jitu das amrutabani – ଦୀର୍ଘ ୩୦ବର୍ଷ ପରେ ପ୍ରଭୁ ସନିଦେବ ହେଲେ ପ୍ରସନ୍ନ ! ନୂଆବର୍ଷ 2023ରେ (17 January) ଦିନ ଏହି 5ଟି ରାଶିରେ ଧନର ବର୍ଷା….
ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଶନିଦେବ ହେଉଛନ୍ତି ନ୍ୟାୟ ର ଦେବତା ଯିଏ କି ମନୁଷ୍ୟ ର କର୍ମ ଅନୁଯାଇ ଫଳ ପ୍ରଦାନ କରି ଥାଆନ୍ତି | ଦୀର୍ଘ 30 ବର୍ଷ ପରେ ଏହି ବର୍ଷ 2023 ର ଆରମ୍ଭରୁ ଗ୍ରହ ନକ୍ଷତ୍ର ରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି | ଆସନ୍ତା 17 ଜାନୁଆରୀ କୁ ଶନିଦେବ ମକର ରାଶିରୁ ବାହାରି କୁମ୍ଭ ରାଶି ରେ ଗୋଚର କରିବେ |
ଅବଶ୍ୟ ଗତ ବର୍ଷ ଶନିଦେବ କୁମ୍ଭ ରାଶି କୁ କିଛିଦିନ ପାଇଁ ଗୋଚର କରି ଥିଲେ | ତେବେ ଏହା ଦ୍ୱାରା କିଛି ରାଶି ଙ୍କ ଜୀବନରେ ଉଚ୍ଚନୀଚ୍ଚ ର ସ୍ଥିତି ନେଇକି ଆସିବ ଏବଂ କିଛି ରାଶିର ବ୍ୟକ୍ତି ମାନଙ୍କ ଜୀବନ ବଦଳିବାକୁ ଯାଉଅଛି | ଏଥିରେ 5 ଟି ରାଶିର ଭାଗ୍ୟ ସୁନା ଭଳି ଚମକିବାକୁ ଯାଉଛି, ଆସନ୍ତୁ ଏହି ରାଶି ଗୁଡ଼ିକ କଣ କଣ ସେହି ସମ୍ପର୍କ ରେ ଆଲୋଚନା କରିବା |
1. ବୃଷ ରାଶି :-
ଏହି ବ୍ୟକ୍ତି ବିଶେଷ ଙ୍କ ରାଶିରେ ଶନିଦେବ ଦଶମ ଘରକୁ ଗୋଚର କରିବେ, ଦଶମ ଘର କର୍ମର ଘର ହୋଇଥାଏ | ଏହାଦ୍ୱାରା ଆପଣ ଙ୍କୁ ନୂତନ କର୍ମ ମିଳି ପାରେ ଚାକିରୀ ବ୍ୟବସାୟ ରେ ଉନ୍ନତି ହେବ ଏବଂ ପ୍ରମସନ ର ମଧ୍ୟ ଯୋଗ ବନୁଅଛି | ଯେଉଁମାନେ ବେକାରୀ ଥିଲେ କୌଣସି କାମ ପାଉ ନଥିଲେ ସେମାନଙ୍କୁ ଚାକିରୀ ମିଳି ପାରେ | ଏହା ସହିତ ଆପଣ ଙ୍କୁ ନୂତନ ଗୃହ, ବାହାନ ଏବଂ ଜମି ସୁଖ ଦେବେ କିନ୍ତୁ ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ସାମାନ୍ୟ ଚିନ୍ତିତ ରହି ପାରନ୍ତି |
2. ତୁଳା ରାଶି :-
ତୁଳା ରାଶିରେ ଶନି ଦେବ ଆପଣଙ୍କ ପଞ୍ଚମ ଭାବରେ ଗୋଚର କରିବେ ଯାହା ଦ୍ୱାରା ତୁଳା ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଶନିଦେବ ଙ୍କର ଚଳନ ଅତ୍ୟନ୍ତ ଶୁଭ ରହିବ | ଯେଉଁ ମାନେ ଦୀର୍ଘ ଦିନ ହେବ ସନ୍ତାନ ର ଯୋଜନା କରୁଛନ୍ତି ତେବେ ସେମାନଙ୍କୁ 17 ଜାନୁଆରୀ ପରେ ସନ୍ତାନ ସୁଖ ଅବଶ୍ୟ ପ୍ରାପ୍ତି ହେବ | ଶିକ୍ଷା କ୍ଷେତ୍ରରେ ବିଶେଷ ସଫଳତା ପ୍ରାପ୍ତି ହେବ ଏବଂ ପ୍ରେମ ଜୀବନ ରେ ମଧ୍ୟ ଆପଣ ସଫଳତା ଲାଭ କରିବେ | ଆପଣ ଯଦି କୌଣସି ବେପାର ବାଣିଜ୍ୟ କରୁଛନ୍ତି ତାହେଲେ ଆପଣ ଙ୍କୁ ସାବଧାନ ହୋଇ ଚଳିବା ପାଇଁ ପଡ଼ିବ ଏବଂ ଆପଣ ଙ୍କର ଧନ ବଢିବାର ଯୋଗ ମଧ୍ୟ ବନିବାକୁ ଯାଉଅଛି |
3. ଧନୁ ରାଶି :-
ଏହି ରାଶିରେ ତୃତୀୟ ଘରେ ଶନିଦେବ ଗୋଚର କରିବେ ଯାହା ଦ୍ୱାରା ଆପଣଙ୍କର ଯାହାବି ଟେନ୍ସନ ଥିଲା, ଘର ପରିବାର ମଧ୍ୟରେ ଯେଉଁ ସବୁ ସମସ୍ୟା ଚାଲି ଥିଲା ଏବଂ ଚାକିରୀ କୁ ନେଇ ଯେଉଁ ସମସ୍ୟା ଦେଖା ଯାଉଥିଲା ତେବେ ଏହାସବୁ ଦୂର ହୋଇଯିବ | ଆପଣଙ୍କର ଅଧା ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ ଏବଂ ଆପଣ ଙ୍କୁ ଫାଇନାସ ପ୍ରୋଫିଟ ମିଳିବ ଏବଂ ଆପଣ ଆପଣଙ୍କ କ୍ୟାରିୟର ରେ ବହୁତ ଉଚ୍ଚ ସ୍ଥାନକୁ ଚାଲି ଯିବେ |
4. ମକର ରାଶି :-
ଆପଣ ଙ୍କୁ କହି ରଖୁଛୁ ଯେ ଏହି ରାଶିର ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ରହିବ, ଶନିଦେବ ଙ୍କ କୃପା ରୁ ଆପଣ ଙ୍କୁ କୌଣସି ଉପହାର କିମ୍ବା ଖାସ ଜିନିଷ ର ପ୍ରାପ୍ତି ହେବ | ଏହା ସହିତ ଯେଉଁ ଲୋକ ମାନେ ଚାକିରୀ କରୁଛନ୍ତି ସେମାନଙ୍କର ମଧ୍ୟ ପଦନ୍ନତି ହେବାର ଯୋଗ ବନୁଅଛି | ନୂଆ ବ୍ୟାପାର ବାଣିଜ୍ୟ ପାଇଁ ମଧ୍ୟ ଏହି ସମୟ ବହୁତ ଅନୁକୂଳ ଅଟେ |
5. କୁମ୍ଭ ରାଶି :-
ଏହି କୁମ୍ଭ ରାଶିର ଲୋକ ମାନଙ୍କର ସବୁଠାରୁ ଖାସ କଥା ଏହା ଯେ ଏହି ରାଶିର ଲୋକ ମାନେ ଅତ୍ୟନ୍ତ ଆତ୍ମ ବିଶ୍ୱାସୀ ହୋଇ ଥାଆନ୍ତି ଏବଂ ଶନି ଏମାନଙ୍କର ନେତୃତ୍ୱ ନେଇଥାଏ | ଏମାନେ ନିଜ ପ୍ରଚେଷ୍ଟା ବଳରେ ପ୍ରତେକ କ୍ଷେତ୍ରରେ ଏବେ ସଫଳତା ପାଇବେ | ଶନିଦେବ ଙ୍କ କୃପା ଦୃଷ୍ଟି ହେବା କାରଣ ରୁ କେହି ଏମାନଙ୍କର କୌଣସି କ୍ଷତି କରି ପାରିବେ ନାହିଁ | ଆପଣଙ୍କର ଆର୍ଥିକ ମାମଲା ଗୁଡ଼ିକ ଖୁବ ଶୀଘ୍ର ସମାପ୍ତ ହୋଇଯିବ |