OMG ! ଇଣ୍ଡୋନେସିଆରେ ଜବରଦସ୍ତି ପିନ୍ଧେଇଲେ ଲୁଙ୍ଗି… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ | Dr Sesha Kisan 😲

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ଖୁସି ଲାଗିଥାଏ ଆଉ କେତେକ ଭିଡ଼ିଓ ଆମ ମନରେ ଦୁଃଖ ଦେଇଥାଏ ।ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ସାଇଣ୍ଟିଷ୍ଟ ଡ଼. ଶେଷ କିସାନ ଙ୍କ ବିଷୟରେ।

ତେବେ ସେ ହେଉଛନ୍ତି ଆମ ଓଡ଼ିଶାର ପୁଅ। ଯିଏକି ବର୍ତ୍ତମାନ ଜର୍ମାନୀ ରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଅଛନ୍ତି। କିଛି ଦିନ ତଳେ ହେବ ସେ ଓଡ଼ିଶା ଆସିଥିଲେ। ଆଉ ତାଙ୍କ ବିବାହ ମଧ୍ୟ ଓଡ଼ିଶାରେ ହୋଇଥିଲା। ବିବାହ ପରେ ୟୁଟ୍ୟବ ଭିଡିଓ ଆରମ୍ଭ କରିଛନ୍ତି।ଶେଷ କିସାନ ବର୍ତମାନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ସ୍ତ୍ରୀ ଙ୍କ ସହିତ ବୁଲିବା ପାଇଁ ଯାଇଛନ୍ତି।


ଶେଷ କିସାନ ଙ୍କ କାହାଣୀ ବିଷୟରେ ଆପଣ ଜାଣିଥିବେ। ଯିଏ ଦିନେ ଦି ମୁଠା ଖାଇବା ପାଇଁ ପାଉ ନଥିଲେ, ଆଜି ସେ ବହୁତ ସଂଘର୍ଷ ପରେ ଜଣେ ବୈଜ୍ଞାନିକ ଭାବରେ ପରିଚିତ। ଆଉ ଆଜି ସେ ପ୍ରାୟ ୩୦ ଲକ୍ଷ ଟଙ୍କା ର ଏକ ମହଲା କୁ ଦାନ କରି ଦେଇଛନ୍ତି।

ତେବେ ସେ କହିଛନ୍ତି କି , ପିଲା ଦିନ ରୁ ସେ ତାଙ୍କର ବାପା ମା ଙ୍କୁ ହରେଇ ଥିଲେ ଆଉ ନିଜେ ବଞ୍ଚିବା ପାଇଁ ଜଣେ ଶ୍ରମିକ ଭାବ ରେ ମୂଲ ଲାଗୁଥିଲେ।ଆଉ ସେ ମୂଲ ଲାଗି ନିଜ ପାଠ ପଢା ଆରମ୍ଭ କରିଥିଲେ ମାତ୍ର ଏହିଭଳି ପାଠ ପଢିଲେ କି ସେ ବର୍ତ୍ତମାନ ଜର୍ମାନ ର ଏକ ବୈଜ୍ଞାନିକ ପଦ ରେ ନିଯୁକ୍ତ ଅଟନ୍ତି।ତେବେ ବର୍ତ୍ତମାନ ତାଙ୍କର ନୂଆ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ସେଠାରେ ଡାକ୍ତର ଶେଷ କିସାନ ଓ ତାଙ୍କର ସ୍ତ୍ରୀ ଜୟଶ୍ରୀ ଙ୍କୁ ଏକ ନୂଆ ରୂପ ରେ ଆପଣ ଦେଖିବା କୁ ପାଇବେ।

ତେବେ ଭିଡ଼ିଓ ରେ ଦେଖା ଯାଇଛି ଯେ ଶେଷ କିସାନ ପତ୍ନୀ ଙ୍କ ସହ ଇଣ୍ଡୋନେସିଆ କୁ ବୁଲିବା ପାଇଁ ଯାଇଛନ୍ତି ।ତେବେ ସେଠାରେ ସେମାନେ ପ୍ରଥମେ ଗୋଟିଏ ରିଜର୍ଟ କୁ ବୁଲିବା ପାଇଁ ଯାଇଛନ୍ତି ଯେଉଁ ଠାରେ ଜୟଶ୍ରୀ ଖୁବ ମଜାମସ୍ତି କରୁଛନ୍ତି ଆଉ କିସାନ ମଧ୍ୟ ଭିନ୍ନ ଭିନ୍ନ ଜିନିଷ ପତ୍ର ବିଷୟ ରେ ସମସ୍ତ ଙ୍କୁ ଜଣେଇଛନ୍ତି।ତେବେ ଏହା ପରେ ଦେଖା ଯାଇଛି କି ସେହି ଇଣ୍ଡୋନେସିଆ ର ଅନ୍ୟ ଏକ ପ୍ଲେସ କୁ ସେମାନେ ବୁଲିବା ପାଇଁ ଯାଇଛନ୍ତି ଆଉ ସେଠାରେ ଉଭୟ ବାଇଗଣୀ ରଙ୍ଗ ର ଲୁଙ୍ଗି ପିନ୍ଧିଛନ୍ତି। ତେବେ ଉଭୟ କିସାନ ଓ ଜୟଶ୍ରୀ ଙ୍କୁ ଆପଣ ଦେଖିବେ ସେମାନେ ସେଠାରେ ଲୁଙ୍ଗି ପିନ୍ଧି ଛନ୍ତି ଏବଂ ଲୁଙ୍ଗି ସହ ବହୁତ ମଜା ମସ୍ତି କରିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

Leave A Reply

Your email address will not be published.