ଆପଣ ମାନେ ଜାଣିଛନ୍ତି କି ଆଜି ରାଇମୋହନ ପରିଡା ଆମ ମାନଙ୍କ ଗହଳରେ ଆଉ ନାହାନ୍ତି ଓ ଏଥିପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସେ ଓଡିଆ ଫିଲ୍ମ ଜଗତ, ଧାରାବାହିକ , ଓଡିଆ ଯାତ୍ରା ଜଗତରେ ଓ ବଙ୍ଗାଳି ସିନେମା ସେ ଜଣେ ବରିଷ୍ଠ ଅଭିନେତା ସହ ସେ ଓଡିଶା ବାସି ଙ୍କ ଲୋକ ପ୍ରିୟ ଅଭିନେତା ମଧ୍ୟ ଥିଲେ ।
ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରି ପାରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ତେବେ ତାଙ୍କ ଅଭିନୟ ଏତେ ସୁନ୍ଦର ଥିଲା ଯେ ସେ ଯେବେବି ଖଳନାୟକ ଭୂମିକା ଆସୁଥିଲେ ତାହା ଦେଖି ସବୁ ଦର୍ଶକ ମାନେ ବହୁତ ଡରୁଥିଲେ ଓ ଭଲ ପାଇବା ମଧ୍ୟ୍ ଦେଉଥିଲେ ।
ହେଲେ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ପରେ ହଠାତ ସବୁ କିଛି ଯେମିତି ବଦଳି ଯାଇଛି ।ରାଇମୋହନଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଆପଣ ଜାଣିଛନ୍ତି ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ଖଳନାୟକ ଚରିତ୍ରରେ ବେଶ୍ ଆକର୍ଷଣୀୟ ଅଭିନୟ ଦେଖାଉଥିଲେ ଏହି ଅଭିନେତା ଜଣଙ୍କ।ନିଜ ଅଭିନୟ ଯାଦୁରେ ଓଡିଶାର ଘରେ ଘରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ସେ।
ଦୀର୍ଘ 4 ଦଶନ୍ଧି ଧରି ଓଡିଆ ସିନେ ଜଗତରେ ସକ୍ରିୟ ରହିଥିବା ଏହି କଳାକାର ଦୀର୍ଘ 35 ବର୍ଷ ଧରି ଅଭିନୟ ଜଗତରେ ରହି ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଥିଲେ।
ଏହି ବରିଷ୍ଠ କଳାକାର ଜଣଙ୍କ 10 ଜୁଲାଇ 1963 ମସିହାରେ କେଉଁଝର ରେ ଜନ୍ମଗ୍ରହଣ କରିଥିଲେ।ସେ ମୟୂରଭଞ୍ଜ ର କରଞ୍ଜିଆ କଲେଜ୍ ରୁ ପଢ଼ିବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ର ଥିଲେ। ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ରଞ୍ଜିତା ପରିଡ଼ା।
ତାଙ୍କର ସନ୍ତାନ ସନ୍ତତି କଥା କହିବାକୁ ଗଲେ ତାଙ୍କର ଦୁଇଟି ଝିଅ ଅଛନ୍ତି। ତେବେ ତାଙ୍କର ପ୍ରଥମ ବେଙ୍ଗଲି ଫିଲ୍ମ୍ ଥିଲା ସାଗର ଏବଂ ଓଡ଼ିଆ ଫିଲ୍ମ୍ ଥିଲା ପକା କମ୍ବଳ ପୋତ ଛତା।100 ରୁ ଉର୍ଦ୍ଧ୍ୱ ଓଡ଼ିଆ ଓ ବଙ୍ଗଳା ସିନେମାରେ ସେ ତାଙ୍କର ଚମତ୍କାର ଅଭିନୟ ଦେଖାଇଛନ୍ତି। ଆଉ ତାଙ୍କର ମୃତ୍ୟୁ ପରେ ମଧ୍ୟ ସେ ପୁଣି ପରଦାକୁ ଫେରିଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ତେବେ 4 ବର୍ଷ ପୂର୍ବରୁ ସୁଟିଂ ହୋଇଥିବା ତାଙ୍କର ବାଜିବ ଲୋ ସାହାନାଇ ଫିଲ୍ମଟି ବର୍ତ୍ତମାନ ରିଲିଜ ହେବାକୁ ଯାଉଛି। କୋଭିଡ ପାଇଁ ଏହା ସ୍ଥଗତି ହୋଇ ରହିଯାଇଥିଲା କିନ୍ତୁ ତାହା ପୁଣି ରିଲିଜ ହୋଇଛି । ଯେଉଁଥିରେ ଅଭିନେତା ଅମ୍ଳାନ ହିରୋ ଭାବରେ ନଜର ଆସିଥିବା ବେଳେ ରାଇମୋହନ ପରିଡା ଏଥିରେ ବାପା ରୋଲ ଲିଭାଇଛନ୍ତି । ଆଉ ଏହି ଫିଲ୍ମ ମାଧ୍ୟମରେ ପୁଣି ଥରେ ପରଦାକୁ ଫେରିଛନ୍ତି ବରିଷ୍ଠ ଅଭିନେତା ରାଇମୋହନ ପରିଡା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।