ବାରବାଟି ହକି ପ୍ରୋଗ୍ରାମ ପାଇଁ ଜାଣନ୍ତୁ କେଉଁ ବଲିଉଡ୍ ଅଭିନେତା ନେଇଛନ୍ତି କେତେ କୋଟି ଟଙ୍କା ?

ବିଶ୍ଵ କପର ଇନାଗୁରେସନରେ ଗତ ପହଡଦିନ ହେଇଥିବା ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ । ଏହି ଇନାଗୁରେସନ ସେରିମୋନିରେ ବଲିଉଡ ଇଣ୍ଡଷ୍ଟ୍ରିର ବଡ ବଡ ଷ୍ଟାର ଏବଂ ସିଙ୍ଗର ମାନେ ଆସିଥିଲେ । ଏହା ସହ ସମସ୍ତେ ଝୁମୀ ଥିଲେ ହକି ବିଶ୍ଵ କପ ଫିବରରେ । ସମସ୍ତେ ନିଜର ସୁନ୍ଦର ପଦର୍ଶନ କରି ଦର୍ଶକଙ୍କ ମନ ଜିତି ଥିଲେ । ଖାସ କରି ରଣବିର ସିଂହ ଏବଂ ଦିଶା ପଟାନୀ ନିଜ ଡ୍ୟାନ୍ସର ଜଲବା ଦେଖାଇ ଥିଲେ ।

ଆଉ ଉଭୟଙ୍କର ଡ୍ୟାନ୍ସ ଭିଡିଓ ଏ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେରିମୋନି ଶେଷ ହେବା ପରେ ଓଡିଶା ଆସିଥିବା ସମସ୍ତ କଳାକାର ମୁମ୍ବାଇ ଫେରିଛନ୍ତି । ତେବେ ଏହି ସମସ୍ତ ଷ୍ଟାରଙ୍କର ସୋକୁ ନେଇ ଚାର୍ଜେସ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏମାନେ ବହୁତ ପ୍ରାଇଜି ଅଛନ୍ତି ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।


ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ। ଏହି ମହୋତ୍ସବର ମଜା ଉଠାଇବାକୁ ଷ୍ଟାଡିୟମରେ 40 ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି। ଏହି ସମାରୋହର ସିଧାପ୍ରସାରଣ ଦେଖିବା ପାଇଁ ସହରର 16ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି। ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା ହୋଇଛି। ଆଜି ହକି ବିଶ୍ୱକପ୍‌ ମହୋତ୍ସବ ଥିବାବେଳେ ଆସନ୍ତା 13 ତାରିଖରୁ ମ୍ୟାଚ୍ ଆରମ୍ଭ ହେବ।

ଷ୍ଟାର୍‌ ଆଟ୍ରାକସନ୍ ରଣବୀର ଓ ଦିଶା…

ହକି ବିଶ୍ୱକପ୍‌ ଓପନିଂ ସେରିମୋନିର ଷ୍ଟାର୍‌ ଆଟ୍ରାକସନ୍ ହେଉଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନି। ଗତକାଲି ଉଭୟ ସେଲିବ୍ରେଟି ଭୁବନେଶ୍ୱର ରେ ପହଞ୍ଚି ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିଥିଲେ। ନବୀନ ନିବାସ ଯାଇ ରଣବୀର ସିଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ କିଛି ସମୟ ପାଇଁ ଆଲୋଚନା କରିଥିଲେ। ସେହିପରି ଅଭିନେତ୍ରୀ ଦିଶା ପଟ୍ଟାନି ଏବଂ ବଲିଉଡ୍‌ର ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ମଧ୍ୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପୂର୍ବରୁ ବାରବାଟୀ ଷ୍ଟାଡିୟମ୍ ଯାଇ ରଣବୀର ଓ ଅନ୍ୟ କଳାକାର ଅଭ୍ୟାସ କରିଥିଲେ।

ଏହି ସେରିମୋନିକୁ ହୋଷ୍ଟ କରୁଥିଲେ ମନିଷ ପାଲ । ମନିଷ ଏଭଳି କାର୍ଯ୍ୟକ୍ରମ କରିବାକୁ ନିଅନ୍ତି 1 ରୁ ଦେଢ କୋଟି ଟଙ୍କା । ଦିଶା ପଟାନୀଙ୍କ କଥା ଯଦି କହିବା ତେବେ ସେ ଏଭଳି ସୋ କରିବାକୁ 3 ରୁ 4 କୋଟି ଟଙ୍କା ଡିମାଣ୍ଡ କରନ୍ତି ।ବଲିଉଡ ଗାୟକ ନୀତି ମୋହନ ଏହି ସୋକୁ ଆସିଥିଲେ ସେ ଏହି ସୋ ପାଇଁ 5 ରୁ 7 କୋଟି ଟଙ୍କା ଡିମାଣ୍ଡ କରନ୍ତି ।

ରଣବିର ସିଂହ ଏଭଳି ଗୋଟେ ସୋ କରିବା ପାଇଁ ସାଢେ ତିନି କୋଟିରୁ ଚାରି କୋଟି ଟଙ୍କା ନିଅନ୍ତି । ଅନ୍ୟ ପଟେ ହୋଷ୍ଟ କରୁଥିଲେ ଗହର ଖାନ ସେ ଏଭଳି ସୋ କରିବାକୁ 8 ରୁ 15 ଲକ୍ଷ ଟଙ୍କା ନିଅନ୍ତି । ସେହି ଭଳି ଭାବରେ ବ୍ଲାକ ସ୍ବାଇନ ଗ୍ରୁପ ଏଭଳି ସୋ ପାଇଁ ଚାର୍ଜ କରନ୍ତି 2 ରୁ 3 କୋଟି ଟଙ୍କା ।ତେବେ ଏଭଳି ଅନେକ ଷ୍ଟାର ମାନଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ପ୍ରାଇଜିଙ୍ଗ । ତେବେ ଗତ ପହଡଦିନର ସୋ ସାରି ଏବେ ସମସ୍ତେ ଫେରି ଯାଇଛନ୍ତି ମୁମ୍ବାଇ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.