ହୁମା ମନ୍ଦିର ମାଛ କାଟି ପଥର ହେବା ଘଟଣା…ଜାଣିଲେ ଆପଣ ବି ରହସ୍ୟମୟ ହୋଇ ରହିଯିବେ…ଦୟାକରି ଦେଖନ୍ତୁ ଏହି ସୁନ୍ଦର କାହାଣୀ

ତେବେ ଆଜି ଆମେ ଜାଣିବା ହୁମ ମନ୍ଦିର କେମିତି ବକ୍ର ହେଲା, କଣ ସତରେ କୁଡୋ ମାଛ କୁ କାଟି ଖାଇଲେ ସାଧାରଣ ମଣିଷ ପ୍ରସ୍ତର ପାଲଟି ଯାଏ | ତେବେ ଆସନ୍ତୁ ଜାଣିବା ହୁମ ମନ୍ଦିର ର ରହସ୍ୟ କଣ ରହିଛି | ହେଡେନ ବ୍ଲକ ଏକ ଗ୍ରାମର ଜଣେ ହୋତା ପରିବାର ର ଗୋଟେ ଗାଈ ଥିଲା, ସେହି ଗାଈ କୁ ଚୋରାଇବା ପାଇଁ ଜଣେ ଗାଈ ଚରୁଆଳି ମଧ୍ୟ ଥିଲେ |

ସେ ସବୁଦିନ ସେ ଗାଈ କୁ ମହାନଦୀ କୂଳକୁ ଗାଈ ଚୋରାଇବା ପାଇଁ ଆସୁ ଥିଲେ ଏବଂ ସନ୍ଧ୍ୟା ବେଳେ ସେ ଘରକୁ ଫେରୁ ଥିଲେ | ସବୁ ଠିକ ଚାଲି ଥିଲା କିନ୍ତୁ ଦିନେ ଗାଈ ର ମାଲିକ ଅର୍ଥାତ ହୋତା ବାବୁ ଅନୁମାନ କଲେ ଯେ ଗାଈ ର କ୍ଷୀର ଦେବାର ପରିମାଣ ଧୀରେ ଧୀରେ କମିବାରେ ଲାଗିଛି |

 


ସେ ସଙ୍ଗେ ସଙ୍ଗେ ଗାଈ ଚରୁଆଳି କୁ ପ୍ରଶ୍ନ କଲେ ଯେ ଗାଈ ର ଏମିତି କ୍ଷୀରର ପରିମାଣ ଆପେ ଆପେ କମି ଯାଉଛି | ଏମିତି କହି ନିଜେ ହୋତା ବାବୁ ସେ ଗାଈ ର ଲାଞ୍ଜ କୁ ଧରି ନିଜେ ଗାଈ ଚୋରାଇବା ପାଇଁ ଗଲେ | ଏମିତି ଯିବା ବାଟରେ ସେ ଅନୁଧ୍ୟାନ କଲେ ଯେ ଗାଈଟି ମହାନଦୀ ର ଆରପାରିକୁ ଯାଏ ଆଉ ଗାଈଟି ଏକ ପ୍ରସ୍ତର ଉପରେ ଠିଆ ହୋଇ କ୍ଷୀର ଦିଏ ଅର୍ଥାତ ସେହି ପ୍ରସ୍ତର ଉପରେ ଆପେ ଆପେ କ୍ଷୀର ପଡ଼େ |

ହୋତା ବାବୁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ ଆଉ ଭାବିଲେ କି ଏଠି ମହାଦେବ ଉଭା ହୋଇଛନ୍ତି ଏବଂ ସେହି ପ୍ରସ୍ତର ଟି ମଧ୍ୟ ଦେଖିବା ପାଇଁ ଲିଙ୍ଗ ଭଳି ହୋଇ ଥିଲା | ସେହି ଦିନ ଠାରୁ ସେହି ଗାଈ କୁ ଆଉ ମନା କଲେ ନାହିଁ ଏବଂ ନିଜେ ପୂଜା ଅର୍ଚନା ମଧ୍ୟ କଲେ |


ଏମିତି କିଛି ଦିନ ଗଲା ତାଙ୍କ ପୂଜା କରିବାର କଥା ସମ୍ବଲପୁରର ରାଜା ବଳଦେବ ରାମଙ୍କ କାନରେ ବାଜିଲା ଏବଂ ସ୍ୱୟଂ ବଳଦେବରାମ ସେହି ସ୍ଥାନକୁ ଭ୍ରମଣ କରିବା ପାଇଁ ଆସିଲେ | ଏମିତି କିଛି ଦିନ ଗଲା ଆଉ ରାଜାଙ୍କୁ ସ୍ୱପ୍ନ ହେଲା, ସ୍ୱପ୍ନ ରେ ଶିବ ଶଙ୍କର ଆସି କହିଲେ କି ଯେ ମତେ ତୁ ଏହି ସ୍ଥାନରେ ପୂଜା କର ଏବଂ ମୋର ଏକ ଭବ୍ୟ ମନ୍ଦିର ନିର୍ମାଣ କର |

ଏତିକି ଶୁଣି ରାଜା ମନ୍ଦିର ନିର୍ମାଣ କାର୍ଯ୍ୟ ରେ ଲାଗି ପଡିଲେ ଏମିତି ଅନେକ ଦିନ ଗଲା ଆଉ ମନ୍ଦିର ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ସମାପ୍ତ ହେଲା | ସାଧାରଣତଃ ଆପଣ ମାନେ ଜାଣି ଥିବେ କି ଗୋଟିଏ ଗାଈ କିମ୍ୱା ବଳଦ ହୁମା ହୁମା କରି ଶବ୍ଦ ଉଚ୍ଚାରଣ କରିଥାଏ, ଆଉ ସେହି ହୁମା ହୁମା ରୁ ମନ୍ଦିର ର ନାଁ ହୁମା ହେଲା | ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରଭୁ ଶିବ ଶଙ୍କର ଏହି ମନ୍ଦିର ରେ ପୂଜା ପାଉଛନ୍ତି |

ସ୍ଥାନୀୟ ଲୋକ ଙ୍କ ମତରେ ଥରେ ଜଣେ ମହିଳା ତାଙ୍କ ସ୍ୱାମୀ ଙ୍କ ସାଥିରେ ମାଛ ଧରିବା ପାଇଁ ହୁମା ମନ୍ଦିର ନିକଟସ୍ଥ ମହାନଦୀ ରେ ଜାଲ ପକାଇ ମାଛ ଧରୁ ଥିଲେ | ଏହାପରେ କୁଡୋ ମାଛ ଧରି ଆଣି ଯେତେ ବେଳେ ସେହି ମାଛକୁ ପନିକି ରେ କାଟିବା ପାଇଁ ପ୍ରଚେଷ୍ଟା କଲେ ସେତେ ବେଳେ ସେହି ମହିଳା ଜଣଙ୍କ ସ୍ୱ ଶରୀର ପ୍ରସ୍ତର ପାଲଟି ଯାଇ ଥିଲା | ଏ ହେଉଛି ମନ୍ଦିରର ଏକ ରୋଚକ ରହସ୍ୟ | ତେବେ କିଛି ଲୋକ ଙ୍କ ମତରେ ହୁମା ମନ୍ଦିର ଯେତେବେଳେ ନିର୍ମାଣ ହୋଇ ଥିଲା ତାକୁ ସେତେବେଳେ ବନ୍ୟା ର ସ୍ଥିତିକୁ ଆଖି ଆଗରେ ରଖି ବକ୍ର ରଖାଯାଇ ଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.