ମାତ୍ର 2 ଦିନରେ ଗୋଇଠି ଫଟା ( Crack heel ) ଠିକ ହୋଇଯିବ, ଥରେ ଲଗେଇ ଦେଖନ୍ତୁ

ଆପଣମାନେ ସମସ୍ତେ ଜାଣିଥିବେ ଆଜିକାଲି ସମସ୍ତେ ନିଜର ସୌନ୍ଦର୍ଯ୍ୟ କୁ ବଢ଼ାଇବା ପାଇଁ ସବୁବେଳେ କିଛି ନା କିଛି କରିଥାନ୍ତି। ଆଉ ତାହା କାହା କାହା କ୍ଷେତ୍ରରେ କାମ କରିଥାଏ ଆଉ କାହା କ୍ଷେତ୍ରରେ କାମ କରି ନଥାଏ। କିନ୍ତୁ ବିଶେଷକରି ଶୀତ ଦିନରେ ସମସ୍ତେ ନିଜର ସୌନ୍ଦର୍ଯ୍ୟ କୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି। କାହିଁକିନା ଶୀତ ଦିନରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବା ପାଇଁ ମିଳିଥାଏ। ଓଠ ଫାଟିବା, ଗୋଡ଼ ଏବଂ ଗୋଡ଼ ସହିତ ଗୋଡ଼ର ଗୋଇଠି ଫାଟିବା,

ହାତ ଫାଟିବା ଭଳି ସମସ୍ୟା ପାଇଁ ସମସ୍ତେ ଚିନ୍ତିତ ଥାନ୍ତି। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଲୋସନ, ମୋଏଶ୍ଚାରାଇଜର ବ୍ୟବହାର କରିଥାଉ, ହେଲେ କୌଣସି ଫଳପ୍ରଦ ହୋଇ ନଥାଏ।ତେବେ ଯଦି ଆପଣ ଏହିସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ।

ଆବଶ୍ୟକ ଉପକରଣ –

ମହମବତୀ, ସୋରିଷ ତେଲ, ନଡ଼ିଆ ତେଲ, ଏଲୋବେରା ଜେଲ, ଭିଟାମିନ E କ୍ୟାପସୁଲ, ଲେମ୍ବୁ, ସାମ୍ପୁ

ପ୍ରସ୍ତୁତି ପ୍ରଣାଳୀ –

 

ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁକି ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣ ମାନେ ପ୍ରଥମେ ଗୋଟିଏ କଢେଇ ନେବେ । ତାହା ପରେ ସେଥିରେ ଆପଣ ମାନେ ମହମ ପକାଇବେ ଓ ଯେତିକି ପରିମାଣ ରେ ମହମ ନେବେ ତାର ଅଧା ଆପଣ ମାନେ ସୋରିଷ ତେଲ ନେବେ ଓ ତାହା ପରେ ସେଥିରୁ ଅଧା ପରିମାଣ ରେ ନଡ଼ିଆ ତେଲ ଆପଣ ମାନେ ନେବେ ।

ଆଉ ତାହା ପରେ ଆପଣ ମାନେ ଏଲୋବେରା ପତ୍ର କୁ ନେଇକି ଜେଲ କୁ କାଢ଼ିକି ଗୋଟିଏ ଚାମଚ ଏଲୋବେରା ଜେଲ ନେବେ । ତାହା ପରେ ଗୋଟିଏ ଭିଟାମିନ E କ୍ୟାପସୁଲ କୁ ନେଇକି ଭଲ ଭାବରେ ମିଶାଇବେ । ଆଉ ତାହା ପରେ କଢେଇ ରେ ତାହାକୁ ଫୁଟାଇବେ 10-15 ମିନିଟ । ତାହା ପରେ ସେହି ତେଲ କୁ ଗୋଟିଏ ପାତ୍ର ରେ ରଖିବେ ।

ବ୍ୟବହାର –

 

ଏହି ଉପଚାର କୁ ବ୍ୟବହାର କରିବା ପୂର୍ବରୁ ଆପଣ ମାନେ ପ୍ରଥମେ ଉଷୁମ ପାଣି ନେବେ ଆଉ ସେଥିରେ ସେମ୍ପୁ ମିଶାଇବେ ଓ ତାହା ପରେ ଫାଳେ ଲେମ୍ବୁ ନେଇକି ନିଜର ପାଦ କୁ ଭଲ ଭାବରେ ଧୋଇ ନେବେ ଓ ପୋଛିଦେବା ପରେ ସେଥିରେ ପ୍ରସ୍ତୁତ କରୁଥିବା ପେଷ୍ଟ କୁ ବ୍ୟବହାର କରିବେ ।ଆଉ ଗୋଇଠିରେ ଲଗାଇବା ଯୋଗୁଁ ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.