ଦେଖନ୍ତୁ EXCLUSIVE :ଭିଡିଓ ବାରବାଟୀ ଗ୍ରାଉଣ୍ଡକୁ ବଲିଓଡ଼ ସୁପରଷ୍ଟାର ରଣବୀର ସିଂ ଙ୍କ ଦମଦାର ଏଣ୍ଟ୍ରି | ଏହି ଦୃଶ୍ୟ ଥରେ ଦେଖିଲେ ଶହେ ଥର ଦେଖିବାକୁ ଇଚ୍ଛା ହେବ !

ତେବେ ଆପଣ ତ ଜାଣିଛନ୍ତି ବର୍ତ୍ତମାନ 2023 ବିଶ୍ୱକପ ହକି ଖେଳ ହେବା ପାଇଁ ଯାଉଛି ଯାହାକି ପୁରା ଓଡ଼ିଶା ରେ ଏବେ ଯେମିତି ଉତ୍ସାହ ଖେଳି ଯାଇଛି | ତେବେ ଗତ କାଲି ବାରବାଟୀ ଗ୍ରାଉଣ୍ଡ ରେ ଦମଦାର ପଫମାନ୍ସ ଦେଖିବା ପାଇଁ ମିଳି ଥିଲା ଯାହା ଦ୍ୱାରା ସେଠାରେ ଅନେକ ଲୋକ ଙ୍କର ଭିଡ଼ ହୋଇ ଥିଲା | ତେବେ ଏହି ଗ୍ରାଉଣ୍ଡ ର ହକି ସେଲିବ୍ରେସନ ରେ ବଲିଓଡ଼ ର ସୁପରଷ୍ଟାର ରଣବୀର ସିଂ ମଧ୍ୟ ସାମିଲ ହୋଇ ଥିଲେ ଆଉ ତାଙ୍କର ପଫମାନ୍ସ ରେ ସେ ଦର୍ଶକ ମାନଙ୍କର ହୃଦୟ କୁ ଜିଣି ଥିଲେ |

 


ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ରଣବୀର ସିଂ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ଚର୍ଚ୍ଚିତ ହୋଇ ରହି ଥାଆନ୍ତି, କେତେ ବେଳେ ନିଜ ଫଟୋ ସୁଟ କୁ ନେଇ ତ ପୁଣି କେତେ ବେଳେ ନିଜର କିଛି ଦମଦାର କମେଡି କି ନେଉ ହେଉ ସେ ପ୍ରାୟ ସମୟରେ ଜଡ଼ିତ ହୋଇ ରହିଥାନ୍ତି | ସେ ଅନେକ ଫିଲ୍ମ ରେ ମଧ୍ୟ କାମ କରି ସାରା ଭାରତ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି | ସେ ସବୁବେଳେ କୌଣସି କଥାକୁ ନେଇ କମେଡି କରି ଦେଇ ଥାଆନ୍ତି ଆଉ ନିଜେ ହସିବା ସହିତ ତାଙ୍କ ଫ୍ୟାନ୍ସ ମାନଙ୍କ ମୁହଁରେ ମଧ୍ୟ ହସ ଫୁଟାଇ ଦେଇ ଥାଆନ୍ତି |

ତେବେ ଏହି ଓଡ଼ିଶା ରେ ହେବାକୁ ଯାଉଥିବା 2023 ବିଶ୍ୱକପ ହକି ପ୍ରତିଯୋଗିତା ରେ କଟକ ବାରବାଟୀ ଗ୍ରାଉଣ୍ଡ ରେ ଯେଉଁ ଆୟୋଜନ ହୋଇ ଥିଲା ସେଥିରେ ଏବେ ସୁପରଷ୍ଟାର ରଣବୀର ସିଂ ଯୋଗ ଦେଇଛନ୍ତି | ତେବେ ପ୍ରଥମେ ଗ୍ରାଉଣ୍ଡ ରେ ଯେତେ ବେଳେ ସେ ଏଣ୍ଟ୍ରି କରି ଥିଲେ ତାହା ସବୁଠାରୁ ନିଆଁରା ଥିଲା ଆଉ ଦର୍ଶକ ମଧ୍ୟ ତାଙ୍କ ଏଣ୍ଟ୍ରି କୁ ଖୁବ ପସନ୍ଦ କରି ଥିଲେ |

ସେ ନିଜେ ଗୀତ ଗାଇ ଗ୍ରାଉଣ୍ଡ କୁ ଏଣ୍ଟ୍ରି କରି ଥିଲେ ଆଉ ଦର୍ଶକ ଙ୍କ ମନରେ ଉତ୍ସାହ ବଢ଼ାଇ ଦେଇ ଥିଲେ | ଏହାପରେ ରଣବୀର ସିଂ କେତୋଟି ଗୀତରେ ଖୁବ ସୁନ୍ଦର ଭାବରେ ଷ୍ଟେଜରେ ଡ୍ୟାନ୍ସ କରି ଦେଖାଇ ଥିଲେ | ଯାହାକୁ ଦେଖି ଦର୍ଶକ ମାନେ ମଧ୍ୟ ତାଳି ରେ ଗ୍ରାଉଣ୍ଡ ଟିକୁ କମ୍ପାଇ ଦେଇ ଥିଲେ | ତେବେ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ବଡ଼ ବଡ଼ ଷ୍ଟାର ଓଡ଼ିଶା ଆସିଥିବା କୁ ନେଇ ଦର୍ଶକ ମାନେ ମଧ୍ୟ ବେସ ଖୁସି ଅଛନ୍ତି ଯାହାର ଝଲକ ଏବେ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳୁଛି |

Leave A Reply

Your email address will not be published.