ସ୍ୱାମୀ ,ସ୍ତ୍ରୀଙ୍କ କେଉଁ ଭୁଲ୍ ପାଇଁ। ଜନ୍ମ ହୋଇଥାଏ ( ଯାଆଁଳା ଛୁଆ ) ଜାଣନ୍ତୁ -DR. PRIYANKA

ତେବେ ଆପଣମାନେ ଜାଣିଥିବେ ଜଣେ ଗର୍ଭବତୀ ମହିଳା ଗୋଟିଏ ମାତ୍ର ସନ୍ତାନ ଅର୍ଥାତ୍ କିଏ ପୁଅ ବା ଝିଅ ସନ୍ତାନ ଜନ୍ମ ଦେଇଥାନ୍ତି। ଏହା ବ୍ୟତୀତ ଆପଣ ଏହା ମଧ୍ୟ ଜାଣିଥିବେ କେହି କେହି ଯାଆଁଳା ଛୁଆ ଜନ୍ମ ଦେଇଥାନ୍ତି। ଆଉ ଯାଆଁଳା ଛୁଆ ହେବାର ଆପଣମାନେ ମଧ୍ୟ ଦେଖିଥିବେ। ତେବେ ଯାଆଁଳା ଛୁଆ କେତେବେଳେ ଏକାପରି ଦେଖା ଯାଇଥାଏ ତ ଆଉ କେତେବେଳେ ଅଲଗା ଅଲଗା ମଧ୍ୟ ଦେଖା ଯାଇଥାଏ। ତେବେ ଆପଣମାନେ ଜାଣିଛନ୍ତି କି କେଉଁ କାରଣ ଯୋଗୁଁ ଜଣେ ଗର୍ଭବତୀ ମହିଳା ଯାଆଁଳା ଛୁଆ ଜନ୍ମ ଦେଇଥାଏ।

ସାଧାରଣତଃ ଜଣେ ମହିଳା ଗର୍ଭବତୀ ହେବା ପୂର୍ବରୁ ବା ପରେ କିଛି ଏମିତି ଭୁଲ କରିଥାନ୍ତି, ଯାହାଦ୍ୱାରା ଯାଆଁଳା ଛୁଆ ଜନ୍ମ ହୋଇଥାଏ। ଗାଁ ଗହଳି ମାନଙ୍କରେ କୁହାଯାଏ ଯେ ଯଦି ମହିଳା ଯାଆଁଳା ଫଳ ଖାଇଥାଏ ତାହେଲେ ଯାଆଁଳା ପିଲା ଜନ୍ମ ହୋଇଥାଏ। କିନ୍ତୁ ଏହା ବାସ୍ତବରେ ଭୁଲ ହୋଇଥାଏ। ତେବେ ଜାଣିବା ଏହାର କିଛି ବୈଜ୍ଞାନିକ କାରଣ ଯାହାଦ୍ୱାରା ଯାଆଁଳା ଛୁଆ ଜନ୍ମ ହୋଇଥାଏ।


୧- ଯେଉଁ ମହିଳା ମାନେ ଅଧିକ ଗର୍ଭ ନିରୋଧକ ବଟିକା ଖାଇଥାନ୍ତି କିମ୍ବା ବାରମ୍ବାର ଗର୍ଭ ପାତ କରାଇଥାନ୍ତି, ସେମାନଙ୍କ ଥରେ ଏହି ଜାଆଁଳା ସନ୍ତାନ ହେବାର ଅଧିକ ଦେଖାଯାଏ। କାରଣ ଏମାନଙ୍କ ଶରୀରରେ FSH ହର୍ମୋନର ମାତ୍ରା କମି ଯାଇଥାଏ ଯାହା ଫଳରେ ଶୂକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇ ଯାଆଁଳା ପିଲା ହୋଇଥାଏ ।

୨- ଏହି ଯାଆଁଳା ସନ୍ତାନ ହେବା ମଧ୍ୟ ବଂଶଗତ ହୋଇଥାଏ କାରଣ ଯେଉଁମାନଙ୍କ ପରିବାରରେ ପୂର୍ବରୁ ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ ସେହି ପରିବାର ମହିଳାମାନଙ୍କ ଠାରେ ଜାଆଁଳା ସନ୍ତାନ ହେବାର ସମ୍ଭାବନା ରହିଥାଏ ।

୩- ଯେଉଁ ମହିଳାମାନେ ଅଧିକ ମୋଟା ହେବା ସହିତ ଲମ୍ବା ହୋଇଥାନ୍ତି କିମ୍ବା ଯେଉଁ ମହିଳା ଅଧିକ ନନଭେଜ ଖାଇଥାନ୍ତି ସେମାନଙ୍କ ଠାରେ ଜାଆଁଳ ପିଲା ଜନ୍ମ ହେବାର ଦେଖାଯାଏ ।କାରଣ ଏହି ମହିଳାମାନଙ୍କ ହରମୋନରେ ଅଧିକ ପରିବର୍ତନ ହୋଇଥାଏ

 

୪-ଯେଉଁ ମହିଳା ପୂର୍ବରୁ ଦୁଇଟି କିମ୍ବା ତିନୋଟି ସନ୍ତାନର ମା ହୋଇଥାନ୍ତି ତେଣୁ ସେମାନଙ୍କ କ୍ଷେତ୍ରରେ ଯାଆଁଳା ପିଲା ହୋଇଥାଏ କାରଣ ଏମାନଙ୍କ ଠାରେ ଶୂକ୍ରାଣୁ ଦୁଇ ଭାଗ ହେବାର ଅଧିକ ସମ୍ଭାବନା ରହିଥାଏ ।ଏହି ମହିଳା ମାନଂକର ମଧ୍ୟ ଯାଆଁଳା ପିଲା ଜନ୍ମ କରିବାର କ୍ଷମତା ରହିଥାଏ ।

୫- ଯାଆଁଳା ସନ୍ତାନ ହେବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ସେଠାକାର ସ୍ଥାନ, ଅନେକ ସମୟରେ ସ୍ଥାନ କାଳ ପାତ୍ର କାରଣରୁ ଜାଆଁଳ ପିଲା ଜନ୍ମ ହୋଇଥାଏ ।ଯେପରି ଆମ ଦୁନିଆରେ ସବୁଠାରୁ ଯାଆଁଳା ଶିଶୁ ଅଧିକ ଜନ୍ମ ହେବାର ଆଫ୍ରିକା ଦେଶରେ ଦେଖା ଦେଇଥାଏ ।ଯାହାର କାରଣ ସେଠାକାର ଜଳ ବାୟୁ ଏବଂ ବାତାବରଣ ହୋଇଥାଏ ।

Leave A Reply

Your email address will not be published.