ରାଜା ଆମକୁ ଅଫର ଦେଉଥିଲା ଗୋଟେ ରାତି ଶା-ରୀ-ରିକ ସ-ମ୍ପ-ର୍କ ରଖିଲେ ତୁମକୁ 10 ହଜାର ମିଳିବ, ଯଦି ତୁ 2 ଅଧିକ ଚାହୁଁଛୁ ତା’ହେଲେ…’

ତେବେ ବର୍ତ୍ତମାନ ସମୟରେ ଝିଅ ମାନଙ୍କୁ ନେଇ ଦେହ ବ୍ୟବସାୟ କରିବା ଆମ ରାଜ୍ୟରେ ନିତି ଦିନିଆ ଘଟଣା ପାଲଟି ଯାଇଛି। ଆଉ ଅନେକ ସମୟରେ ଚାକିରି ଦେବା ବାହାନାରେ ଝିଅ ମାନଙ୍କୁ ନେଇ ବେଶ୍ୟା ବୃତ୍ତି ରେ ଲଗାଉଛନ୍ତି। ଆଉ ଏହି କାମ କଲେ ସେମାନଙ୍କୁ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ସେସବୁ କିଛି ହେଉ ନାହିଁ। ତେବେ ଏହିଭଳି ଏକ ଘଟଣା କିଛି ଦିନ ତଳେ ଭାଇରାଲ ହୋଇଥିଲା।

ଘଟଣାଟି ଥିଲା ଜଣେ ଯୁବତୀଙ୍କୁ ଅଧିକ ଟଙ୍କା ଓ ଚାକିରି ଦେବା ବାହାନାରେ ବାହାର ରାଜ୍ୟକୁ ନେଇ ନିର୍ଯ୍ୟାତନା କରୁଥିଲେ। ଯୁବତୀଙ୍କ ସହିତ ଏପରି ଘଟିବା ପରେ ସେ ସାହାଯ୍ୟ ମାଗିଥିଲେ। ଆଉ ଏହି ଭିଡିଓ ଭାଇରାଲ ହେବା ପରେ ସେହି ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆଉ ତାଙ୍କ ସହିତ ଯାହା ବି ଘଟିଛି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

 

ତେବେ ସୂଚନା ଅନୁସାରେ କିଛି ମାସ ତଳେ, ଭୁବନେଶ୍ୱର ର ଇଂଭେଣ୍ଟ ମେନେଜମେଣ୍ଟ ରେ କାମ କରୁଥିଲେ ଜଣେ ଯୁବତୀ ଆଉ କିଛି ଟଙ୍କା ଆୟ କରି ବେଶ ଖୁସି ରେ ଥିଲେ। ମାତ୍ର ଦିନେ ସେ ଭଦ୍ରକ ଜିଲ୍ଲା ର ରାଜା ନାମକ ଜଣେ ଯୁବକ ଙ୍କୁ ଭେଟିଲେ ଆଉ ଯୁବକ ଜଣଙ୍କ ତାଙ୍କୁ କହିଥିଲେ କି ମୋ ସହ ଚାଲ ମୁଁ ତୁମକୁ ଭଲ କାମ ଦେବି ଆଉ ଭଲ ଆୟ ମଧ୍ୟ ହେବ ତୁମର।

 

ଏହା ସହ ସେ ତାଙ୍କୁ ଦିନ କୁ ୨୦୦୦ ଟଙ୍କା ରୋଜଗାର କରାଇ ଦେବେ ବୋଲି କହିଥିଲେ। ଆଉ ଅଧିକ ଟଙ୍କା ପାଇବା ଆଶା ରେ ଫସି ଯାଇଥିଲେ ଯୁବତୀ ଜଣଙ୍କ।ତେବେ ସେ ଯୁବକ ଙ୍କ କଥା ରେ ରାଜି ହୋଇ ଭୁବନେଶ୍ୱର ରୁ ଉତ୍ତର ପ୍ରଦେଶ ରେ ପହଁଚିଲେ ମାତ୍ର ସେଠାରେ ଯିବା ପରେ ସେ କାମ ତ କଲେ କିନ୍ତୁ ତାଙ୍କୁ କାମ ବଦଳ ରେ ଟଙ୍କା ଟିଏ ବି ଦେଲେ ନାହିଁ ରାଜା ଓଲଟା ତାଙ୍କୁ ବିଭିନ୍ନ ପ୍ରକାର ର ନିର୍ଯ୍ୟାତନା ଦେଉଥିଲେ।

ବର୍ତ୍ତମାନ ସେ ଯୁବତୀ କୁ ଗୋଟିଏ ଅନ୍ଧାର କୋଠରୀ ରେ ବନ୍ଦ କରି ରଖିଛନ୍ତି। ତେବେ ଯୁବତୀ ଜଣଙ୍କ ଏନେଇ ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଉ ବୋଲି ନିବେଦନ କରିଥିଲେ। ତେବେ ଏହା ଜାଣିବା ପରେ ଯୁବତୀ ଜଣଙ୍କ ର ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।ତେବେ ଯୁବତୀ ଜଣଙ୍କ ଉଦ୍ଧାର ହେବା ପରେ କହିଛନ୍ତି କି ,ଯେଉଁ ଯୁବକ ତାଙ୍କୁ ଚାକିରୀ ଦେବ କହି ନେଇଥିଲେ ସେ ସେଠାରେ ତାଙ୍କୁ ବେଶ୍ୟା ବୃତ୍ତି କରିବା କୁ ବାଧ୍ୟ କରିଥିଲେ।

ଆଉ ଗୋଟିଏ ରାତି ରେ ଜଣଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ୧୦ ହଜାର ଟଙ୍କା ଦେବେ ବୋଲି ଲୋଭ ଦେଖାଇ ଥିଲେ। ଖାଲି ଏତିକି ନୁହେଁ ବରଂ ଚାକିରୀ ଦେବ କହି ତାଙ୍କୁ ଅନେକ ଯୁବକ ଙ୍କ ସାମ୍ନା ରେ ଡ୍ୟାନ୍ସ କରିବା କୁ ଆଉ ତାଙ୍କୁ ପୁଅ ମାନ ଙ୍କ ସହ ରାତି କଟେଇବା କୁ କହିଥିଲେ। ଖାଇବା ପିଇବା କୁ ବି ଭଲରେ ଦେଉ ନଥିଲେ ବୋଲି ସେ କହିଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବା ରେ ଲାଗିଛି।

Leave A Reply

Your email address will not be published.