ମୁହଁର କଳା ପରସ୍ତ ହଟି ମୁହଁ ଗୋରା ଚିକ୍କଣ ହୋଇଯିବ | ମାତ୍ର 3 ଦିନ ଭିତରେ ସବୁ କଳା ଦାଗ ଗାୟଫ୍ ହୋଇ।ଯିବ….

ଆଜିକାଲି ର ଯୁଗରେ ସମସ୍ତେ ପ୍ରାୟ ସୁନ୍ଦର ଦେଖା ଯିବା ପାଇଁ ଚାହିଁ ଥାଆନ୍ତି କାରଣ ନିଜ ସୁନ୍ଦରତା ଦ୍ୱାରା ହିଁ ସାମ୍ନା ବ୍ୟକ୍ତି ଙ୍କୁ ଆକର୍ଷିତ କରାଯାଇ ପାରେ | ତେବେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ମୁହଁରେ ଗ୍ଲୋ ଆଣିବା ପାଇଁ କିମ୍ବା ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାର ର କ୍ରିମ, ଫେସୱାସ, ସାବୁନ ଆଦି ବ୍ୟବହାର କରି ଥାଆନ୍ତି | କିନ୍ତୁ ଏହିସବୁ କେମିକାଲ କ୍ରିମ ମାତ୍ର କିଛି ଦିନ ପାଇଁ ମୁହଁରେ ଚମକ ଆଣି ଥାଏ ଏବେ ସୁନ୍ଦର ଦେଖା ଯାଇଥାଏ |

କିନ୍ତୁ ପରେ ପରେ ମୁହଁରେ ଇମଫେକସନ ହୋଇ ମୁହଁ କଳା ପଡ଼ିବା ସହିତ ମୁହଁରେ ଲାଲ ଲାଲ ହୋଇ ଘା ମଧ୍ୟ ହୋଇ ଯାଏ | ତେବେ ଆଜିକାଲି ର ଯୁଗରେ ପ୍ରାୟତଃ 15 ରୁ 16 ବର୍ଷ ବୟସ ହୋଇ ଗଲେ ମୁହଁରେ ବ୍ରଣ ହେବାର ଦେଖା ଯାଉଛି ଯାହାକି ପୁଅ ମାନଙ୍କ ଅପେକ୍ଷା ଏହା ଝିଅ ମାନଙ୍କ ମୁହଁରେ ଅଧିକ ଦେଖା ଯାଉଛି | ଏହାକୁ ନେଇ ସମସ୍ତେ ଉପାୟ ଖୋଜି ଥାଆନ୍ତି କି କିଭଳି ସେମାନେ ତାଙ୍କ ମୁହଁକୁ ଗ୍ଲୋ କରି ପାରିବେ | ତେବେ ଆଜି ଏଭଳି କିଛି ଉପାୟ କଥା କହିବୁ ଯାହାଦ୍ୱାରା ଆପଣଙ୍କ ମୁହଁ ଗ୍ଲୋ କରିବ |

ପ୍ରଥମ ସ୍ଟେପ :-

 


ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଆଉ ସେଥିରେ ଏକ ଚାମଚ ଅଟା ନିଅନ୍ତୁ, ଏହାପରେ ଦୁଇ ରୁ ଅଢେଇ ଚାମଚ କଞ୍ଚା କ୍ଷୀର ନିଅନ୍ତୁ | ଏହି ଅଟା ଆମ ମୁହଁରେ ଲଗାଇବା ଦ୍ୱାରା ଆମ ଫେସ ରେ ଯେତିକି ବି ଅପରିଷ୍କାର ପଦାର୍ଥ ଓ ତେଲ ସବୁରହିଛି ସବୁ ବାହାର କରି ଦେବ | ତେବେ ଏହି ଅଟା ଓ କଞ୍ଚା କ୍ଷୀର କୁ ଗୋଳାଇ ନିଜ ମୁହଁରେ ଭଲ କରି ଚାରି ଆଡେ ଲଗାନ୍ତୁ | ଏହାକୁ ଲଗାଇ ସାରିବା ପରେ ପୁଣି ମୁହଁକୁ ଭଲ ଭାବରେ ପରିଷ୍କାର କରି ଧୋଇ ଦିଅନ୍ତୁ |

ଦ୍ୱିତୀୟ ସ୍ଟେପ :-

 

ଏକ ପାତ୍ର ରେ ଏକ ଚାମଚ ଅଟା ନିଅନ୍ତୁ ଏବଂ ଅଧା ଚାମଚ ଚାଉଳ ର ଗୁଣ୍ଡ ନିଅନ୍ତୁ ଆଉ ଅଳ୍ପ କ୍ଷୀରର ସର ନଚେତ ସର ନ ମିଳିଲେ ଆପଣ ଏଥିରେ ଅଳ୍ପ କ୍ଷୀର ଏଥିରେ ପ୍ରୟୋଗ କରି ପାରିବେ | ଏହାପରେ ଏହାକୁ ଭଲ ଭାବରେ ମୁହଁରେ ଲଗାନ୍ତୁ ସେହିପରି ପୁଣି ମୁହଁକୁ ପରିଷ୍କାର କରି ଧୋଇ ଦିଅନ୍ତୁ |

ତୃତୀୟ ସ୍ଟେପ :-

ତେବେ ତୃତୀୟ ରେ ଆମେ ଏକ ମସାଜ କ୍ରିମ ପ୍ରସ୍ତୁତ କରିବା, ଏଥିରେ ପ୍ରଥମେ ଆମେ ଏକ ଚାମଚ ଅଟା, ଅଧା ଚାମଚ ଆଲବେରା ଜେଲ ଏବଂ ଅଧା ଚାମଚ ଗ୍ଲୀସେରିନ ନେବା | ଏହାକୁ ଭଲ ଭାବରେ ମିକ୍ସ କରିବା ପରେ ଆପଣଙ୍କ ମୁହଁରେ ଲଗାଇ ଦେବେ | ତେବେ ଅତି କମରେ ଆପଣ ନିଜ ମୁହଁକୁ 10 ମିନିଟ ପର୍ଯ୍ୟନ୍ତ ଏହାକୁ ଲଗାଇ ମସାଜ କରନ୍ତୁ | ମସାଜ କଲା ପରେ ଏହାକୁ ନ ଧୋଇ ଆପଣ ଏକ ଟିସୁ ର ନିଜ ମୁହଁକୁ ପୋଛି ପାରିବେ |

ଚତୁର୍ଥ ସ୍ଟେପ :-
ଏକ ଫେସ ପ୍ୟାକ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଏକ ଚାମଚ କଫି, ଏକ ଚାମଚ ଅଟା, ଅଧା ଚାମଚ ମହୁ, ଅଧା ଚାମଚ ଦହି, ଅଧା ଚାମଚ ଲେମ୍ବୁ ରସ ଏବଂ ଅଧା ଚାମଚ ବିଲାତି ର ରସ ନିଅନ୍ତୁ ଆଉ ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ | ଏହାପରେ ଏହାକୁ ନିଜ ମୁହଁରେ ଭଲ କରି ଲଗାଇ ଦିଅନ୍ତୁ ଆଉ ଲଗାଇବା ପରେ ଆପଣ ମୁହଁକୁ ଭଲ କରି ଧୋଇ ଦିଅନ୍ତୁ | ଆଉ ଶେଷରେ ମୁହଁରେ ଓଲିଭଏ ତେଲ ଲଗାଇ ଦିଅନ୍ତୁ ଦେଖିବେ ଆପଣଙ୍କ ମୁହଁ କିପରି ଗ୍ଲୋ କରିବ |

Leave A Reply

Your email address will not be published.