ସ୍ୱାମୀ -ସ୍ତ୍ରୀଙ୍କ BLOOD ଗୃପ୍ ସମାନ ହେଲେ କଣ ସମସ୍ୟା ଆସିଥାଏ ? ଆଉ କଣ ଫାଇଦା ମିଳିଥାଏ ଜାଣନ୍ତୁ…. DR . NIKITA

ଆଜି ଆମେ ଆପଣଙ୍କୁ କହିବୁ ଯେତେବେଳେ ସ୍ଵାମୀ ଓ ସ୍ତ୍ରୀର ବ୍ଲଡ ଗ୍ରୁପ ସମାନ ହୋଇଥାଏ ତେବେ କଣ କଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ଥାଏ । ଗର୍ଭଧାରଣ କରିବା ସମୟ ରେ କିମ୍ବା ପିଲା ମଧ୍ୟରେ କଣ ସମସ୍ୟା ଦେଖାଯାଇ ପାରେ । ଆମେ ପିଲାଦିନୁ ଶୁଣି ଆସୁଛୁ କି ସ୍ଵାମୀ ସ୍ତ୍ରୀର ବ୍ଲଡ ଗ୍ରୁପ ସମାନ ହେବା ଉଚିତ ନୁହେଁ । କୁହାଯାଏ କି ସ୍ଵାମୀ ସ୍ତ୍ରୀର ବ୍ଲଡ ଗ୍ରୁପ ସମାନ ହେବା ଦ୍ଵାରା ଗର୍ଭଧାରଣ ରେ ସମସ୍ୟା ଆସିପାରେ, ପିଲା କମଜୋର ହୋଇ ପାରେ କିମ୍ବା ବାରମ୍ବାର ଗର୍ଭପାତ ହୋଇ ପାରେ ।

ଆଜି ଆମେ ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରିବୁ । ବ୍ଲଡ ଗ୍ରୁପ ରେ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ହେଉଛି A, B, AB ଓ O । ଏହି 4 ଟାଇପରେ ବ୍ଲଡ ଗ୍ରୁପ ଡିଭାଇଡ ହୋଇଥାଏ । କିନ୍ତୁ ଅନ୍ୟ ଏକ ବ୍ଲଡ ଗ୍ରୁପକୁ RH ଫ୍ୟାକ୍ଟର । ଯେଉଁ ଲୋକ ମାନଙ୍କ ଶରୀର ରେ RH ଆଣ୍ଟିଜେନ ଥାଏ ସେମାନେ RH ପଜିଟିବ ଓ ଯେଉଁ ଲୋକ ମାନଙ୍କ ଶରୀର ରେ RH ଆଣ୍ଟିଜେନ ନ ଥାଏ ସେମାନେ RH ନେଗେଟିବ ହୋଇଥାନ୍ତି ।

ଅର୍ଥାତ ପ୍ରତ୍ୟକ ବ୍ଲଡ ଗ୍ରୁପ A ପଜିଟିବ ଓ A ନେଗଟିବ, B ପଜିଟିବ ଓ B ନେଗଟିବ, AB ପଜିଟିବ ଓ AB ନେଗଟିବ, O ପଜିଟିବ ଓ O ନେଗଟିବ ହୋଇ ଥାଏ । ଯେତେ ବେଳ ବ୍ଲଡ ଗ୍ରୁପ ଅଲଗା ଅଲଗା ହୋଇ ଥାଏ ଅର୍ଥାତ ମାର ବ୍ଲଡ ଗ୍ରୁପ O ପଜିଟିବ ଓ ବାପା ର ବ୍ଲଡ ଗ୍ରୁପ A, B ଓ AB ଏହି ବ୍ଲଡ ଗ୍ରୁପ ହୋଇଥାନ୍ତି ତେବେ ପିଲା ମାନଙ୍କ ଶରୀରରେ ABO Incompatibility ଚାନ୍ସ ଅଧିକ ଥାଏ ।ଏହା ସମସ୍ତ ଙ୍କୁ ହୋଇ ନ ଥାଏ । ପିଲା ର ଜନ୍ମ ପରେ ତାକୁ ଜଣ୍ଡିସ ହୋଇ ଯାଏ । ଯେତେ ବେଳେ ମା RH ନେଗେଟିବ ଓ ପିତା RH ପଜିଟିବ ହୋଇଥାନ୍ତି ତେବେ ଶିଶୁକୁ RH Incompatibility ଚାନ୍ସ ଅଧିକ ଥାଏ । ମା କୁ ଏକ ପ୍ରକାରର ଇଂଜେକସନ ଦିଆ ଯାଏ ।

 

ନଚେତ ଅନ୍ୟ ବିଭିନ୍ନ ପ୍ରକାର ର ଚିକିତ୍ସା କରା ଯାଏ ଉଭୟ ମା ଓ ଶିଶୁ ର । ଏଥିରୁ ପ୍ରମାଣିତ ହେଉଛି କି ଯେଉଁ ଦମ୍ପତ୍ତିଙ୍କ ବ୍ଲଡ ଗ୍ରୁପ ସମାନ ହୋଇ ଥାଏ ସେମାନଙ୍କ ଶିଶୁ ମଧ୍ୟରେ ନା ହିଁ ABO Incompatibility ଓ ନା ହିଁ RH Incompatibility ହୋଇ ଥାଏ । ଅର୍ଥାତ ସେମାନଙ୍କ ଶିଶୁ ସୁରକ୍ଷିତ ରୁହନ୍ତି । ଯଦି ସ୍ଵାମୀ ସ୍ତ୍ରୀ ଙ୍କ ବ୍ଲଡ ଗ୍ରୁପ ସମାନ ହୋଇ ଥାଏ ତେବେ ଆପଣଙ୍କୁ ଭୟଭୀତ ହେବାର ଦରକାର ନାହିଁ । ବ୍ଲଡ ଗ୍ରୁପ କାରଣ ରୁ ଆପଣ କୌଣସି ବି ପ୍ରକାର ର ସମସ୍ୟା ର ସମ୍ମୁଖୀନ ହେବେ ନାହିଁ ।

Leave A Reply

Your email address will not be published.