ବାସ୍ତବରେ ଯେତେବେଳେ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ସିନେମା ର କଳାକାର ମାନେ ତାଙ୍କର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେଥିପାଇଁ ଫ୍ୟାନ୍ ମାନେ ତାଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହା ବ୍ୟତୀତ ସେମାନଙ୍କ ଜୀବନ ଶୈଳୀ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ଅଲଗା ହୋଇ ଥାଏ। ସେମାନେ ତାଙ୍କର କ୍ୟାରିୟର ଅଭିନୟ ଜଗତରୁ ଆରମ୍ଭ କରିଥାଏ ଏବଂ ସେହି ଅଭିନୟ କରି କରି ସେମାନଙ୍କ ଜୀବନ କେତେବେଳେ ବିତି ଯାଇଥାଏ, ସେମାନେ ଜାଣି ପାରନ୍ତି ନାହିଁ।
ସେମାନେ ସେମାନଙ୍କ ଅଭିନୟ ପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।କାରଣ ସେମାନେ ସେମାନଙ୍କ ର ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଇନଷ୍ଟାଗ୍ରାମ୍, ଫେସବୁକ ରେ ସେମାନଙ୍କ ର ଫ୍ୟାନ୍ ଙ୍କ ସହିତ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଦର୍ଶକ ମାନେ ସେମାନଙ୍କ ର ଅଭିନୟ କୁ ବହୁତ ପସନ୍ଦ କରିଥାନ୍ତି ।
କିନ୍ତୁ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଧରଣର ହୋଇଥାଏ ଏବଂ ଚର୍ଚ୍ଚା ର ବିଷୟ ପାଲଟି ଯାଇଥାଏ। ତେବେ ସାଉଥ୍ ଇଣ୍ଡଷ୍ଟ୍ରି ର ଚର୍ଚ୍ଚିତ କଳାକାର ରାମ ପଥେନେନିଙ୍କର ଏକ ଭିଡ଼ିଓ ଦେଖିବାକୁ ମିଳିଛି। ଆଉ ଏହି ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ମୁଖ୍ୟ ଭୂମିକାରେ ରାମ ପଥେନେନି ଓ ତାଙ୍କ ସହିତ କୀର୍ତ୍ତି ସେଠି ଙ୍କର ଏକ ନୂଆ ଫ୍ଲିମ ବିଷୟରେ କୁହାଯାଇଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ବର୍ତ୍ତମାନ ସମସ୍ତଙ୍କର ଅତି ପ୍ରିୟ ଅଭିନେତା ରାମ ପଥେନେନି ଏବଂ ସୁନ୍ଦରୀ ଓ ଚୁଲବୁଲି ଅଭୁନେତ୍ରୀ କୀର୍ତ୍ତି ସେଠିଙ୍କର ଏକ ନୂଆ ଫ୍ଲିମ ଲଞ୍ଚ ହେବାକୁ ଯାଉଛି | ଆସିବାକୁ ଯାଉଛି ଏକ ନୂଆ ତେଲଗୁ ଫ୍ଲିମ ଆଉ ସେହି ଫ୍ଲିମ ଟିର ନାଁ ହେଉଛି ୱାରିଅର । ତେବେ ଏହି ଫ୍ଲିମଟି ଏକ ନୂଆ କାହାଣୀକୁ ନେଇକି ହୋଇଛି ଯାହାର ଏକ ଗୀତ ଲଞ୍ଚ ହେବାକୁ ଯାଉଛି ଯେଉଁ ଗୀତ ଟିର ନାଁ ହେଉଛି ୱଇଷ୍ଟେଲ |
ତେବେ ଦର୍ଶକ ମାନଙ୍କର ଭଲ ପାଇବା ଏହି ମୁଭି ରେ ଦେଖା ଯିବ ବୋଲି ମଧ୍ୟ କୁହାଯାଉଛି |ଏହା ସହିତ ଏହି ଫ୍ଲିମ କୁ ନେଇକି ଚାଲିଥିବା ଇଭେଣ୍ଟ ରେ ଫ୍ଲିମ ର ଏକ ଦମଦାର ସିନ କୁ ମଧ୍ୟ କୀର୍ତ୍ତି ସେଠି ମଞ୍ଚ ଉପରେ ଦେଖାଇଛନ୍ତି | ଆଉ ସେହି ଦମଦାର ସିନ ଟି ହେଉଛି ହୁଇସେଲ ମାରିବାର ସିନ | ମଞ୍ଚ ଉପରେ ସୁନ୍ଦର ଭାବରେ ହୁଇସେଲ ମାରିକି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି କୀର୍ତ୍ତି | ତେବେ ସେହି ଇଭେଣ୍ଟ ସମୟର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାକୁ ଲାଗିଛି ।