ଦେଖନ୍ତୁ Shocking ଭିଡ଼ିଓ – ଭୋ ଭୋ ହୋଇ କାନ୍ଦିଲେ ମହିଳା ଅତିରିକ୍ତ ତହସିଲାଦାର, କହିଲେ ଆପଣ ପବ୍ଲିକ୍ ମୋତେ ରେପ୍ କରିଦେଲ…

ଭୋ ଭୋ ହୋଇ କାନ୍ଦିଲେ ଅତିରିକ୍ତ ତହସିଲଦାର, ଲୋକେ କହିଲେ ଆମେ ତମ ସହିତ ସବୁକିଛି କରି ପାରିବୁ ତୁମ ଭିଡ଼ିଓ ରେକର୍ଡ କରି ତୁମକୁ ଭାଇରାଲ କରି ଦେବୁ | ମହିଳା ଅତିରିକ୍ତ ତହସିଲଦାର କେମିତି କାନ୍ଦୁଛନ୍ତି ତାହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ପ୍ରଥମେ ତହସିଲଦାର କାର୍ଯ୍ୟାଳୟ କୁ ଧୋସେଇ ପଶିଲେ ଆଉ ମହିଳା ଅତିରିକ୍ତ ତହସିଲଦାର କୁ ଦୁର୍ବ୍ୟବହାର କଲେ | ଫାଇନ କଟା ଯିବାକୁ ନେଇ ଏହି ଦାଦାଗିରି ଦେଖିବା ପାଇଁ ମିଳିଛି, କେମିତି ଫାଇନ କାଟିବ ଆମେ ଦେଖିବୁ କହି ଏମିତି ଧମକ କିଛି ଦୃବୃତ୍ତ ମାନେ ଦେଇଛନ୍ତି |


ଯାହାକୁ ନେଇ ମହିଳା ଅତିରିକ୍ତ ତହସିଲଦାର କାନ୍ଦୁ ଥିବାର ଦେଖିବା ପାଇଁ ମିଳିଛନ୍ତି | ଏମିତି ଏକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଅତିରିକ୍ତ ତହସିଲଦାର ଙ୍କ କ୍ଷେତ୍ରରେ ଘଟିଛି | ଖବର ମୁତାବକ ପ୍ରଥମେ ତିନି ଜଣ ଯୁବକ ଜିଲ୍ଲାପାଳ ଙ୍କୁ ଟୁଇଟ କରି କହି ଥିଲେ ନରି ପୁର ଗାଁ ର ଏକ ସ୍ଥାନରୁ ବିନା ଅନୁମତି ରେ ମାଟି ଉଠା ଯାଉଛି | ଯାହାକୁ ଭିତ୍ତି କରି ଜିଲ୍ଲାପାଳ ତହସିଲଦାର ଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଧେଶ ଦେଇ ଥିଲେ |

ଏହାପରେ ତହସିଲଦାର ଏହି ଦାୟିତ୍ୱ ଅତିରିକ୍ତ ତହସିଲଦାର ଙ୍କୁ ଦେଇ ଥିଲେ, ତେବେ ଅତିରିକ୍ତ ତହସିଲଦାର ନରିପୁର ଯାଇଁ ତଦନ୍ତ କରି ଥିଲେ ଏବଂ ମାଟି ଉଠାଉ ଥିବା ଲୋକ ଙ୍କୁ ଅଫିସ ରେ ଆସି ଫାଇନ ଦେଇ ଯିବେ ବୋଲି କହି ଥିଲେ | ହେଲେ ଯେତେ ବେଳେ ଅଫିସ କି ଅତିରିକ୍ତ ତହସିଲଦାର ଫେରୁ ଥିଲେ ସେତେ ବେଳେ ବାଟରେ ଟୁଇଟ କରିଥିବା ତିନି ଜଣ ଯୁବକ ଅଟକାଇ ଥିଲେ ଆଉ ଖୁବ ଅସଭ୍ୟ ଭାଷା ରେ ଅତିରିକ୍ତ ତହସିଲଦାର ଙ୍କୁ ଗାଳି ଦେଇ ଥିଲେ | ଖାଲି ଏତିକି କଥା ନୁହେଁ ବରଂ ପରେ ଅନ୍ୟ ଲୋକ ଙ୍କୁ ଧରି ତହସିଲଦାର ଭିତରେ ପଶି ମଧ୍ୟ ଧମକାଇ ଥିଲେ |

 

ଆଉ କହି ଥିଲେ କି ଆମେ ହେଉଛି ପବ୍ଲିକ ଯାହା ପାରିବୁ ତାହା କରିବୁ ଯାହାକି ଅଫିସ ଭିତରେ କେମିତି ତହସିଲଦାର ଙ୍କୁ ଧମକାଉ ଥିଲେ ତାହାର ଭିଡ଼ିଓ ମଧ୍ୟ ଏବେ ଭାଇରାଲ ହେଉଛି | ଫାଇନ ଦେବା ସହ ତହସିଲଦାର ଙ୍କୁ ଦୁର୍ବ୍ୟବହାର କରୁଛନ୍ତି, ଅଫିସ ରେ ଉପସ୍ଥିତ ଥିବା ଏହି ଲୋକ ମାନେ ହିଁ ମହିଳା ଙ୍କୁ ଦୁର୍ବ୍ୟବହାର କରି ଥିଲେ | ସେପଟେ ଏହି ଘଟଣା କୁ ନେଇ ଆଗରପଡ଼ା ଥାନାରେ ଅତିରିକ୍ତ ତହସିଲଦାର ଏତଲା ଦେଇଛନ୍ତି | ତେବେ ଭୟରେ କାନ୍ଦି କାନ୍ଦି ଏବେ ଅତିରିକ୍ତ ତହସିଲଦାର ଙ୍କର ଦେହ ଅସୁସ୍ଥ ହୋଇ ଯାଇଛି ସେଥିପାଇଁ ସେ ଚିକିତ୍ସିତ ହେଉଛନ୍ତି |

Leave A Reply

Your email address will not be published.