ମିଡ଼ିଆ ଆଗରେ ନିଜ ସ୍ୱାମୀ ପ୍ରଜ୍ଞାଙ୍କ କଥା କହୁ କହୁ ତାଙ୍କ ଲାଇଫର ସବୁ ସିକ୍ରେଟ ଖୋଲି କହିଦେଲେ.. OLYWOD ଅଭିନେତ୍ରୀ ସୁନନ୍ଦା (sunanda ) ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….
ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯିଏକି ନିଜର ଅଭିନୟ ପାଇଁ ଆଜି ସେ ବହୁତ ଚର୍ଚ୍ଚା ରେ ଅଛନ୍ତି। ସେ ଅଭିନୟ କରିବା ସହିତ ଜଣେ ଶିକ୍ଷୟିତ୍ରୀ ଭାବେ ସ୍କୁଲରେ କାର୍ଯ୍ୟ କରନ୍ତି। ତେବେ ସେ ଅଭିନେତ୍ରୀ ଜଣକ ହେଉଛନ୍ତି ସୁନନ୍ଦା। ଆପଣମାନେ ସମସ୍ତେ ଅଭିନେତ୍ରୀ ସୁନନ୍ଦା କୁ ଜାଣିଥିବେ। ଯିଏକି ଓଲିଉଡ୍ ଜଗତର ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଙ୍କୁ ସୁନନ୍ଦା ବିବାହ କରିଥିଲେ।
ଓଲିଉଡ୍ ର ଲୋକପ୍ରିୟ ଯୋଡି ମାନଙ୍କ ମଧ୍ୟରୁ ଗୋଟିଏ। ଦର୍ଶକ ଏମାନଙ୍କ ଅଭିନୟ ପରଦା ଉପରେ ଦେଖିବାକୁ ପାଉଥିବେ। କେବଳ ଅଭିନୟ ଦୁନିଆରେ ବରଂ ବାସ୍ତବ ଜୀବନରେ ତାଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଥାନ୍ତି ଦର୍ଶକ ।ବିବାହ ପରେ ଦୁହେଁ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥିବା ବେଳେ ଚର୍ଚ୍ଚା ରେ ମଧ୍ୟ ରହିଥାନ୍ତି।
ତେବେ କଟକ ର ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରଜ୍ଞାନ ଓଝାଙ୍କ ଘର ହୋଇଥିବା ବେଳେ ଭଦ୍ରକ ଧୁଷୁରୀ ଅଞ୍ଚଳର ବଳରାମ ପରିଡାଙ୍କ ଝିଅ ହେଉଛନ୍ତି ସୁନନ୍ଦା।ଭଭୟ ପ୍ରଜ୍ଞା ଓ ସୁନନ୍ଦା ପରସ୍ପର ସହ ଅନେକ କମେଡି ସୋରେ ନଜର ଆସିଛନ୍ତି । ଏକା ସହିତ ଅଭିନୟ ଭିତରେ ପରସ୍ପର ପ୍ରେମରେ ପଡିଥିଲେ । ପରିବାରର ସହମତି କ୍ରମେ ପରସ୍ପରକୁ ଜୀବନସାଥୀ କରିଥିଲେ।ସେମାନଙ୍କ ବିବାହକୁ ପାଖାପାଖି ଗୋଟିଏ ବର୍ଷ ପୂରି ଗଲାଣି।
ଆଉ ଉଭୟ ପରସ୍ପରକୁ ଜୀବନସାଥୀ ରୂପେ ପାଇ ବେଶ୍ ଖୁସି ଅଛନ୍ତି।ତେବେ ନିକଟରେ ଏକ ସାକ୍ଷାତକାରରେ ସୁନନ୍ଦା ତାଙ୍କ ବୈବାହିକ ଜୀବନକୁ ନେଇ କିଛି ସିକ୍ରେଟ ସେୟାର କରିଥିଲେ। ସୁନନ୍ଦାଙ୍କ କହିବା ଅନୁଯାୟୀ ପ୍ରଜ୍ଞାଙ୍କ ସହିତ ତାଙ୍କ ବିବାହ ଚାହୁଁ ଚାହୁଁ ବର୍ଷେ ପୁରି ଗଲାଣି।
କିନ୍ତୁ ସେ ଜାଣି ପାରି ନାହାଁନ୍ତି କିପରି ସମୟ ବିତି ଗଲା ଏତେ ଜଲଦି। ତେବେ ସୁନନ୍ଦା କହିଛନ୍ତି କି ପ୍ରଜ୍ଞା ତାଙ୍କୁ କେବେ କିଛି ଗିପ୍ଟ ଦେଇ ନାହାଁନ୍ତି କି ସରପ୍ରାଇଜ୍ ମଧ୍ୟ ଦେଇ ନାହାଁନ୍ତି। ପ୍ରଜ୍ଞା ଭାବନ୍ତି କି ଏ ସବୁ ଗୋଟିଏ ଫର୍ମାଲିଟି। ପ୍ରଜ୍ଞା ସବୁ ସମୟରେ ନିଜ କଲ୍ଚର୍ କୁ ଅଧିକ ଧ୍ୟାନ ଦିଅନ୍ତି। ଏବଂ ସେ ଚାହାଁନ୍ତି କି ତାଙ୍କ ପତ୍ନି ମଧ୍ୟ ନିଜ କଲ୍ଚର୍ କୁ ଅଧିକ ଧ୍ୟାନ ଦିଅନ୍ତୁ।
ତେବେ ସ୍କ୍ରିନ ଉପରେ ସବୁ ସମୟରେ କମେଡି କରୁଥିବା ପ୍ରଜ୍ଞା ରିଅଲ ଲାଇଫ ରେ କିନ୍ତୁ ସବୁ ବେଳେ ସିରିଏସ୍ ରୁହନ୍ତି। କିନ୍ତୁ ଯେତେବେଳେ ପତ୍ନୀ ରାଗି ଯାଆନ୍ତି ସେତେବେଳେ ସିଏ ତାଙ୍କୁ ବିଭିନ୍ନ ଉପାୟରେ ମନାଇ ଥାଆନ୍ତି। ତେବେ ବୈବାହିକ ଜୀବନରେ କମ୍ପ୍ରମାଇଜ୍ ଏବଂ ବୁଝାମଣା ଭଲ ରହିଲେ ବୈବାହିକ ଜୀବନ ଆଗକୁ ବଢି ପାରିବ ବୋଲି ସୁନନ୍ଦା କହିଛନ୍ତି।