ତେବେ ଆପଣ ମାନେ ସମସ୍ତ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ସବୁବେଳେ ଦେଖିବାକୁ ମିଳିଥାଏ ।ତେବେ ବିଶେଷ କରିକି ଯେତେବେଳେ ଶୀତ ଦିନର କଥା ଆସେ ସେତେବେଳେ ତୁଣ୍ଡ ଘା ହେଇଯିବା ଭଳି ସମସ୍ୟମାନ ଅନେକ ସମୟରେ ଉପୁଜିବାକୁ ଲାଗିଥାଏ ବୋଲି କୁହାଯାଉଛି ।
ତେବେ ଆଜି ଆମେ ସେହି ଭଳି କିଛି କଥା ବିଷୟରେ ଆଲୋଚନା କରିବାକୁ ଯାଉଛି ତାହା ହେଉଛି ଶୀତ ଦିନେ ତୁଣ୍ଡ ଘା ଜନିତ ସମସ୍ୟା ମାନ ଆମ ଶରୀରରେ ଦେଖା ଯାଇଥାଏ ଓ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କଣ ସବୁ ଉପାୟ ମାନ ରହିଛି । ତୁଣ୍ଡ ଘା ହେଲେ ବ୍ୟକ୍ତି ବହୁତ କଷ୍ଟ ପାଇଥାଏ। ସେ କିଛି ଖାଇପାରେ ନାହିଁ, ଯାହା ଖାଇଲେ ବହୁତ ଯନ୍ତ୍ରଣା ହୁଏ। ତାହେଲେ ତୁଣ୍ଡ ଘା ର କାରଣ, ଚିକିତ୍ସା ଓ ଉପଚାର ବିଷୟରେ ଜାଣିବା ।
ତୁଣ୍ଡ ଘା ହବାର କାରଣ-
ସାଧାରଣତଃ ପାଟି ଘା କହିଲେ ଆମ ପାଟି ଭିତରେ ହାଡ଼ ଟିସୁ ଅର୍ଥାତ ଦାନ୍ତକୁ ଛାଡି ଦେଲେ ଆମ ପାଟିରେ ଯେ କୌଣସି ସ୍ଥାନରେ ଲିଜନ ହେଲେ ତାହାକୁ ତୁଣ୍ଡ ଘା ବୋଲି କୁହାଯାଏ ।ଯଦି ଆପଣଙ୍କ ଦାନ୍ତ ସାରଫ ଥାଏ ତେବେ ତାହା ଦୁଇ ଦାନ୍ତ ମଧ୍ୟରେ ଚୂବେଇ ହୋଇ ଘା ହୋଇଯାଏ, ଏହା ଛଡା ଆମ ଶରୀରରେ ବେଳେ ବେଳେ ଭିଟାମିନ ଅଭାବ ହେଲେ ମଧ୍ୟ ତୁଣ୍ଡ ଘା ହୋଇଥାଏ ।
-ଆମର ଖାଦ୍ୟର ଅଭାବ କାରଣରୁ ଅର୍ଥାତ ଉପଯୁକ୍ତ ଭିଟାମିନ ଜାତୀୟ ଖାଦ୍ୟ ନଖାଇଲେ ମଧ୍ୟ ତୁଣ୍ଡ ଘା ପରି ସମସ୍ୟା ଦେଖାଯାଏ ।
ଚିକିତ୍ସା –
ସାଧାରଣତଃ ତୁଣ୍ଡ ଘା ହେଲେ ତାହା ସାତ ଦିନ ଭିତରେ ଠିକ ହୋଇଯାଏ ଯଦି ଏହି ହିଲିଙ୍ଗ ଭଲ ନହୁଏ ତେବେ ଆପଣ ଏହାକୁ ଜଣେ ଡେଣ୍ଟିଷ୍ଟକୁ ଭିଜିଟି କରି ତାହାର ପ୍ରପୋର ଡାଇଗ୍ନୋସିସ କରି ତାହାର ଚିକିତ୍ସା କରିବା ଆବଶ୍ୟକ ।ତୁଣ୍ଡ ଘା ହେବାର ପ୍ରକୃତ କାରଣ ବାହାର କରି ତାର ସମାଧାନ କରିବା ନିହାତି ଆବଶ୍ୟକ, ଯଦି ଏହି ସମସ୍ୟା ଦାନ୍ତ କାରଣରୁ ହୋଇଥାଏ ତେବେ ଡାକ୍ତରଙ୍କୁ କହି ଦାନ୍ତର ଗ୍ରାଇଣ୍ଡୀଙ୍ଗ କରିନେବା ଉଚିତ ।ଏହି ସମସ୍ୟାକୁ ଆପଣ ଅଧିକ ଦିନ ଯାଏ ରଖିବେ ନାହିଁ ତାହାକୁ ନହେଲେ ଏହା କ୍ୟାନସର ଭଳି ମାରାତ୍ମକ ହୋଇପାରେ ।ତେଣୁ ଏହି ସମସ୍ୟା ଦେଖାଗଲେ ଆପଣ ଡାକ୍ତର ପରାମର୍ଶ ନେଇ ପ୍ରପର ଚିକିତ୍ସା କରନ୍ତୁ ।
-ଅଧିକାଂଶ ସମୟରେ ଯଦି ବ୍ୟକ୍ତିର ଡାଇବେଟିସ ଥାଏ ତେବେ ତାହାର ଆଲସାର ହିଲିଙ୍ଗ ଶୀଘ୍ର ପୂରଣ ହୋଇନଥାଏ ତେଣୁ ଏଥିପାଇଁ ତାଙ୍କୁ ପ୍ରପର ମେଡିକେସନ ସହିତ ଡାଇବେଟିସ ପରୀକ୍ଷା କରି ଔଷଧ ଦେବା ଆବଶ୍ୟକ ।
ଉପଚାର –
ଆପଣ ପ୍ରତ୍ୟେକ ଦିନ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ସହିତ ଯଦି ନିଜ ପାଟିର ପ୍ରପର ଯତ୍ନ ନେବେ ତେବେ ଆପଣକୁ ତୁଣ୍ଡ ଘା ହେବା ନାହିଁ ।ତାହା ସହିତ ଆପଣ କେବେ କୌଣସି ନିଶା ଦ୍ରବ୍ୟ ଯଥା -ପାନ, ବିଡି, ସିଗାରେଟ ଆଦି ଖରାପ ଅଭ୍ୟାସ କରନ୍ତୁ ନାହିଁ, ଏହିପରି କଲେ ମଧ୍ୟ ଆପଣକୁ ତୁଣ୍ଡ ଘା ହୋଇନଥାଏ ।