର୍ଡର ! cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ..

ଆପଣ ସୋସିଆଲ ମିଡିଆରେ ଆପଣ ମାନେ ଅନେକ ସମୟରେ ବହୁତ ଭାଇରାଲ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ । ତେବେ ସେହି ଭାଇରାଲ ଭିଡ଼ିଓ ଦେଖି କେତେବେଳେ ଆମକୁ ଖୁସି ଲାଗି ଥାଏ ତୋ ପୁଣି ତାକୁ ଦେଖି ଆମେ ଦୁଃଖ ପ୍ରକାଶ ମଧ୍ୟ କରିଥାଉ । ତେବେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଏମିତି ଭିଡ଼ିଓ ଭାଇରାଲ ହେଉଥିବା ଆମେ ଦେଖିଥାଉ । ତାହାଲେ ଏବେ ସୋସିଆଲ ମିଡିଆରେ ଠିକ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଇଛି ଯାହାକୁ ଦେଖିଲେ ଆପଣମାନେ ମନୁଷ୍ୟ ଜାତିକୁ ନିନ୍ଦା କରିବେ । ତାହାଲେ ଜାଣିବା ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ।

 

ତେବେ କୁହାଯାଇଛି ମଣିଷ ହେଉଛି ଏ ଜଗତର ସର୍ବଶ୍ରେଷ୍ଠ ପ୍ରାଣୀ। କାରଣ ମଣିଷ ପାଖରେ ହିଁ ସବୁକିଛି ବୁଝିବା ପାଇଁ ସକ୍ଷମ ଅଟନ୍ତି। କିନ୍ତୁ ସେହି ମନୁଷ୍ୟ ଯଦି କାହାକୁ ନୃସଂଶ ଭାବରେ ହତ୍ୟା କରେ ତାହେଲେ ମନୁଷ୍ୟ ଜାତିକୁ କଣ କହିବା। ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ରାଗ ଏମିତି ହେଲା ଯେ ଗୋଟିଏ ନିରୀହ କୁକୁରକୁ ଏକ ଧାରୁଆ ଅସ୍ତ୍ର ରେ ନିର୍ମମ ଭାବରେ ହତ୍ୟା କରି ଚାଲିଛି।

ବେଳେବେଳେ ମନୁଷ୍ୟ ପଶୁଠାରୁ ବି ହୀନ ହୋଇ ଯାଉଛନ୍ତି। ତେବେ ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୂର୍ବପରିଷଦ ଅନ୍ତର୍ଗତ ପ୍ରହରାଜପୁର ଗାଁ ରେ। ସୂଚନା ଅନୁସାରେ ସେହି ଗାଁର ବାବୁଲା ସିଂ ନାମକ ଜଣେ ବ୍ୟକ୍ତି ଘଟାଇଛନ୍ତି ଏପରି ଲୋମ ହର୍ଷଣକାରୀ ଘଟଣା ।

 

ଅଭିଯୋଗ ହେଉଛି କୁକୁର ଟି କାଳେ ବାବୁଲାଙ୍କ କୁକୁଡା ଓ ଗାଈ ଙ୍କୁ କାମୁଡି ଦେଇଥିଲା । ତେଣୁ ରାଗ ରଖି ସେ କୁକୁରଟିକୁ ମାରିବା ପାଇଁ ଯୋଜନା କରିଥିଲେ , ଏକ ଗଳିରେ କୁକୁର ଟିଏ ଶୋଇଥିବା ବେଳେ ଲୁଚି ଲୁଚି ଆସି ତା ପିଠିକୁ ହାଣି ଦେଇଥିଲେ । ରକ୍ତରେ ଲାଲ ହୋଇ ଯାଇଥିଲା ସେହି ସ୍ଥାନଟି , ତା ପରେ କିଛି କ୍ଷଣ ମାତ୍ରକେ ତାର ମୃତ୍ୟୁ ଘଟିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ବୁଦ୍ଦିଜିବୀ ମହଲରେ ତୀବ୍ର ନିନ୍ଦା କରାଗଲା ।ଲୋକମାନଙ୍କୁ ବହୁତ କଷ୍ଟ ଦେଇଥିଲା ଏହି ଦୃଶ୍ୟ , ଯାହାକୁ ନେଇ ପଟ୍ଟାମୁଣ୍ଡାଇ ୱାର୍ଡ ନମ୍ୱର ୧୧ ବାସିନ୍ଦା ମହମ୍ମଦ ପପୁ ଅଭିଯୁକ୍ତ ବାବୁଲାଙ୍କ ବିରୋଧରେ ଥାନାରେ ଏତେଲା ଦେଇଥିଲେ ।

 

ଅଭିଯୋଗକୁ ଆଧାର କରି ପଟ୍ଟାମୁଣ୍ଡାଇ ପୋଲିସ ବାବୁଲା ସିଂ ଙ୍କୁ ଗିରଫ୍ କରିଥିଲା । ମଣିଷ ଜଣେ ଚିନ୍ତାଶୀଳ ବ୍ୟକ୍ତି ହୋଇଥିଲେ ସୁଦ୍ଧା ଏମିତି ଏକ ଲୋମ ହର୍ଷଣକାରୀ କାର୍ଯ୍ୟ କରିବାକୁ ପଛେଇ ନାହାନ୍ତି । ସତରେ ମଣିଷ ନିଜର ସ୍ୱାର୍ଥ ପାଇଁ କିଛି ବି କରିପାରେ , ଅତି ନିମ୍ନ ସ୍ତରକୁ ମଧ୍ୟ ଚାଲି ଯାଇପାରେ ।

Leave A Reply

Your email address will not be published.