Rishabh Pant Health Update: ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: ଋଷଭ ପନ୍ତଙ୍କୁ ନେଇ ଆସିଲା ବହୁତ ବଡ଼ ସୂଚନା, ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା…

ଆପଣମାନେ ସମସ୍ତେ ଜାଣିଥିବେ ଷ୍ଟାର୍ କ୍ରିକେଟର ଋଷଭ୍ ପନ୍ଥ ଗତ ମାସରେ ସେ ଦିଲ୍ଲୀ ରୁ ଋଡ଼କୀ ସ୍ଥିତ ତାଙ୍କ ଘରକୁ ଯାଉଥିବା ବେଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ର ଶିକାର ହୋଇଥିଲେ। ଆଉ ଏବେ ସେ ମୁମ୍ବାଇର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଉ ଏବେ ଋଷଭ୍ ପନ୍ଥ କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ପ୍ରଶଂସକ ମାନଙ୍କୁ ଲାଗିପାରେ ଏକ ଶକ୍ତ ଧକ୍କା।

ତେବେ ଏକ ରିପୋର୍ଟ ଅନୁଯାୟୀ, ଋଷଭ୍ ପନ୍ଥ ୨୦୨୩ ରେ ଅନେକ ସମୟରେ କ୍ରିକେଟ ପଡ଼ିଆରୁ ଦୂରେଇ ରହିବେ। ଏହି କାରଣରୁ ଟିମ୍ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ପ୍ରକୃତରେ ଚଳିତ ବର୍ଷ ଦୁଇଟି ଆଇସିସି ଟୁର୍ଣ୍ଣାମେଣ୍ଟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଓ ଦିନିକିଆ ବିଶ୍ୱକପ୍ ମଧ୍ୟ ଅନୁଷ୍ଠିତ ହେବ ।


କେବଳ ଏତିକି ନୁହେଁ, ସେ ଆଇପିଏଲରେ ମଧ୍ୟ ଖେଳିବାକୁ ସକ୍ଷମ ହେବେ ନାହିଁ । ଋଷଭ ପନ୍ତଙ୍କ ୨ଟି ଲିଗାମେଣ୍ଟ ଆହତ ହୋଇଯାଇଥିଲା, ଯାହାର ମୁମ୍ବାଇର ଏକ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଛି ।ଛଅ ସପ୍ତାହ ପରେ ଋଷଭ ପନ୍ତଙ୍କ ତୃତୀୟ ଅସ୍ତ୍ରୋପଚାର କରାଯିବ ।

କ୍ରିକିନଫୋର ଏକ ରିପୋର୍ଟରେ କୁହାଯାଇଛି ଯେ, ଋଷଭ ପନ୍ତ ୨୦୨୩ ବର୍ଷର ଅଧିକାଂଶ ସମୟ ଗ୍ରାଉଣ୍ଡରୁ ଦୂରରେ ରହିବେ । ରିପୋର୍ଟ ଅନୁଯାୟୀ, ଡିସେମ୍ବର ୩୦ରେ କାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଋଷଭ ପନ୍ତଙ୍କ ଉପରେ ବିସିସିଆଇକୁ ଦିଆଯାଇଥିବା ମେଡିକାଲ ଅପଡେଟରେ କୁହାଯାଇଛି କି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଆଣ୍ଠୁରେ ୩ଟି ଲିଗାମେଣ୍ଟ ଫାଟି ଯାଇଛି ।


ଏଥିମଧ୍ୟରୁ ଦୁଇଟିର ନିକଟ ଅତୀତରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ତୃତୀୟଟିର ଅସ୍ତ୍ରୋପଚାର କରିବାର ଅଛି । ଋଷଭ ପନ୍ତଙ୍କୁ ପଡ଼ିଆରେ ତାଲିମ ଆରମ୍ଭ କରିବାକୁ କେତେ ସମୟ ଲାଗିବ ସେନେଇ ଡାକ୍ତରମାନେ ଏପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦେଇନାହାଁନ୍ତି । କିନ୍ତୁ ଉଭୟ ବିସିସିଆଇ ଓ ଚୟନକର୍ତ୍ତାମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଅତି କମରେ ୬ ମାସ ବାହାରେ ରହିବେ ।

ଶେଷ ଥର ପାଇଁ ଋଷଭ ପନ୍ତଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଖେଳୁଥିବା ଦେଖିବାକୁ ମିଳିଥିଲା । ମୀରପୁରରେ ସେ ୯୩ ରନର ଚମତ୍କାର ଇନିଂସ ଖେଳିଥିଲେ । ଚଟ୍ଟଗ୍ରାମରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ସେ ୪୬ ରନ୍ ମଧ୍ୟ କରିଥିଲେ ।

ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ଚୟନକର୍ତ୍ତାମାନେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ ମ୍ୟାଚ୍ ପାଇଁ କେ.ଏସ୍ ଭରତ ଓ ଇଶାନ କିଶାନଙ୍କୁ ୱିକେଟ୍ କିପର ଭାବରେ ଚୟନ କରିଛନ୍ତି । ଆଶା କରାଯାଉଛି କି ଇଶାନ କିଶନ ସେହି ସିରିଜରେ ମୁଖ୍ୟ ୱିକେଟ୍ କିପର ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ଭରତଙ୍କୁ ତାଙ୍କ ବ୍ୟାକଅପ୍ ଭାବରେ ସାମିଲ କରାଯାଇଛି । ଆସନ୍ତା ସପ୍ତାହରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି-20 ସିରିଜରେ ଇଶାନ କିଶନ ୱିକେଟ୍ କିପର ଭୂମିକାରେ ମଧ୍ୟ ଦେଖିବାକୁ ମିଳିବେ ।ଏଥିସହିତ ପୁରା ଦେଶ ଶୀଘ୍ର ଋଷଭ୍ ପନ୍ତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Leave A Reply

Your email address will not be published.