peta safa karibara upaya- ମାତ୍ର ୧୦ ମିନିଟରେ ପେଟ ଜନିତ ସମସ୍ୟା ହୋଇଯିବ ଗାଏବ, ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ 100% ଗ୍ୟାରେଣ୍ଟି…

ମଣିଷ ର ରୋଗ ହେଉଛି ସବୁଠାରୁ ବଡ଼ ଶତ୍ରୁ ଯାହାକି ଏହି ରୋଗ ଦ୍ୱାରା ମଣିଷ ଦୁର୍ବଳ ହୋଇ ଯାଇଥାଏ ଆଉ ଠିକ ଭାବରେ କୌଣସି କାର୍ଯ୍ୟ କରି ପାରେ ନାହିଁ | ସେଥି ମଧ୍ୟରୁ କବଚ ହେଉଛି ଏକ ଅନ୍ୟତମ ଯାହାକି ପେଟରେ ଯଦି କବଚ ଭଳି ସମସ୍ୟା ଦେଖା ଯିବ ତେବେ ମଣିଷ ଅନେକ ରୋଗ ହୋଇ ପାରେ ଆଉ ଯାହା ଦ୍ୱାରା ବ୍ୟକ୍ତି ଖୁବ କଷ୍ଟ ପାଇଥାଏ | ତେବେ ଆଜି ଏଭଳି 3ଟି ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହାଦ୍ୱାରା ଆପଣଙ୍କର କବଚ ଭଳି ସମସ୍ୟା ଦୂର ହୋଇଯିବ |

ଆବଶ୍ୟକୀୟ ଉପକରଣ :-ଜିରା, ଧନିଆ , ଜୁଆଣି,କଳା ଲୁଣ, ହଳଦୀ ଗୁଣ୍ଡ, ଶୁଣ୍ଠି ପାଉଡର,ପୁଦିନା ପାଉଡର, ତ୍ରିଫଳା ପାଉଡର, ଲେମ୍ବୁ ଏବଂ ଜଡ଼ା ତେଲ |

ପ୍ରଥମ ଉପଚାର ପ୍ରସ୍ତୁତି ପ୍ରଣାଳୀ :-

ତେବେ ପ୍ରଥମେ ଆପଣ ଗ୍ୟାସ ରେ ଏକ କଡେଇ ବସାନ୍ତୁ ଆଉ ସେଥିରେ କିଛି କିଛି ଜିରା, ଧଣିଆ ଓ ଜୁଆଣି ନେଇ ତାକୁ ହାଲକା ଭାବରେ ଭାଜି ଦିଅନ୍ତୁ | ଭାଜି ହୋଇ ଗଲା ପରେ ତାକୁ ଗୁଣ୍ଡ କରି ଦିଅନ୍ତୁ, ଏହାପରେ ଏହି ଗୁଣ୍ଡ ରେ ହଳଦୀ ଗୁଣ୍ଡ, କଳା ଲୁଣ, ସୁଣ୍ଠି ପାଉଡର ଓ ପୋଦିନା ପତ୍ର ପକାଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଯାହାଦ୍ୱାରା ଆପଣଙ୍କର ଉପଚାର ଟି ପ୍ରସ୍ତୁତ ହୋଇଯିବ | ତେବେ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ ପାଣି ନିଅନ୍ତୁ ଆଉ ଏକ ଚାମଚ ଏହି ପେଷ୍ଟ କୁ ସେଥିରେ ପକାନ୍ତୁ | ଆଉ 10 ମିନଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ଏହାପରେ ଏହି ପାଣିକୁ ସେବନ କରନ୍ତୁ |

 

ଦ୍ୱିତୀୟ ଉପଚାର ପ୍ରସ୍ତୁତି ପ୍ରଣାଳୀ :-


ଦ୍ଵିତୀୟ ଉପଚାର ପାଇଁ ଆପଣ ମାନେ ପ୍ରଥମେ ଗୋଟିଏ ଗ୍ଲାସ ଗରମ ପାଣି ନିଅନ୍ତୁ ଆଉ ସେଥିରେ ଗୋଟିଏ ଚାମଚ ତ୍ରିଫଳା ପାଉଡର କୁ ମିଶାଇବେ | ଏହାପରେ 10 ମିନିଟ ପରେ ସେହି ମିଶ୍ରଣ କି ସେବନ କରିବେ ଓ ଯାହା ଫଳରେ ପେଟ ସଫା ଭଳି ସମସ୍ୟା ରୁ ମୁକ୍ତି ପାଇପାରିବେ |

ତୃତୀୟ ଉପଚାର ପ୍ରସ୍ତୁତି ପ୍ରଣାଳୀ :-

 


ପ୍ରଥମେ ଏକ ଗ୍ଲାସ ଗରମ ପାଣି ନେବେ ଆଉ ସେଥିରେ ଫାଳେ ଲେମ୍ବୁ ରସ ପକାଇବେ | ଏହାପରେ ସେଥିରେ କଳା ଲୁଣ ଓ ଏକ ଚାମଚ ଜଡ଼ା ତେଲ ମିଶାଇବେ | ପ୍ରତିଦିନ ସକାଳେ ଏକ ଗ୍ଲାସ ଖାଲି ପାଣି ପିଇବେ ଆଉ ଏହାପରେ ଏକ କପ ଏହି ପାଣିକୁ ପିଇବେ ଦେଖିବେ ଆପଣଙ୍କ ପେଟ ସଫା ହୋଇଯିବ ଆଉ କବଚ ଭଳି ସମସ୍ୟା ରୁ ମୁକ୍ତି ପାଇବେ | ଏହି ଉପଚାର କୁ ନିହାତି ଭାବରେ ସେବନ କରନ୍ତୁ ଦେଖିବେ 10 ମିନିଟ ଭିତରେ ଆପଣ ନିଜେ ରେଜଲ୍ଟ ଜାଣି ପାରିବେ |

Leave A Reply

Your email address will not be published.