SPECIAL TIPS – ଶୀତଦିନେ ଓଠକୁ ( LIPCARE ) ନରମ ଓ ଗୋଲାପୀ କିପରି କରିବେ ଜାଣନ୍ତୁ ?

ତେବେ ବର୍ତ୍ତମାନ ହେଉଛି ଶୀତ ଦିନ ଆଉ ଏହି ଶୀତ ଦିନରେ ଗୋଡ଼ ଓ ହାତ ଫାଟିବା ସହିତ ଓଠ ଫାଟିବ ସମସ୍ୟା ମଧ୍ୟ ଦେଖା ଯାଇଥାଏ | ତେବେ ଏହି ସବୁ ସମସ୍ୟା ପାଣି କମ ପିଇବା ରୁ ହୋଇ ଥାଏ ଆଉ ଯଦି ଓଠକୁ ଆମେ ବାରମ୍ବାର ଜିଭରେ ଚାଟିବା ତେବେ ଏହାର ସମସ୍ୟା କମିବା ବଦଳରେ ଆହୁରି ବଢ଼ି ଯାଇଥାଏ | ଏହାଦ୍ୱାରା ଲୋକ ମାନେ ଅଛନ୍ତି ଯେଉଁ ମାନେ କି ପ୍ରାୟ ସମୟରେ ଓଠରେ କେମିକାଲ କ୍ରିମ ୟୁଜ କରନ୍ତୁ ଯାହାଦ୍ୱାରା ଏହା ଅଧିକ ହୋଇ ଯାଇଥାଏ | ଆଜି କିନ୍ତୁ ଏଭଳି ଏକ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ଙ୍କର ଓଠ ଫାଟିବା ଭଳି ସମସ୍ୟା ଦୂର ହୋଇଯିବ |

ଆବଶ୍ୟକୀୟ ଉପକରଣ :-

 


ଗୋଲାପ ଫୁଲ, କ୍ଷୀର ସର, ଘିଅ, ନଡ଼ିଆ ତେଲ, ଗ୍ଲିସେରିନ ଏବଂ ଭିଟାମିନ E କ୍ୟାପସୁଲ |

ପ୍ରସ୍ତୁତି ପ୍ରଣାଳୀ :-

 

 


ତେବେ ଏହି ଓଠ ଫାଟିବା ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏହାର ପ୍ରସ୍ତୁତି ଖୁବ ସହଜ ଅଟେ ଯାହାକି ବିନା ଖର୍ଚ୍ଚ ରେ ଆପଣ ଏହାର ପ୍ରସ୍ତୁତି କରି ପାରିବେ | ତେବେ ଏହି ଉପଚାର ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଦେଶୀ ଗୋଲାପ ଫୁଲ ନିଅନ୍ତୁ ଆଉ ତାର ପାଖୁଡା କୁ ଭଲ ଭାବରେ ଧୋଇ ଦିଅନ୍ତୁ | ଏହାପରେ ସେହି ଧୋଇ ଥିବା ପାଖୁଡା କୁ ଛେଚି ଏକ ପାତ୍ର ରେ ରଖନ୍ତୁ | ଏହାପରେ ଏକ ଚନ୍ଦନ ପେଡ଼ି ନିଅନ୍ତୁ ଆଉ ସେହି ଛେଚି ଥିବା ଗୋଲାପ ପାଖୁଡା ର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ |

 


ଏହାପରେ ସେହି ପେଷ୍ଟ ରେ କ୍ଷୀର ଓ ସର କୁ ପକାନ୍ତୁ ଏବଂ ଭଲ ଭାବରେ ମିକ୍ସ କରି ଦିଅନ୍ତୁ | ଯଦି କ୍ଷୀର ନଥାଏ ତେବେ ଆମେ ଏଥିରେ ଘିଅ ମଧ୍ୟ ପ୍ରୟୋଗ କରି ପାରିବା | ଏହା ପରେ ଆମେ ସେଥିରେ ନଡ଼ିଆ ତେଲ ଗୋଟିଏ ଚାମଚ ମିଶାଇବା |ଆଉ ତାହା ପରେ ଗ୍ଲିସେରିନ ଅଳ୍ପ ପରିମାଣରେ ଏହି ପେଷ୍ଟ ରେ ମିକ୍ସ କରିବା | ଶେଷରେ ଆମେ ମାନେ ଏଥିରେ ଭିଟାମିନ E ର କ୍ୟାପସୁଲ କୁ ନେଇକି ମିକ୍ସ କରେଇବା | ଏହାପରେ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦେବା ଏବଂ ପ୍ରସ୍ତୁତ କରିଥିବା ଏହି ପେଷ୍ଟ କୁ ଏକ ଛୋଟ ପାତ୍ର ରେ ରଖି ତାହାକୁ ଫ୍ରିଜ ରେ ରଖି ଦେବା |

ବ୍ୟବହାର ପ୍ରଣାଳୀ :-
ତେବେ ପ୍ରସ୍ତୁତ କରିଥିବା ଏହି ପେଷ୍ଟ କୁ ଆପଣ ଦିନରେ ଦୁଇ ଥର ଲଗାନ୍ତୁ ଏବଂ ଲଗାଇ ଏହାକୁ ଭଲ ଭାବରେ ମାଲିସ କରନ୍ତୁ ଆଉ ମାଲିସ କରିବା ପରେ 15 ରୁ 20 ମିନଟ ସେମିତି ତାହାକୁ ରଖି ଦିଅନ୍ତୁ | ଏହା କେବଳ ଆପଣ ଙ୍କର ଓଠ ଫାଟିବା ସମସ୍ୟା କୁ ଦୂର କରିବ ନାହିଁ ବରଂ ଏହା ଆପଣଙ୍କ ଓଠ କୁ ନରମ ରଖିବା ସହିତ ଗୋଲାପୀ ମଧ୍ୟ କରିବ | ତେବେ ଏଭଳି ଉପଚାର ନିହାତି ପ୍ରୟୋଗ କରନ୍ତୁ ଆଉ ଏହାର ରେଜଲ୍ଟ ଆପଣ ନିଜେ ଦେଖନ୍ତୁ |

Leave A Reply

Your email address will not be published.