JOTISHA SASTRA – ନୂଆବର୍ଷରେ ବାଛନ୍ତୁ ଆପଣଙ୍କର ରାଶି ( ASTROLOSY), ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ,ସବୁ କିଛି ହେବ ସତ

ତେବେ ପ୍ରତେକ ବ୍ୟକ୍ତି ଙ୍କର କିଛି ଦୁର୍ବଳତା ନିହାତି ଭାବରେ ରହି ଥାଏ, ତେବେ ଆଜି ଆମେ ବ୍ୟକ୍ତି ମାନଙ୍କ ଅନୁଯାଇ ତାଙ୍କର ଦୁର୍ବଳତା ସମ୍ପର୍କ ରେ ଆଲୋଚନା କରିବା ଅର୍ଥାତ ତାଙ୍କର ସ୍ୱଭାବ ସମ୍ପର୍କ ରେ ଜାଣିବା |

1. ମେଷ ରାଶି :- ଏହି ବ୍ୟକ୍ତି ମାନେ ଟିକେ ରାଗି ସ୍ୱଭାବ ର ହୋଇ ଥାଆନ୍ତି ଏବଂ ଏମାନେ ସବୁବେଳେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରି ଥାଆନ୍ତି | ଯାହାକି ସେମାନେ ସବୁବେଳେ ନିଜ ଜିଦ ରେ ଅଟଳ ରହି ଥାଆନ୍ତି ଆଉ ଏମାନଙ୍କୁ ବୁଝେଇବା ପାଇଁ ବହୁତ କଷ୍ଟ ହୋଇ ଥାଏ |

 

2. ବୃଷ ରାଶି :- ଏହି ବ୍ୟକ୍ତି ମାନେ କ୍ରୋଧୀ ଓ ଆଳସ୍ୟ ସ୍ୱଭାବ ର ହୋଇ ଥାଆନ୍ତି ଯାହାକି ଏମାନେ ବହୁତ ସମସ୍ୟା ରେ ମଧ୍ୟ ପଡ଼ି ଯାଆନ୍ତି | ଏମାନେ ଅନ୍ୟ ମାନଙ୍କୁ ଖୁବ ସହଜ ରେ ବିଶ୍ୱାସ କରୁ ଥିବାରୁ ସେଥିପାଇଁ ମଧ୍ୟ ବହୁତ ଅସୁବିଧା ରେ ପଡ଼ି ଯାଆନ୍ତି |

3. ମିଥୁନ ରାଶି :- ଏମାନେ ବହୁତ୍ ଭାବୁକ ସ୍ବଭାବର ହୋଇଥାନ୍ତି ଏବଂ ସର୍ବଦା ଅସମ୍ଭବ କଥା ଚିନ୍ତା କରିଥାନ୍ତି |

4. କର୍କଟ ରାଶି :- ପ୍ରେମ ସମ୍ପର୍କ କୁ ନେଇ ଏମାନଙ୍କ ଉପରେ ଭରଷା ରଖିବା ଉଚିତ ନୁହେଁ କାରଣ ଏହି ବ୍ୟକ୍ତି ମାନେ ଖୁବ ଜିଦିଆ ହୋଇ ଥାଆନ୍ତି ଯାହାକି ଏମାନଙ୍କୁ ବୁଝେଇବା ବହୁତ କଷ୍ଟକର ହୋଇ ପଡିଥାଏ |

 

5. ସିଂହ ରାଶି :- ଏହି ବ୍ୟକ୍ତି ମାନେ ନିଜ ଭବିଷ୍ୟତ କଥା ଅଧିକ ଚିନ୍ତା କରନ୍ତି ଯାହା ଦ୍ୱାରା ତାଙ୍କ ବର୍ତ୍ତମାନ କୁ ସେ ଦେଖନ୍ତି ନାହିଁ ଆଉ ତାଙ୍କ ଭବିଷ୍ୟତ କଥା ଭାବି ସେ ନିଜ ବର୍ତ୍ତମାନ କୁ ବର୍ବାଦ କରି ଦିଅନ୍ତି |

6. .କନ୍ୟା ରାଶି:-ଏମାନେ ନିଜ ଲୋଭ ସମ୍ଭାଳି ପାରନ୍ତି ନାହିଁ | ଟିକିଏ କଥାକୁ ବଡ କରି କହିବା ଏମାନଙ୍କ ଏକ ଖରାପ ଅଭ୍ୟାସ ଅଟେ ଏବଂ ଏମାନେ ଅନ୍ୟମାନଙ୍କର କଥାକୁ ଶୁଣନ୍ତି ନାହିଁ |

7. ତୁଳା ରାଶି :- ଏହି ବ୍ୟକ୍ତି ମାନେ ବହୁତ ସ୍ୱାର୍ଥପର ସ୍ୱଭାବ ର ହୋଇ ଥାଆନ୍ତି ଆଉ ସବୁବେଳେ ନିଜ ସ୍ୱାର୍ଥ କଥା ହିଁ ଚିନ୍ତା କରନ୍ତି | ଏମିତି କି ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଏମାନେ ଅନ୍ୟ ମାନଙ୍କୁ ମଧ୍ୟ ବିପଦ ରେ ପକାଇ ଦେଇ ଥାଆନ୍ତି |

8. ବିଛା ରାଶି:- ବିଛା ରାଶିର ବ୍ୟକ୍ତି ବିଶେଷ ବହୁତ ଭାବୁକ ପ୍ରବୃତିର ହୋଇଥାନ୍ତି | ଅଧିକ ଚିନ୍ତା କରିବା କାରଣରୁ ଏମାନେ ଠିକ୍ ସମୟରେ ସଠିକ୍ ନିର୍ଣ୍ଣୟ ନେଇ ପାରନ୍ତି ନାହିଁ |

9. ଧନୁ ରାଶି :- ଏମାନେ କାହା କଥା ବି ଶୁଣନ୍ତି ନାହିଁ ଏବଂ ସବୁବେଳେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରି ଥାଆନ୍ତି ଯାହା ଦ୍ୱାରା ଏମାନେ ପ୍ରାୟ ସମୟରେ ଅସୁବିଧା ର ସାମ୍ନା କରିଥାନ୍ତି |

 

10. ମକର ରାଶି :- ଏମାନେ ପରବୁଦ୍ଧିଆ ହୋଇ ଥାଆନ୍ତି ଯେଉଁ କାରଣରୁ ଏମାନଙ୍କୁ ବହୁତ୍ କିଛି ହରେଇବା ପାଇଁ ପଡ଼ିଥାଏ |

11. କୁମ୍ଭ ରାଶି :- ଏହି କୁମ୍ଭ ରାଶିର ବ୍ୟକ୍ତି ମାନେ ଏକୁଟିଆ ରହିବା ପାଇଁ ପସନ୍ଦ କରି ଥାଆନ୍ତି ଏବଂ ଏମାନେ ଟିକେ ଜିଦିଆ ଓ କ୍ରୋଧୀ ସ୍ୱଭାବ ର ହୋଇ ଥାଆନ୍ତି |

12. ମୀନ ରାଶି :- ମୀନ ରାଶିର ବ୍ୟକ୍ତି ମାନେ ବହୁତ ଅଧିକ ମିଛ କହି ଥାଆନ୍ତି ଯେଉଁ କାରଣ ରୁ ଅନ୍ୟ ମାନଙ୍କୁ ଏମାନେ ଅପଦସ୍ତ କରି ଦେଇ ଥାଆନ୍ତି ଏବଂ ଅନ୍ୟ ମାନଙ୍କୁ ଖୁବ ଖରାପ ବ୍ୟବହାର ଦେଖାଇ ଥାଆନ୍ତି |

Leave A Reply

Your email address will not be published.