ଦେଖନ୍ତୁ EXCLUSIVE :ଭିଡିଓ ମୋର ଛୁଆ ହେଉନି ସେଥିପାଇଁ ଆସିଛୁ.. ମାନସିକ ରଖି ବୁଡ଼ ପକାଇଲେ ଦୂର ହୁଏ ବନ୍ଧ୍ୟା ଦୋଷ

ମୋର ଦଶ ବର୍ଷ ହେଲାଣି ଛୁଆ ହେଉ ନାହିଁ ବହୁତ ମେଡ଼ିସିନ ଖାଇଲିଣି ବହୁତ ଡାକ୍ତର ମୁଁ ବି ଦେଖେଇଲିଣି ହେଲେ ସବୁକିଛି ଫେଲ ମାରି ଗଲା ଆଉ ମୁଁ ଏବେ ସବୁକିଛି ଭଗବାନ ଙ୍କ ଉପରେ ଛାଡ଼ି ଦେଇଛି | ସେଥିପାଇଁ ଏଠାକୁ ଆସିଛି ଲୋକେ କୁହନ୍ତି ଯେ ଏଠାରେ ବୁଡ଼ ପକାଇ ଗୁଆ ଖୋଜିଲେ ବନ୍ଧ୍ୟା ଦୋଷ କଟି ଯାଏ | ସେଥିପାଇଁ ମୁଁ ଏଠାକୁ ମୋ ବନ୍ଧ୍ୟା ଦୋଷ କଟାଇବା ପାଇଁ ଆସିଛି |

ଇଏ କେବଳ ଜଣେ ନୁହଁନ୍ତି ଏମିତି ଅନେକ ମହିଳା ଅଛନ୍ତି ଯିଏ କି ବୁଡ଼ ପକାଇ ଏମିତି ଗୁଆ ଖୋଜୁଛନ୍ତି | ତେବେ ଏଭଳି ଏକ ଦୃଶ୍ୟ ଖୋର୍ଦ୍ଧା ଅଟ୍ରି ନିକଟସ୍ଥ ହଟେକେଶ୍ଵର ରେ ଦେଖିବା ପାଇଁ ମିଳିଛି | ମହାଦେବ ହଟେକଶ୍ଵର ମନ୍ଦିର କୁ ଏହି ମାନସିକ କୁଣ୍ଡ ଲାଗି ରହିଛି ଆଉ ଏହି କୁଣ୍ଡ ରେ ଗୁଆ ଚାଉଳ ପକାଇବା ପରେ ବୁଡ଼ ପକାଇ ଗୁଆ ଖୋଜି ପାଇଲେ ବନ୍ଧ୍ୟା ଦୋଷ ପୂରଣ ହୋଇଥାଏ |


ସେହି ଗୁଆ କୁ ବୁଡ଼ ପକାଇ ପାଇ ସାରିବା ପରେ ଅଟ୍ରି ରୁ ଉଷ୍ମ ଜଳ ପ୍ରପାତ ବାହାରୁ ଥିବା ଜଳରେ ଧୋଇ ଖାଇଲେ ପୁତ୍ର ସନ୍ତାନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ଅଛି | ତେବେ ଏହି ବିଶ୍ୱାସ କୁ ନେଇ ଶହ ଶହ ମହିଳା ଏଠାରେ ବୁଡ଼ ପକାଉଛନ୍ତି |

କପିଳ ଶଙ୍କିତା ରେ ବର୍ଣ୍ଣିତ ରହିଥିବା ଏହି ପୌରାଣିକ କଥାରେ ବି ବର୍ଣ୍ଣନା ରହିଛି କି ଅଟ୍ରି ହେଉଛି କାମ ଦହନ କୁଣ୍ଡ ବା ଯଂଜ୍ଞ କୁଣ୍ଡ | ତେଣୁ ସୂର୍ଯ୍ୟ ର ଉତ୍ତରାୟଣ ଗତି ଅର୍ଥାତ ମକର ସଂକ୍ରାନ୍ତି ରେ ହଟେକଶ୍ଵର ଙ୍କୁ ଆରାଧନା କରି ଅଟ୍ରି ଠାରେ ଥିବା ମାନସିକ କୁଣ୍ଡରେ ବୁଡ଼ି ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୋଇ ଥାଏ ବୋଲି ବିଶ୍ୱାସ ଅଛି |

ଖାଲି ସେତିକି ନୁହେଁ ହଟେକଶ୍ଵରୀ ଙ୍କ ମାଘ ସ୍ନାନ ର ଜଳକୁ ପିଇବା ପରେ ଏବଂ ଦେହରେ ଲଗାଇବା ପରେ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ରୁ ମୁକ୍ତି ପାଇଥାନ୍ତି ବୋଲି ମଧ୍ୟ ବିଶ୍ୱାସ ଅଛି | ସେଥିପାଇଁ କେଉଁ ଆବାହନ କାଳରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବନ୍ଧ୍ୟା ନାରୀ ମାନେ ଏହି କ୍ଷେତ୍ରକୁ ଗୁଆ ଖୋଜିବା ପାଇଁ ଆସିଥାନ୍ତି |

ତେବେ ଏଭଳି ଏକ ପରମ୍ପରା କେଉଁ କାହିଁ ଯୁଗରୁ ଅନାଦି କାଳରୁ ଚାଲି ଆସିଛି ଆଉ ଆଗକୁ ମଧ୍ୟ ଏହି ପରମ୍ପରା ଚାଲିବ ବୋଲି ସେଠାର ପୂଜକ କହିଛନ୍ତି | ତେବେ ଏଭଳି ସ୍ଥାନ ବହୁତ କମ ଥାଏ ଯେଉଁଠି ମାନସିକ ପୂରଣ ହୁଏ ବୋଲି ଆଶା ଓ ବିଶ୍ୱାସ ଥାଏ ଯାହାକି ଏହା ଖୁବ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟି ଥାଏ |

Leave A Reply

Your email address will not be published.