ଦେଖନ୍ତୁ Exclusive ଭିଡିଓ…ସ୍ବାମୀ ଭାରତୀୟ କିନ୍ତୁ ସ୍ତ୍ରୀ ବିଦେଶିନୀ…ଏବଂ ତାଙ୍କ ଝିଅ କଣ୍ଠରେ ହରେକୃଷ୍ଣ ହରେରାମ ଜପ..ଏହି ଭିଡିଓ ଦେଖିଲେ ଖୁସି ହେବେ

ତେବେ ଭୁବନେଶ୍ୱର ବିମାନ ବନ୍ଦର ରେ ଏବେ ହରେ କୃଷ୍ଣ ହରେ ରାମ ନାମ ଶୁଣିବା ପାଇଁ ମିଳିଛି ତାହା ପୁଣି ଜଣେ ବିଦେଶୀ ଙ୍କ ମୁହଁରୁ | ଏହି ନାମ ଜପିବା ଭିତରେ ଅତି କୁନି ଝିଅ ଟିଏ ମଧ୍ୟ ରହିଛି ଯିଏ କି ଅତି ଆନନ୍ଦ ର ସହିତ ବିମାନ ବନ୍ଦର ରେ ନିଜ ଗୁରୁମା କୁ ଅପେକ୍ଷା କରିଛନ୍ତି | ତେବେ ଏଠାରେ ସ୍ୱାମୀ ସ୍ତ୍ରୀ ଆଉ ତାଙ୍କ ଝିଅ ଅପେକ୍ଷା କରି ଥିବାର ଦେଖିବା ପାଇଁ ମିଳିଛି ଯେଉଁଠି କି ବ୍ୟକ୍ତି ଜଣଙ୍କ ଓଡ଼ିଆ ହୋଇ ଥିବା ବେଳେ ତାଙ୍କ ସ୍ତ୍ରୀ ହେଉଛନ୍ତି ବିଦେଶୀ | ତେବେ ତାଙ୍କ ଗୁରୁମା କାର୍ଲିଫର୍ନିଆ ରୁ ଓଡ଼ିଶା କୁ ଆସିଛନ୍ତି ଯାହାକି ସେମାନେ ତାଙ୍କୁ ଅପେକ୍ଷା କରିଛନ୍ତି |

ତେବେ ବ୍ୟକ୍ତି ଜଣଙ୍କ କହିଛନ୍ତି ଗୁରୁମା ପୁରୀ ଧାମ ଆସିବେ ଆଉ ଏଠି ଆମର ସାତ ଦିନ ଯାତ୍ରା ଅଛି ଯାହାକି ପୁରୀ ରେ ଯେତିକି ପ୍ରମୁଖ ସ୍ଥାନ ଅଛି ସେହି ସ୍ଥାନକୁ ଆମେ ଯିବୁ | 100 ଲୋକ ଆହୁରି ଆମେରିକା ଓ ବିଭିନ୍ନ ଦେଶରୁ ଆସୁଛନ୍ତି ମିଶିକି ଶ୍ରବଣ କୀର୍ତ୍ତନ କରିବୁ |

ଆଉ ମୁଁ ମୋ ସ୍ତ୍ରୀ ମୋ ଝିଅ ଆମେ ସବୁ ବୈଷ୍ଣବ ଦୀକ୍ଷା ନେଇଛୁ ମୋ ସ୍ତ୍ରୀ କିନ୍ତୁ ଓଡ଼ିଆ ନୁହେଁ ସେ ହେଉଛି ଆମେରିକାର | ମୁଁ ଆମେରିକା କୁ ପାଠ ପଢିବା ପାଇଁ ଯାଇ ଥିଲି ଆଉ ସେଠାରେ ମୁଁ ମୋ ସ୍ତ୍ରୀ ସହିତ ମିଶିଲି, ସେ ବି ଭକ୍ତି ମାର୍ଗ ରେ ଥିଲା ଆଉ ମୁଁ ବି ଭକ୍ତି ମାର୍ଗ ରେ ଥିଲି |

ଆମ ବାହାଘର କୁ 8 ବର୍ଷ ହୋଇ ଗଲାଣି ଆଉ ଏବେ ଛୁଟିରେ ଆମେ ଭୁବନେଶ୍ୱର ଆସିଛୁ ଆଉ ଯାତ୍ରା ସରିବା ପରେ ଆମେ ବି ଆମେରିକା ପଳେଇବୁ | ମୋ ଝିଅ ଟିକେ ଟିକେ ଓଡ଼ିଆ ବି କହୁଛି ଆଉ କାମ ଭିତରେ ଆମେ ଏସବୁ ଜପ ପୂଜା ପାଠ କରୁଛୁ |

ତେବେ ତାଙ୍କ ମା ମଧ୍ୟ କହି ଥିଲେ କି ଭାଗ୍ୟ ରେ ଥିଲେ ଏସବୁ ମିଳେ ମୋ ବୋହୁ ଭଲ ଝିଅ ଆଉ ମୁଁ ତା କଥା ଏବେ ବୁଝି ପାରୁଛି ବହୁତ ଭଲ ସିଏ | ଏହାପରେ ତାଙ୍କ ସ୍ତ୍ରୀ ମଧ୍ୟ କହି ଥିଲେ କି ସେ ଯେତେ ବେଳେ ଜଗନ୍ନାଥ ଙ୍କୁ ଦର୍ଶନ କରନ୍ତି ତାଙ୍କୁ ଖୁବ ଖୁସି ଅନୁଭବ ହୁଏ | ତେବେ ମନରେ ଯଦି ଭକ୍ତି ରହିବ ତେବେ ସେ ଦେଶ ହେଉ କିମ୍ବା ଦେଶ ବାହାରେ ହେଉ ଯେଉଁଠି ବି ହେଉ ଭକ୍ତି ସବୁବେଳେ ରହିଥାଏ | ସେ ଓଡ଼ିଆ ହେଉ କି ଅଣଓଡ଼ିଆ କିନ୍ତୁ ଭକ୍ତି ତ ସବୁବେଳେ ଆମ ହୃଦୟ ରେ ହିଁ ଥାଏ ଯାହାକି ଏଭଳି ଏକ ଦୃଶ୍ୟ ରୁ ସ୍ପଷ୍ଟ ପ୍ରମାଣ ହୋଇ ଯାଉଛି |

Leave A Reply

Your email address will not be published.