ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।
କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ବହୁତ ଦୁଃଖ ଲାଗିବ ବୋଲି କୁହାଯାଇଛି ।
ତେବେ ଏଠାରେ ଘଟଣା ଟି କିଛି ଅଲଗା ପ୍ରକାରର ଦେଖିବାକୁ ମିଳିଛି। ଘଟଣାରେ ଦେଖିବା ପାଇଁ ମିଳିଛି କି, ତିନି ବର୍ଷ ର ପୁଅ କୁ ମା ମାରିଦେଇ ନିଜେ ଆତ୍ମହତ୍ୟା କରିଥିବା ଖବର ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଦୁନିଆରେ ବାପା ମା ଗୋଟିଏ ସନ୍ତାନ ପାଇଁ କିଛି ବି କରି ପାରୁଛନ୍ତି। ହେଲେ ଏଠାରେ ମା ତା ସନ୍ତାନକୁ ମାରି ଦେଇଛି। ତେବେ ସେ ପିଲାର ବାପା ଙ୍କ କହିବା ଅନୁସାରେ, ତାଙ୍କର ଏଇଟା ଦ୍ୱିତୀୟ ବିବାହ।
ସେ ପ୍ରଥମେ ଜଣକୁ ଭଲପାଇ ବିବାହ କରିଥିଲେ। ହେଲେ ତାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ତାପରେ ଫେସବୁକରେ ଆଉ ଗୋଟିଏ ଝିଅ ସହିତ ତାଙ୍କର କଥାବାର୍ତ୍ତା ଚାଲିଲା। ଆଉ ବିବାହ କରିବା ପାଇଁ ମଧ୍ୟ ଉଭୟ ପରିବାରରୁ ରାଜି ଥିଲେ। ହେଲେ ସେ ଯୁବତୀ ଜଣକ ମଧ୍ୟ ପ୍ରଥମେ ଗୋଟିଏ ବିବାହ କରି ସାରିଥିଲେ।
ତେବେ ଦୁଇ ପରିବାର ଉଭୟ ଉଭୟଙ୍କର ସମସ୍ତ କଥା ଜାଣିଲା ପରେ ସମସ୍ତଙ୍କ ସମ୍ମତିରେ ବିବାହ ହୋଇଥିଲା। ହେଲେ କିଛି ମାସ ପରେ ତାଙ୍କ ଦୁହିଁଙ୍କ ମଧ୍ୟରେ ଏବଂ ପରିବାରରେ କଳହ ଦେଖା ଦେଇଥିଲା। ଟିକିଏ ଟିକିଏ କଥାକୁ ନେଇ ଯୁବତୀ ଜଣକ ତାଙ୍କ ବାପ ଘରେ କହୁଥାଏ, ଆଉ ଘରେ ସ୍ୱାମୀ ଓ ଶାଶୁଙ୍କ ସହିତ ଝଗଡ଼ା କରୁଥାଏ ବୋଲି ସେହି ପିଲାର ବାପା କହିଛନ୍ତି।
ଆଉ ପିଲାଟି ପ୍ରଥମ ସ୍ତ୍ରୀ ର ବୋଲି ଦ୍ୱିତୀୟ ସ୍ତ୍ରୀ ସେ ପିଲାକୁ ଭଲପାଉ ନଥିଲା ବୋଲି କହିଛନ୍ତି। ଏହିସବୁ ଘଟଣା ପରେ ସ୍ୱାମୀ ସ୍ତ୍ରୀ କୁ ଡିଭୋର୍ସ ଦେବାକୁ ଚାହୁଁଥିଲା। ହେଲେ ସ୍ତ୍ରୀ ଧମକାଉଥିଲା ଯଦି ଡିଭୋର୍ସ ନବୁ ତାହେଲେ ଛୁଆକୁ ମାରିଦେବି। ଆଉ ଆଜି ସତରେ ଜଣେ ମା ତିନି ବର୍ଷର ପୁଅ କୁ ମାରିଦେଇ ନିଜେ ଆତ୍ମହତ୍ୟା କରି ଦେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।