‘ଯିଏ ଭୁଲ କରିବ ମୁଁ ତାକୁ ପାଠ ପଢେଇବି, ଗୋଟେ ସେକେଣ୍ଡରେ ବି କେତେ କଣ ଘଟି ଯାଉଛି, ହେଲେ ଆମର ଅଭ୍ୟାସ ହେଲା…’: ଅଭିନେତା Sidhanta Mohapatra
ଆଜି ଆମେ ଆପଣଙ୍କୁ ଓଲିଉଡ୍ ଜଗତର କଳାକାର ଏବଂ ଜଣେ ବରିଷ୍ଠ ଅଭିନେତାଙ୍କ ବିଷୟରେ କହିବୁ। ଯିଏକି ବର୍ତ୍ତମାନ ବହୁତ ଚର୍ଚ୍ଚା ରେ ଅଛନ୍ତି। ଆଉ ସେ ହେଉଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ଫିଲ୍ମ କରି ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରି ରେ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ହେଲେ ଗତ କିଛିଦିନ ହେବ ସେ ତାଙ୍କର ସାକ୍ଷାତକାର ପାଇଁ ବହୁତ ଚର୍ଚ୍ଚା ରେ ରହିଛନ୍ତି। ତେବେ ସିଦ୍ଧାନ୍ତ ମହାପାତ୍ର ସାକ୍ଷାତକାର ରେ କଣ କହିଛନ୍ତି ସେ ବିଷୟରେ ଆପଣଙ୍କୁ ଜଣେଇବୁ।
ସିଦ୍ଧାନ୍ତ ନିଜ ସାକ୍ଷାତକାର ରେ କହିଛନ୍ତି, କିଛି ଦିନ ପୂର୍ବରୁ ମୋର ଗୋଟେ ଭିଡିଓ ଭାଇରାଲ ହେଇଥିଲା ମୁଁ ଜଣେ ବ୍ୟକ୍ତିଙ୍କୁ ପାଟି କରୁଥିଲି ।ତେଣୁ କଣ ଗୋଟେ ଭୁଲ ହେଇଥିବ ବୋଲି ତ ମୁଁ କହିଲି । ଆମର ଅଭ୍ୟାସ ହେଉଛି ଆମ ସମୟ ପଳେଇ ଯିବ ମୁଁ ଜେବ୍ରା କ୍ରସିଂ କ୍ରଶ କରିଯିବି ଦୁଇ ଫୁଟ ଆଗରେ ରହିଗଲେ ମୁଁ ଆଗୁଆ ପଳେଇ ଯିବି ହେଲେ ଆଗକୁ ଯାଇ କରିବା କଣ ଗୋଟେ ସେକେଣ୍ଡର କଥା ଏଇଟା ।
ଗୋଟେ ସେକେଣ୍ଡରେ ବି କେତେ କଣ ଘଟି ଯାଏ ତେଣୁ ଆମ ସମସ୍ତଙ୍କୁ ନିୟମ ମାନି ଚଳିବା ଉଚିତ ।ତେଣୁ ଆମେ ସମସ୍ତେ ଏସବୁରେ ସାବଧାନ ହେବା ଦରକାର । ମୋର ନୂଆ ଲୁକ୍ସ ଉପରେ ମୋ ସ୍ତ୍ରୀଙ୍କ ହାତ ରହିଛି ତାଙ୍କ ହାତ ବିନା ତ ମୋର ଗତି ନାହିଁ ।
ମୋ ସ୍ତ୍ରୀ ସବୁବେଳେ ମୋ ସହ ଛାଇ ପରିକା ରହିଛନ୍ତି । ମୋ ମେକ ଅପ୍ ମୁଁ ନିଜେ କରେ ମୋତେ ଅଧିକ ରୁ ଅଧିକ 20 ମିନିଟ 25 ମିନିଟ ଲାଗେ । ଏଥର ଟିକେ ବ୍ୟତିକ୍ରମ ହେଇଗଲା ନୂଆ ବର୍ଷରେ ମୁଁ ମୋ ଘରେ ନଥିଲି ମୁଁ ଟିକେ ବାହାରେ ଥିଲି ।ନୂଆ ବର୍ଷ ପରେ ହିଁ ଘରକୁ ଆସିଲି ହେଲେ ଟେକ୍ନୋଲୋଜି ଆଗେଇଛି ତେଣୁ ଭିଡିଓରେ ଦେଖା ହେଲା । କିନ୍ତୁ ମୋ ପରିବାର ସହ ମୁଁ ନୂଆବର୍ଷରେ ରହିବା ପାଇଁ ଚାହେଁ’ । ଏମିତି ବହୁତସାରା କଥା ସାକ୍ଷାତକାରରେ କହିଛନ୍ତି ସିଦ୍ଧାନ୍ତ ମହାପାତ୍ର।