Bhubaneswar ମହିଳା SI ଙ୍କୁ ଆକ୍ରମଣ ଘଟଣାର ପର୍ଦାଫାସ ! ଆରୋପି ଦେଲେ ଏଭଳି ଚାଞ୍ଚଲ୍ୟକର ବୟାନ ଶୁଣି ଚମକି ପଡିବେ ଆପଣ

ମହଙ୍ଗା ପଡିଲା ପୋଲିସ ସବ ଇନସପେକ୍ଟରଙ୍କୁ ଗାଳିଗୁଲଜ ଓ ଆକ୍ରମଣ ଉଦ୍ୟମ । ଗିରଫ ହେଲେ 3 ଅଭିଯୁକ୍ତ ଚକ, ଅରୁ, ପଦିଆ । ଜଣଙ୍କୁ ସାତପଡ଼ା, ଜଣଙ୍କୁ ଜଗତପୁର ଓ ଆଉ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଆଉ ଯେଉଁ କାର ଧରି ଅଭିଯୁକ୍ତମାନେ ମହିଳା ପୋଲିସ ଅଧିକାରୀଙ୍କୁ ୟୁଟର୍ଣ୍ଣ ମାରି ପିଛା କରିଥିଲେ, ସେହି ଇନୋଭା କାରଟି ଜବତ ହୋଇଛି । ସହିଦ୍ ନଗର ଥାନା ପୋଲିସ ଜବତ କରିଛି ସେହି ଇନୋଭା କାର, ଯାହାର ନମ୍ବର OD-13 C-8787 ।

ସମସ୍ତ ତିନି ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ।ସିସିଟିଭି ଫୁଟେଜ୍ ଆଧାରରେ ହିଁ କମିଶନରେଟ୍ ପୋଲିସ ଅଭିଯୁକ୍ତଙ୍କୁ ଧରିବା ସହଜ ହୋଇଥିଲା । ସିସିଟିଭି ଓ ଗିରଫ ଅଭିଯୁକ୍ତଙ୍କ ବୟାନକୁ ଭିତ୍ତି କରି ଅଧିକ ଛାନଭିନ୍ ଚଳାଇଛି ପୋଲିସ । ସେମାନଙ୍କ ଘରକୁ ଯାଇ ମଧ୍ୟ ଖାନ୍ତଲାସି କରାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଗତ 2 ତାରିଖ ରାତି ପ୍ରାୟ ଗୋଟାଏ 30 ରେ ଭୁବନେଶ୍ୱର ମହିଳା ଥାନାର ସବ୍ ଇନସ୍ପେର ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ପାର୍ଶ୍ୱ ରାସ୍ତା ଦେଇ ରିଜର୍ଭ ଅଫିସ ସ୍ଥିତ କ୍ୱାର୍ଟରକୁ ଫେରୁଥିଲେ । ଏତିକି ବେଳେ ରିଜର୍ଭ ଅଫିସ ପଟୁ ଏକ ଇନୋଭା କାର ତାଙ୍କୁ ପିଛା କରିଥିଲା ।ତେବେ ସେ ପୋଲିସ ୟୁନିଫର୍ମରେ ଥିବା ଦେଖି ତାଙ୍କୁ କାରରେ ଥିବା 3 ଅଭିଯୁକ୍ତ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ସହିତ ରାସ୍ତାରେ ୟୁଟର୍ଣ୍ଣ ମାରି ପିଛା କରିଥିଲେ । ଏପରିକି ଗାଡ଼ିରେ ଥିବା 3 ଜଣଙ୍କ ଭିତରୁ ଜଣେ ଖଣ୍ଡା ଧରି ଚିତ୍କାର କରିଥିବା କଥା ମଧ୍ୟ ନିଜ ଏତଲାରେ ଉଲ୍ଲେଖ କରିଥିଲେ ସଂପୃକ୍ତ ମହିଳା SI I

 

ସମସ୍ତ 3 ଅଭିଯୁକ୍ତ ଡ୍ରାଇଭର ଭାବେ କାମ କରୁଥିବା ଜଣାପଡିଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଇନୋଭା କାରକୁ ମଧ୍ୟ ଜବତ କରିଛି ପୋଲିସ । ରାତିରେ ଡ୍ୟୁଟି ସାରି ଏକ ଗାଡ଼ିରେ ମହିଳା ପୋଲିସ ଅଧିକାରୀ ଫେରୁଥିବା ବେଳେ କିଛି ଅସାମାଜିକ ଯୁବକ ଆକ୍ରମଣ ଉଦ୍ୟମ କରିଥିଲେ । ସେନେଇ ଚାରିଆଡ଼େ ଆଲୋଡ଼ନ ସୃଷ୍ଟି ହୋଇଥିଲା । ରାଜଧାନୀରେ ମହିଳା କେତେ ସୁରକ୍ଷିତ ବୋଲି ସବୁଠି ପ୍ରଶ୍ନ ଉପୁଜିଥିଲା । ଯେଉଁଠି ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ମହିଳା କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା ।

ତେବେ ଏହି ଟେକସି ଡ୍ରାଇଭର ଜଣକ ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି ଆମେ ତାଙ୍କୁ ଭୁଲ ମାଗିବାକୁ ଯାଇଥିଲୁ ହେଲେ ତାଙ୍କୁ ପାଇଲୁନି ବୋଲି ଭୁଲ ମାଗି ପାରିଲୁ ନାହିଁ ଆମେ ଖଣ୍ଡା ଫଣ୍ଡା କିଛି ବି ନେଇ ନଥିଲୁ । ସେ ସାଇନ୍ସ ପାର୍କରୁ ତଳକୁ ଗଡୁ ଥିଲେ ସେ ହେଡ ଲାଇଟ ମାରି ଆସୁଥିଲେ ଆମେ ତାଙ୍କୁ ହେଡ ଡିପର ମାରି ରାସ୍ତା ଉପରେ ଗାଡି ରଖିଦେଲି ।

ଏହା ପରେ ସେ ତଳେ ସାଇଡ କରି ପଳେଇଲେ ହେଲେ ସେହି ସମୟରେ ତାଙ୍କର ଗୋଟିଏ ଚକା ଖାଲରେ ପଡିଗଲା ।ଆମେ ତାଙ୍କୁ କୌଣସି ଗାଳି ଗୁଲଜ କରି ନଥିଲୁ । ସେ ପୋଲିସ ଡ୍ରେସ ପିନ୍ଧି ଥିଲେ ଆମେ ଦେଖି ତାଙ୍କୁ ଭୁଲ ମାଗିବାକୁ ଯାଇଥିଲୁ । କାରଣ ଆମେ ସାଇନ୍ସ ପାର୍କ ପାଖରେ ହିଁ ରାହୁଛୁ ଆମେ କଣ କେବେ ଆମ ଘର ପାଖରେ ଝଗଡା କରିବାକୁ ଚାହିଁବୁ ।

Leave A Reply

Your email address will not be published.