Parlour କୁ ଯାଇ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ .. ଘରେ ହିଁ କରିବା Pedicure ଆସନ୍ତୁ.100% ଗ୍ୟାରେଣ୍ଟି

ଆଜିକା ସମୟରେ ସମସ୍ତେ ନିଜ ନିଜକୁ କେମିତି ସୁନ୍ଦର ରଖିବେ ତା ପ୍ରତି ଧ୍ୟାନ ଦିଅନ୍ତି। ଆଉ ସେହି ସବୁ ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିବା ସହ ପାର୍ଲର ଯାଇଥାନ୍ତି। ତେବେ ସେଥିମଧ୍ୟରୁ ପେଡିକିୟର ହେଉଛି ଗୋଟିଏ। ପେଡିକିୟର ପାଇଁ ପ୍ରାୟତଃ ଝିଅ ମାନେ ପାର୍ଲର ଯାଇ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ତାହା ଘରେ କିପରି ଯେମିତି ଆଉ ପାର୍ଲର ଯିବା ପାଇଁ ପଡ଼ିବ ନାହିଁ।

ତେବେ ଯଦି ଆପଣ ପାଦର ଆଙ୍ଗୁଠି ରେ କିଛି ପିନ୍ଧିଥିବେ ବା ଯଦି ନେଲ୍ ପଲିସି ଲଗେଇଥିବେ ତାହେଲେ ତାକୁ ସଫା କରିଦେବେ। ଆଉ ଯେଉଁ ଉପାୟଟି କହିବି ଯଦି ଆପଣ କରିବେ ତାହେଲେ ଆପଣଙ୍କୁ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ପାଦର ଯତ୍ନ ନେବା ପାଇଁ ପଡ଼ିବ ନାହିଁ। ବହୁତ ପ୍ଲେନ୍ ଦେଖାଯାଏ।


ପ୍ରଥମେ ଆପଣ ଏକ ବଡ଼ ପାତ୍ର ରେ ଉଷୁମ ପାଣି ନେବେ, ଆଉ ସେଥିରେ କିଛି ଲୁଣ ପକେଇବେ। ଲୁଣ ପାଦକୁ ସଫା କରିବାରେ ବହୁତ ସାହାଯ୍ୟ କରିଥାଏ। ଆପଣଙ୍କ ପାଦକୁ ବି ଆରାମ ଦେଇଥାଏ। ଆଉ ସେଥିରେ ବେକିଂସୋଡ଼ା ବି ଦେବେ। ତାପରେ ସେହି ପାଣିରେ ଫାଳେ ଲେମ୍ବୁ ରସ ଚିପୁଡ଼ି ଦେବେ।

ଏହା ସହିତ ଆପଣ ସେଥିରେ ଶେମ୍ପୁ ବ୍ୟବହାର କରିବେ, ଆପଣ ଏଥିରେ କ୍ଲିନିକ୍ ପ୍ଲସ୍ ଶେମ୍ପୁ ବ୍ୟବହାର କରି ପାରିବେ। କାରଣ ସେଥିରେ ବେଶି ସଫା ହୁଏ। ହାଇଡ୍ରୋଜେନ୍ ପାରାକ୍ସସାଇଡ଼୍ ଦୁଇ ଚାମଚ ମିଶେଇବେ ସେହି ପାଣିରେ। ତାପରେ ସେଥିରେ ଦୁଇ ପାଦକୁ ବୁଡ଼େଇ ପାଦରେ ଗୋଳେଇ ମିକ୍ସ କରି ଦିଅନ୍ତୁ। ପାଦକୁ ଆପଣ ପାଣିରେ ୧୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ।

ପାଦ ଆମ ଶରୀର ର ଏକ ମେନ୍ ପାର୍ଟ। କାହିଁକିନା ଆମ ପାଦ ପୁରା ବଡିର ଓଜନକୁ ଉଠାଇଥାଏ। ତେଣୁ ସବୁବେଳେ ପାଦର ଯତ୍ନ ନେବା ଦରକାର। କାହିଁକିନା କୁହାଯାଏ ସବୁ ରୋଗ ପାଦରୁ ହିଁ ଯାଇଥାଏ। ତେଣୁ ପାଦକୁ ସବୁବେଳେ ସଫା ରଖିବା ଉଚିତ୍। ଆଉ ଝିଅ ମାନେ ସବୁବେଳେ ନିଜ ପାଦକୁ ସଜେଇ ରଖିବା ଉଚିତ୍। ତାପରେ ପାଦକୁ ପାଣିରୁ ବାହାର କରି କିଛି ବେକିଂସୋଡ଼ା ରେ ଫାଳେ ଲେମ୍ବୁ କୁ ଚିପୁଡ଼ି ଦେବେ। ତାପରେ ଏକ ବ୍ରଶ୍ ସାହାଯ୍ୟରେ ମିକ୍ସ କରି ସେହି ବ୍ରସ୍ ଦ୍ୱାରା ପୁରା ପାଦରେ ଲଗେଇ ଦିଅନ୍ତୁ ।ହାତରେ ବି ଭଲ ଭାବରେ ମାଲିସ୍ କରି ପାରିବେ। ଆଉ ନଖ ଭିତରେ କିମ୍ବା ନଖ ପାଖରେ ଯାହା ମଳି ଥାଏ ତାହାକୁ ପରିଷ୍କାର କରିଦେବେ।

ତାପରେ ଆପଣ ସେହି ପାଣିରେ ଆଉ ଥରେ ଗୋଡ଼କୁ ବୁଡ଼େଇ ନିଅନ୍ତୁ। ଏହାପରେ ଆପଣ ଆଉ ଗୋଟିଏ ପାତ୍ରରେ ଅଲଗା ପାଣି ନେଇ ସେଥିରେ ଗ୍ଲିସେରିନ୍ ପକାଇ ଗୋଡ଼କୁ ବୁଡ଼ାନ୍ତୁ। ଏହା କରିବା ଦ୍ୱାରା ପାଦ ସଫ୍ଟ ହୋଇଥାଏ ଡ୍ରାଏ ଲାଗେ ନାହିଁ। ଏହାକୁ ଆପଣ ୫ ମିନିଟ୍ ପର୍ଯ୍ୟନ୍ତ ରଖି ଧୋଇବେ। ତାପରେ ଆପଣ ପାଦକୁ ଏକ କପଡ଼ାରେ ପୋଛି ଯେ କୌଣସି ମୋଏଶ୍ଚାରାଇଜର ଲଗାନ୍ତୁ। ତାପରେ ଦେଖିବେ ଆପଣଙ୍କ ପାଦ ପୁରା ସଫା ଦେଖାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.