ଦେଖନ୍ତୁ ଭିଡିଓ ! ପ୍ରଜ୍ଞା ଭାଈ ସୁନନ୍ଦା ଭାଉଜ ଙ୍କ ନୂଆ ଘର ପ୍ରତିଷ୍ଠା….ସ୍ବପ୍ନ ହେଲା ପୂରଣ…ଦେଖନ୍ତୁ କଣ କହିଲେ ପ୍ରଜ୍ଞା ଓ ତାଙ୍କ ସ୍ତ୍ରୀ

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ହୋଇ ରହିଛନ୍ତି ଯାହାଙ୍କର ଅଭିନୟ ମାଧ୍ୟମ ରେ ସମସ୍ତ ଦର୍ଶକ ଭଲ ପାଇବା ଡୋରି ରେ ବାନ୍ଧି ହୋଇ ଅଛନ୍ତି | ତେବେ ଏହି କଳାକାର ଙ୍କର ଜୀବନ ସାଧାରଣ ଲୋକ ଙ୍କ ଠାରୁ ଭିନ୍ନ ହୋଇ ଥାଏ ଅର୍ଥାତ ଏମାନେ ପ୍ରାୟତଃ ଷ୍ଟାଇଲିସ ଜୀବନ ଯାପନ କରି ଥାଆନ୍ତି | ପ୍ରତେକ ଦର୍ଶକ ଙ୍କର ନିହାତି ଭାବରେ କେହି ନା କେହି ପ୍ରିୟ କଳାକାର ରହି ଥାଆନ୍ତି ଯାହାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ଅଥବା କିଛି ଭିଡ଼ିଓ ହେଉ ତାହା ଦେଖିବା ପାଇଁ ଖୁବ ଆଗ୍ରହ ପ୍ରକାଶ କରି ଥାଆନ୍ତି |


ତେବେ ଆପଣ ଓଲିଓଡ଼ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ପ୍ରଜ୍ଞା ଓ ଅଭିନେତ୍ରୀ ସୁନନ୍ଦା ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ | ପ୍ରଜ୍ଞା ଯିଏ କି ନିଜ ଅଭିନୟ ମାଧ୍ୟମ ରେ ଲୋକ ଙ୍କ ମୁହଁରେ ହସ ଆଣି ଦେଇ ଥାଆନ୍ତି, ସେ ଅନେକ ଫିଲ୍ମ ରେ କାମ କରିଛନ୍ତି ଆଉ ଅନେକ କମେଡି ସୋ ରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଛି | ସେ ଅଭିନୟ ଏତେ ନିଖୁଣ ଭାବରେ ଲିଭାଇ ଥାଆନ୍ତି କି ତାଙ୍କ କଥାରେ ହିଁ ଲୋକ ମୁହଁରେ ହସ ଚାଲି ଆସିଥାଏ | ସେଭଳି ଭାବରେ ସୁନନ୍ଦା ମଧ୍ୟ ଅନେକ ଫିଲ୍ମ ରେ କାମ କରିବା ସହିତ ସିରିଏଲ ରେ ମଧ୍ୟ କାମ କରୁଛନ୍ତି |

ଆପଣ ତ ଜାଣିଛନ୍ତି ଉଭୟ ଙ୍କର ପ୍ରେମ ବିବାହ ହୋଇ ଥିଲା ଆଉ ବିବାହ ପରେ ପ୍ରାୟ ସମୟରେ ଉଭୟ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ ପୁଣି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଥିରେ ଦେଖିବା ପାଇଁ ମିଳିଛି କି ସୁନନ୍ଦା ଙ୍କର ବାପ ଘର ଅର୍ଥାତ ପ୍ରଜ୍ଞା ଙ୍କର ଶଶୁର ନୂଆ ଘର ପ୍ରତିଷ୍ଠା ହେଉଛି | ସୁନନ୍ଦା ଙ୍କର ବାପ ଘର କାମ ସାରି ଯାଇଛି ଆଉ ଏବେ ହେଉଛି ତାଙ୍କ ଘରର ପ୍ରତିଷ୍ଠା, ତେବେ ଏହି ଘର ପ୍ରତିଷ୍ଠା ରେ ସୁନନ୍ଦା ଓ ପ୍ରଜ୍ଞା ମଧ୍ୟ ଯୋଗ ଦେଇଛନ୍ତି |

ଏଥିରେ ଦେଖିବା ପାଇଁ ମିଳିଛି କି ପ୍ରଜ୍ଞା ଘରର ପ୍ରତିଷ୍ଠା କାର୍ଯ୍ୟ ରେ ଅନେକ ସାହାଯ୍ୟ ସହଯୋଗ କରିଛନ୍ତି, ଯେମିତି କି ଘର କୁ ଫୁଲ ରେ ସଜାଇବା, ଲୋକ ଙ୍କୁ ଖାଇବା ଦେବା, ଫଳମୂଳ ପ୍ରସ୍ତୁତ କରିବା ଏମିତି ଅନେକ କାମ ରେ ତାଙ୍କୁ ଦେଖିବା ପାଇଁ ମିଳିଛି | ସେହିଭଳି ଭାବରେ ସୁନନ୍ଦା ମଧ୍ୟ ଲୋକ ମାନଙ୍କୁ ଖାଇବା ବଢ଼ି ଦେବା ଏମିତି ଅନେକ କାମ କରିଛନ୍ତି | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ତାଙ୍କର ଦର୍ଶକ ଖୁସି ପ୍ରଶଂସା କରିଛନ୍ତି ଏବଂ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

Leave A Reply

Your email address will not be published.