ମହିଳା ମାନଙ୍କର ହେଉଥିବା ମେନ୍ସ ବିଷୟରେ କଣ କହିଲେ ଅଭିନେତ୍ରୀ ଅର୍ଚ୍ଚିତା, ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ ଭିଡ଼ିଓ

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଆଉ ଏଥି ମଧ୍ୟରୁ ଆମର କେହି ନା କେହି ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରି ଥାଉ ଏବଂ ସେହି ସେଲିବ୍ରେଟି ଙ୍କ ବ୍ୟକ୍ତିଗତ ଜୀବନ ବା କିଛି ଭିଡ଼ିଓ ହେଉ ସେହି ସମ୍ପର୍କ ରେ ଜାଣିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି | ସେଲିବ୍ରେଟି ଙ୍କର ଜୀବନ ସାଧାରଣ ଭାବରେ ଟିକେ ଷ୍ଟାଇଲିସ ଧରଣ ର ହୋଇ ଥାଏ ଯାହାକି ସେମାନେ ସାଧାରଣ ଲୋକ ଙ୍କ ଠାରୁ ତାଙ୍କ ଜୀବନ ଶୈଳୀ ଅଲଗା ହୋଇ ଥାଏ | ସେଲିବ୍ରେଟି ମାନେ ମଧ୍ୟ ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ଜଡ଼ିତ ହୋଇ ରହି ଥାଆନ୍ତି ଏବଂ କିଛି ନା କିଛି ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି |

 

ତେବେ ମହିଳା ମାନଙ୍କର ଋତୁଶ୍ରାବ ହେଉଛି ଏକ ସାଧାରଣ ପ୍ରାକୃତିକ ପ୍ରକ୍ରିୟା ଅଟେ, ଏକ ନିର୍ଦ୍ଧିଷ୍ଟ ବୟସ ରେ ଏହା ହୋଇ ଥାଏ | ଏହି ସମୟରେ ନାରୀ ମାନଙ୍କ କ୍ଷେତ୍ରରେ ବହୁତ ପରିବର୍ତ୍ତନ ଦେଖା ଯାଇଥାଏ ଯାହାକି ଖୁବ କଷ୍ଟ ଦାୟକ ମଧ୍ୟ ହୋଇ ଥାଏ | ତେବେ ଅନେକ ଗାଁ ର ଯୁବତୀ ଅଛନ୍ତି ଯେଉଁ ମାନେ ଏହି ସମ୍ପର୍କ ରେ ବହୁତ କମ ଜାଣିଛନ୍ତି ତେଣୁ କୌଣସି କାର୍ଯ୍ୟକ୍ରମ ମାଧ୍ୟମ ରେ ଏହି ସବୁ ସଚେତନ କରାଯାଇ ଥାଏ | ତେବେ ମହିଳା ମାନଙ୍କର ପିରିୟଡ଼ସ କୁ ନେଇ ଅଭିନେତ୍ରୀ ଅର୍ଚ୍ଚିତା କିଛି କହିଛନ୍ତି |

ସେ କହିଛନ୍ତି ଏ ବିଷୟରେ ଛୋଟ ଛୋଟ ଫିଲ୍ମ୍ ପ୍ରସ୍ତୁତ କରି ଯୁବପିଢି ମାନେ ଆମକୁ ପଠାନ୍ତୁ ଫଳରେ ଫିଲ୍ମ୍ ମାଧ୍ଯମରେ କିଛି ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ଆମେ ଚାହୁଁଛୁ, ଫଳରେ ମେନ୍ସ ବିଷୟରେ ମହିଳା ମାନଙ୍କୁ ଆବଶ୍ୟକ ଜ୍ଞାନ ମିଳି ପାରିବ | ଏହାଛଡା ଯେଉଁ ମହିଳା ମାନେ ସେମାନଙ୍କର ପ୍ରଥମ ମେନ୍ସ କୁ ସମ୍ମୁଖୀନ କରି ନାହାଁନ୍ତି ସେମାନେ ଏହାଦ୍ୱାରା ଆବଶ୍ୟକ ଜ୍ଞାନ ପାଇବେ ଏବଂ ନିଜକୁ ସଚେତନ କରି ପାରିବେ | କାଲୋ ଫିଲ୍ମ୍ ଫେଷ୍ଟିଭାଲ ତରଫରୁ ଏହି ଯେଉଁ ସଚେତନ ଧର୍ମୀ କାର୍ଯ୍ୟକ୍ରମ ହେଉଛି ତାହା ମହିଳା ମାନଙ୍କ ପାଇଁ ବେଶ୍ ସହାୟକ ହୋଇ ପାରିବ |

 

ତେବେ ବହୁତ କମ ଝିଅ ମାନେ ଅଛନ୍ତି ଯେଉଁ ମାନେ ପିରିୟଡ଼ସ ହେବା ପୂର୍ବରୁ ସେମାନେ ଏହା ବିଷୟରେ ଅବଗତ ଥାଆନ୍ତି ଯାହା ଦ୍ୱାରା ସେମାନଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ | ତେବେ ସେମାନଙ୍କୁ ଏହି ସମ୍ପର୍କ ରେ ଜଣାଇ ତାଙ୍କ ଜୀବନ ସେମାନେ କିପରି ସୁସ୍ଥ ଭାବେ ବିତାଇ ପାରିବେ ସେହି ବିଷୟରେ ଧ୍ୟାନ ଦେଇ ଅବଗତ କରାଇବା ଉଚିତ ବୋଲି ଅର୍ଚ୍ଚିତା କହିଛନ୍ତି | ତେବେ ତାଙ୍କର ଏଭଳି କଥାକୁ ସୋସିଆଲ ମିଡ଼ିଆ ତାଙ୍କର ଦର୍ଶକ ଖୁବ ପସନ୍ଦ କରିବା ସହିତ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି |

Leave A Reply

Your email address will not be published.