ବାପାଙ୍କୁ ଧରିକି ନେଲେ ଅନୁଭବ … ହଠାତ କଣ ହେଲା, ଦେଖନ୍ତୁ Video

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।ନିଜର ଦମଦାର ଅଭିନୟ ପାଇଁ କେବଳ ଓଲିଉଡ଼ ସିନେମା ଜଗତରେ ରାଜ କରୁଛନ୍ତି ଅନୁଭବ ମହାନ୍ତି। ନିଜର ଅଭିନୟକୁ ପାଇଁ ଅନୁଭବ ମହାନ୍ତି ଯେତିକି ଲୋକପ୍ରିୟ ତା ଠାରୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ତେବେ ପୁଣି ଥରେ ଚର୍ଚ୍ଚାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। କିଛି ଦିନ ଧରି ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି।

ବେଶ୍ କିଛି ଦିନ ଧରି ତାଙ୍କର କିଛି ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଠିକ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ଆଉ ଯେଉଁ ଭିଡ଼ିଓ ରେ ଅନୁଭବ କେଉଁଭଳି ଭାବରେ ତାଙ୍କର ବାପା ଙ୍କର ସେବା କରୁଛନ୍ତି ଆଉ ତାଙ୍କର ଯତ୍ନ ନେଉଛନ୍ତି ତାହା ମଧ୍ୟ ଦେଖା ଯାଉଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |


ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ସିନେମା ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଛନ୍ତି ଅଭିନେତା ଅନୁଭବ ମହାନ୍ତି। ବିଗତ ଦିନ ମାନଙ୍କରେ ଓଲିଉଡର ଏହି ସୁପରଷ୍ଟାର ଅନୁଭବ ମହାନ୍ତି ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ଘେରି ହୋଇ ରହି ଥିଲେ। ଅଭିନେତା ଅନୁଭବ ମହାନ୍ତି ତାଙ୍କ ପତ୍ନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହିତ ବିବାହ ବିଚ୍ଛେଦ ମାମଲାକୁ ନେଇ ହେଉ କି କେତେ ବେଳେ ରାଜନୈତିକ ମାମଲାକୁ ନେଇ ହେଉ ଏବଂ ଆଉ କେତେବେଳେ ତାଙ୍କ ବାନ୍ଧବୀଙ୍କୁ ନେଇ ବେଶ୍ ଚର୍ଚ୍ଚାରେ ରହି ଆସିଛନ୍ତି ଅନୁଭବ।

 

ତେବେ ଏହି ସବୁ ବିବାଦ ମଧ୍ୟରେ ଘାଣ୍ଟି ହେବା ପରେ ପୁଣି ଥରେ ଚଳଚ୍ଚିତ୍ର ଜଗତକୁ ଫେରି ଆସିଛନ୍ତି ସୁପରଷ୍ଟାର ଅନୁଭବ। ‘ଲଭ ଇନ ଲଣ୍ଡନ’ ମାଧ୍ୟମ ରେ ପୁଣି ଥରେ ପରଦା ଉପରେ ନଜର ଆସିବେ ଅନୁଭବ।ଆଉ ତାଙ୍କର ନୂଆ ସିନେମାର ସୁଟିଂ ଲଣ୍ଡନରେ ସରିବା ପରେ ସେ ଏବେ ନିଜ ଘରକୁ ଫେରି ଆସିଛନ୍ତି ଏବଂ ନିଜ ବାପାଙ୍କର ସେବା କରୁଥିବାର ଭିଡ଼ିଓ ଏବଂ ଫୋଟ ଭାଇରାଲ ହେଉଛି।

ଆଉ ଯେଉଁ ଭିଡ଼ିଓରେ ଦେଖିବାକୁ ମିଳିଛି କି ଅନୁଭବ ଘରେ ପହଞ୍ଚିବା ପରେ ତାଙ୍କର ବାପାଙ୍କର ଯତ୍ନ ନେଉଛନ୍ତି । ଆଉ ତାଙ୍କ ବାପା ଚେୟାର ରେ ବସିଛନ୍ତି ଏବଂ ବାପାଙ୍କର ଦେହ ଖରାପ ଥିବାରୁ ସେ ତାଙ୍କର ସେବା କରିବା ସହିତ ତାଙ୍କର ଗୋଡ଼ ଆଉ ହାତ କୁ ଚିପି ଦେଉଥିବାର ଦେଖିବାକୁ ମିଳିଥିଲା | ତାହା ସହିତ ମୁଣ୍ଡ କୁ ମଧ୍ୟ ସୁନ୍ଦର ଭାବରେ ମସାଜ କରୁଛନ୍ତି । ଏହାଛଡ଼ା ତାଙ୍କର ପ୍ରେସର ମଧ୍ୟ ଚେକ କରିବା କଥା କହୁଥିଲେ ଅନୁଭବ ମହାନ୍ତି | ତାହା ପରେ ତାଙ୍କର ବାପା ଙ୍କୁ ଧରି ଧରି ଘର ଭିତରକୁ ନେଇ ଯାଇଥିଲେ ଦେଖାଯାଇଛି । ଏହାପରେ ଦୀପ ଜାଳି ତାଙ୍କର ବାପା ଙ୍କ ହାତରେ ଧରାଇବା କଥା ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

Leave A Reply

Your email address will not be published.