Ajira anuchinta – ବିଲେଇ ଓ କୁକୁର ନଥିବା ଘରେ ଝିଅ ବିବାହ ଦେଉଛନ୍ତି କି ??/ନିଶ୍ଚିତ ପଢନ୍ତୁ ନଚେତ୍ ଆପଣ ବି ଭୁଲ କରିପାରନ୍ତି

ଗୋଟିଏ ଗାଁ ରେ ଜଣେ ବ୍ୟବସାୟୀ ଥାଆନ୍ତି ତାଙ୍କ ନାଁ ହେଉଛି ଗୋବିନ୍ଦ ତାଙ୍କ ନାଁ ଯେମିତି ତାଙ୍କ ଗୁଣ ବି ସେମିତି | କିନ୍ତୁ ତାଙ୍କର ଗୋଟିଏ ସୁନ୍ଦରୀ ଝିଅ ଟିଏ ବି ଥାଏ ଗୁଣ ଯେମିତି ରୂପ ବି ସେମିତି, ହେଲେ ଗୋବିନ୍ଦ ସବୁବେଳେ ଚିନ୍ତା କରନ୍ତି କି ମୋର ତ କେହି ପୁଅ ନାହାଁନ୍ତି ତେଣୁ ମୋ ଝିଅକୁ ମୁଁ ଯାହା ସହିତ ବାହାଘର କରିବି ସେ ସେମିତି ପିଲା ଟିଏ ହୋଇ ଥିବା ଦରକାର | କାରଣ ମୋ ଝିଅ ଯଦି ଦୁଃଖ ପାଇଲା ମୁଁ ଏପଟେ ଥାଇକି ଦୁଃଖ କରିବି, ଏମିତି ଗୋବିନ୍ଦ ଚିନ୍ତା କରି କରି ବସିଛନ୍ତି ଏତିକି ବେଳେ ଜଣେ ସାଧୁ ମହାତ୍ମା ତାଙ୍କ ଘରେ ଆସି ପହଞ୍ଚିଲେ |

ଗୋବିନ୍ଦ ଦେଖିଲେ କି ସାଧୁ ମହାତ୍ମା ଆସିଛନ୍ତି ଆଉ ତାଙ୍କର ପାଦ ଧୋଇକି ଆସନ ପକାଇ ତାଙ୍କୁ ବସାଇ ଦେଲେ | ତାପରେ ଝିଅକୁ ଡାକିଲେ ମା ରେ ସାଧୁ ଆସିଛନ୍ତି ଆ ମୁଣ୍ଡିଆ ମାରିବୁ, ଏହାପରେ ଝିଅଟିଏ ଆସି ସାଧୁଙ୍କୁ ମୁଣ୍ଡିଆ ମାରିଲା ଆଉ ସାଧୁ କଲ୍ୟାଣ କଲେ |


ଏହାପରେ ଗୋବିନ୍ଦ ସାଧୁ କୁ ପଚାରିଲେ ଆଜ୍ଞା ମୋ ଝିଅର କପାଳ ଆଉ ହାତ ଟିକେ ଦେଖିଲ ମୋ ଝିଅର ଭଲରେ ବାହାଘର ହେବ ତ | ଏହାପରେ ସାଧୁ କହିଲେ ହଁ ତମ ଝିଅର ଭଲ ଜାଗାରେ ବାହାଘର ହେବ ସ୍ୱାମୀ ସୁଖ ବି ପାଇବ କିନ୍ତୁ ଦୁଇଟା କଥା କହୁଛି ମନେ ରଖି ଥାଅ ଯାହାକୁ ଦେଖିକି ଝିଅର ବାହାଘର କରାଇବ |

ପ୍ରଥମ କଥାଟି ହେଉଛି ଯେଉଁ ପୁଅ ଘରେ କୁକୁର ବିଲେଇ ନଥିବ ସେଠିକି ଝିଅ ଦେବ ନାହିଁ, ଆଉ ଦ୍ୱିତୀୟ କଥାଟି ହେଉଛି ଯିଏ ତମ ଝିଅର ପାଣି ଗ୍ରହଣ କରିବ ବା ଯିଏ ତାର ବର ହେବ ତାକୁ ଘରକୁ ଡାକିବ ଆଉ ଖାଇବାକୁ ଦେବ | ତା ଖାଇବାରୁ ଲକ୍ଷ୍ୟ କରିବ ପିଲାର ଚରିତ୍ର କେମିତି ପ୍ରକୃତି କେମିତି ଏବଂ ତାକୁ ଦଶଟା ଦୋଷ ମୋ ଝିଅର ସହିବ ନା ନାହିଁ ପଚାରିବ | ଏତିକି କରି ସାର ଯୋଉଠି ମନ ମାନିବ ସେହି ଠାରେ ବାହାଘର କରାଇବ |


ଏହାପରେ ଝିଅର ବାପ ତା ପିଲା ଦିନର ଏକ ସାଙ୍ଗ ଯାହାର ନାଁ ହେଉଛି ରାଧାକୃଷ୍ଣ, ସେ ଦିନେ ପଚାରିଲା କି ଝିଅ ତୋର ଏତେ ବଡ଼ ହେଲାଣି ତା ବାହାଘର କରିବୁ ନାଁ ନାହିଁ | ଏହାପରେ ଗୋବିନ୍ଦ ସାଧୁ କହିଥିବା କଥାକୁ ରାଧାକୃଷ୍ଣ ଙ୍କୁ ଜଣାଇଲେ | ଏହାପରେ ସାଙ୍ଗ କହୁଛନ୍ତି କି ମୋର ଜଣେ ଦୂର ସମ୍ପର୍କୀୟ ଭଣଜା ଟିଏ ଅଛି ଆଉ ସେ ବହୁତ ପାଠ ପଢ଼ିଛି ବହୁତ ଜ୍ଞାନୀ ଆଉ ବହୁତ ବୁଦ୍ଧିମାନ ତାର ନାମ ହେଉଛି ରମେଶ ଯଦି କହିବ ମୁଁ ତାକୁ ଡକେଇବି |

ଏହାପରେ ଗୋବିନ୍ଦ ରାଜି ହୋଇ ପିଲାର ଘରକୁ ଗଲେ ଆଉ ସେଠାରେ ଦେଖିଲେ କି କୁକୁର ଟିଏ ବନ୍ଧା ହୋଇଛି ଆଉ ବିଲେଇ ମଧ୍ୟ ଅଛି, ଏହା ଦେଖି କହି ଦେଇକି ଆସିଲେ କି ଆସନ୍ତା କାଲି ରମେଶ କୁ ପଠେଇବ ଆମ ଘରକୁ ଖାଇବା ପାଇଁ ଯିବେ |

ଏହାପରେ ରମେଶ ଆସିଲେ ଆଉ ଜ୍ୱାଇଁ ଚର୍ଚ୍ଚା ପାଇଁ ବିଭିନ୍ନ ପ୍ରକାର ରୋଷେଇ ମଧ୍ୟ ହୋଇ ଥାଏ, ଖାଇବା ବଢ଼ା ହେବା ପରେ ରମେଶ କୁ ଆସନ ରେ ବସିବା ପାଇଁ କହିଲେ | କିନ୍ତୁ ରମେଶ ଆସନ ରେ ନ ବସି କହିଲେ କି ନାଇଁ ଆଜ୍ଞା ମୁଁ ଏତେ ଖାଇ ପାରିବି ନାହିଁ |

ଆଉ କହିଲେ କି ଖାଦ୍ୟ ନଷ୍ଟ କରିବା କଥା ନୁହେଁ ଖାଦ୍ୟ ହେଉଛି ମା ଲକ୍ଷ୍ମୀ ତେଣୁ ମୁଁ ଯେତିକି ଖାଇବି ସେତିକି ନେଉଛି ଆଉ ବାକି ତକ କାଢି ନେଇ ଯାଅ | ଏହାପରେ ଖାଇବା ପାଖରେ ବସି ରମେଶ ପ୍ରଥମେ ପାଣି ଧରି ଚଳୁ କଲା ଆଉ ଚଳୁ କରିବା ପରେ ଖାଇବା ଆରମ୍ଭ କଲା | ଏହାପରେ ଦୁଇ ଥର ଖାଇ ସାରିବା ପରେ ରମେଶ କହିଲେ କି ଆଜ୍ଞା କିଛି ଭାବିବେ ନାହିଁ ଏଇ ତରକାରୀ ସୁଆଦ ହୋଇଛି କିନ୍ତୁ ଏହି ତରକାରୀ ଟା ଭଲ ଲାଗୁ ନାହିଁ | ଏହାପରେ ରମେଶ ଖାଇ ସାରିଲେ ଆଉ ଖାଇ ସାରିବା ପରେ ଗୋବିନ୍ଦ ପଚାରିଲେ କି ଯଦି ମୁଁ ମୋ ଝିଅକୁ ଦେଲି ତେବେ ତମେ ମୋ ଝିଅର ଦଶଟା ଦୋଷ କୁ ଧରିବ ନାହିଁ |

 


ରମେଶ ପଚାରିଲେ କି କେଉଁ ଦୋଷ, ଏହାପରେ ଗୋବିନ୍ଦ କହିଲେ କି ମୋ ଝିଅ ଯଦି ମୁଖର ହେଲା, ଦୁଷ୍ଟ ହେଲା, ଲାଜ ସରମ ନରଖି ଯଦି ନିର୍ଲଜ ହେଲା, ତମ ଘରୁ ଚୋରି କଲା, ଡାହାଣୀ ବୁଦ୍ଧି ହେଲା ଅର୍ଥାତ ଯଦି ରୋଷେଇ କରୁ କରୁ ଖାଇ ଦେଲା, ଯଦି ଵ୍ୟଭିଚାରିଣୀ ହେଲା, ଯଦି କୁଆଡେ କାହା ସହିତ ଚାଲି ଗଲା ତେବେ କିଛି କହିବ ନାହିଁ | ଏହି ସବୁ କହି ସାରିବା ପରେ ରମେଶ ପଚାରିଲା ଯଦି ଏହି ଗୁଣ ତମ ଝିଅ ଭିତରେ ଅଛି ତେବେ ତାକୁ ବାହାଘର କରାଇବା ଉଚିତ ନୁହେଁ ତାକୁ ଆପଣ ମାରି ଦେବା କଥା | ଯଦି ଜଣେ ସ୍ୱାମୀ ତା ସ୍ତ୍ରୀକୁ ବଦଳାଇ ନ ପାରିବ ତାହେଲେ ତା ଛୁଆ ମାନଙ୍କୁ ସେ ମଣିଷ କରିବ କେମିତି |

ଯଦି ମୁଁ ଠିକ ଅଛି ତାହେଲେ ସେହି 10ଟା ଦୁର୍ଗୁଣ ସୁଗୁଣ ରେ ପରିବର୍ତ୍ତନ କରି ଦେବି, ଏହା ଶୁଣି ଗୋବିନ୍ଦ ବାହାଘର ପକ୍କା କରି ଦେଲେ | ଏହାପରେ ଗୋବିନ୍ଦ ଙ୍କର ସାଙ୍ଗ ରାଧାକୃଷ୍ଣ ପଚାରିଲେ କି ସବୁ ଠିକ ଅଛି କିନ୍ତୁ କୁକୁର ବିଲେଇ ଘରେ କଣ ପାଇଁ ଦେଖୁଛ | ଏହାପରେ ଗୋବିନ୍ଦ କହିଲେ କି ସାଧୁ ମତେ ଏହାର ଅର୍ଥ ବି କହି ଥିଲେ, ଯେଉଁ ଲୋକର ଜମିବାଡ଼ି ଥିବ ଚାଷବାସ କରୁଥିବ ଧାନ ଚାଉଳ ଘରେ ଥିବ ତାଘରେ ଅଲବତ ମୂଷା ଥିବେ ଆଉ ମୂଷା କୁ ମାରିବା ପାଇଁ ସେ ନିଶ୍ଚୟ ବିଲେଇ ରଖୁ ଥିବେ | ଆଉ ଯାହା ଘରେ ବିଲେଇ ନଥିବ ଜାଣିବ ତାର ଜମିବାଡ଼ି ନାହିଁ, ଆଉ ଯଦି ଲୋକର ଧନ ସମ୍ପତ୍ତି ଥିବ ତେବେ ଚୋର ଜଗାଇବା ପାଇଁ ସେ କୁକୁର ରଖି ଥିବ | ତେଣୁ କରି ବୁଝି ନେବ ଯଦି ଘରେ କୁକୁର ବିଲେଇ ନଥିବ ତେବେ ତାର ଜମିବାଡ଼ି ନାହିଁ କି ଧନ ସମ୍ପତ୍ତି ବି ନାହିଁ |

Leave A Reply

Your email address will not be published.