ଆପଣ ମାନେ ଜାଣିଥିବେ ସବୁବେଳେ କିଛି ନା କିଛି ସମସ୍ୟା ମାନ ମଣିଷ ଜୀବନରେ ଲାଗିକି ରହିଥାଏ । ଆଉ ସେହି ସବୁ ସମସ୍ୟା ଭିତରୁ କେତେକ ବଡ଼ ସମସ୍ୟା ହୋଇଥିବା ବେଳେ କେତେକ ସମସ୍ୟା ସାଧାରଣ ହୋଇଥାଏ କିନ୍ତୁ ଆମେ ମାନେ ଅନେକ ସମୟରେ ସେହି ସବୁ ସମସ୍ୟା ପାଇଁ ଚିନ୍ତିତ ଥାଉ ବୋଲି କୁହାଯାଉଛି । ତେବେ ଆଜି ଆମେ ଯେଉଁ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି ମୁହଁ ର ସୌନ୍ଦର୍ଯ୍ୟ କମିଯିବାର ସମସ୍ୟା। ତେବେ ଏହିଭଳି ସମସ୍ୟା କାହିଁକି ହୋଇଥାଏ ଏଥିରୁ ମୁକ୍ତି ପାଇବାର ଘରୋଇ ଚିକିତ୍ସା କଣ ରହିଛି ସେ ସମସ୍ତ ଘଟଣା ଉପରେ ନଜର ପକାଇବା ।
ତେବେ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ସବୁବେଳେ ଚାହିଁଥାଏ କି ସେ ସୁନ୍ଦର ଦେଖା ଯାଉ ବୋଲି । ଆଉ ଏଥିପାଇଁ ସେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଏ । ତେବେ ଆଜି କାଲି କେମିକାଲ ଯୁକ୍ତ ପ୍ରଡକ୍ସ ର ବହୁଳ ବ୍ୟବହାର ଫଳରେ ମୁହଁରେ ଦାଗ ବ୍ରଣ ଦେଖା ଯାଉଛି ଓ ତାହା ସହିତ ମୁହଁରେ ଗ୍ଲୋ କମିବାରେ ଲାଗୁଛି । ତାହେଲେ ବିଶେଷକରି ଶୀତ ଦିନରେ ମୁହଁର ଗ୍ଲୋ କୁ ବଢାଇବା ପାଇଁ କଣ ରହିଛି ସହଜ ଘରେଇ ଉପଚାର ଯାହା ସାହାଯ୍ୟ ରେ ଦାଗ, ବ୍ରଣ ଜନିତ ସମସ୍ୟା ରୁ ମୁକ୍ତି ପାଇ ପାରିବା ସେ ସମସ୍ତ ଘରେଇ ଉପଚାର ବିଷୟରେ ଜାଣିବା ।
ଆବଶ୍ୟକୀୟ ଉପକରଣ –
ଅଟା, ଅଳ୍ପ ପରିମାଣ କ୍ଷୀର, ଲେମ୍ଭୁ, ଟମାଟୋ, ଅଲବେରା ଜେଲ, ଲେମ୍ବୁ, ଗ୍ଲୀସେରିନ।ଏହି ସାମଗ୍ରୀ ଗୁଡ଼ିକ ନେଇ ଆପଣ ଚାରୋଟି ଉପାୟରେ ପ୍ରସ୍ତୁତ କରି ପାରିବେ।
ପ୍ରସ୍ତୁତି ପ୍ରଣାଳୀ –
୧- ଏହି ସହଜ ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ଛୋଟ ପାତ୍ର ନିଅନ୍ତୁ। ତାପରେ ସେଥିରେ ଆପଣ ରୋଷେଇ ଘରେ ବ୍ୟବହାର କରୁଥିବା ଦୁଇ ଚାମଚ ଅଟା ଓ ଅଳ୍ପ ପରିମାଣର କ୍ଷୀର ମିକ୍ସ କରନ୍ତୁ ତାପରେ ଏହାକୁ ଆପଣଙ୍କ ମୁହଁରେ ଭଲ ଭାବରେ ଲଗାଇ ମୁହଁରେ ଥିବା ସମସ୍ତ ଅଏଲ ବାହାର କରି ଦିଅନ୍ତୁ।
୨- ପୁଣି ଥରେ ଆପଣ ଏକ ଛୋଟ ପାତ୍ର ନିଅନ୍ତୁ ଓ ସେହି ପାତ୍ର ରେ ପ୍ରଥମେ ଯେମିତି ଅଟା ନେଇଥିଲେ ପୁଣି ସେହିପରି ଅଳ୍ପ ଅଟା ନିଅନ୍ତୁ ଓ ତାପରେ ସେଥିରେ କ୍ଷୀର ର ଶର କୁ ଭଲ ଭାବରେ ମିକ୍ସ କରନ୍ତୁ ଓ କିଛି ସମୟ ପରେ ଏହାକୁ ଆପଣଙ୍କ ମୁହଁରେ ଭଲ ଭାବରେ ଲଗାନ୍ତୁ । ଏହା ଆପଣଙ୍କ ମୁହଁରେ ସମସ୍ତ ପ୍ରକାର ଦାଗ ଦୂର କରିବା ସହିତ ମୁହଁକୁ ପରିଷ୍କାର କରିଥାଏ ।
୩- ଏକ ଚାମଚ ଅଟା ନିଅନ୍ତୁ ତାପରେ ସେଥିରେ ଏକ ଚାମଚ ଆଲୋବେରା ଜେଲ, ଓ ଏକ ଚାମଚ ଗ୍ଲୀସେରିନ ଏହାକୁ ମଧ୍ୟ ଭଲ ଭାବରେ ମିକ୍ସ କରନ୍ତୁ ଓ ଆପଣଙ୍କ ମୁହଁରେ ଭଲ ଭାବରେ ୧୦ ମିନଟ ପର୍ଯ୍ୟନ୍ତ ମସାଜ କରନ୍ତୁ ।ଏହା ଆପଣଙ୍କ ମୁହଁରେ ବିଭିନ୍ନ ପ୍ରକାର ଦାଗ ଦୂର କରିବା ସହିତ ବ୍ଲଡ଼ ସାରକୁଲେସନ ମଧ୍ୟ କରିଥାଏ ।
୪- ଏକ ଚାମଚ ଅଟା, ଏକ ଚାମଚ ମହୁ, ଦହି, କଫି ପାଉଡର, ଲେମ୍ବୁ, ଓ ଟମାଟୋ ଏ ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରନ୍ତୁ ।ଏବେ ପ୍ରସ୍ତୁତ ହେଇଗଲା ଆପଣଙ୍କ ଫେସପ୍ୟାକ ।ଏହା ଆପଣଙ୍କ ମୁହଁରେ ସମସ୍ତ କଳା ଦାଗ କୁ ଦୂର କରିବ, ମୁହଁ କୁ ଗୋରା କରାଇବା ରେ ମଧ୍ୟ ସାହାଯ୍ୟ କରିବ ଓ ଆପଣଙ୍କ ମୁହଁରେ ଥିବା ସମସ୍ତ କଳା ପଣ କୁ ଅତି ସହଜ ରେ ଏହି ଘରେଇ ଉପଚାର ଟି ସାହାଯ୍ୟ କରିବ ।
ବ୍ୟବହାର –
ଏବେ ଆପଣ ପ୍ରସ୍ତୁତ କରିଥିବା ଘରୋଇ ଉପଚାର ଟିକୁ ଆପଣ ସପ୍ତାହରେ ମାତ୍ର ୨ ରୁ ୩ ଥର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ମୁହଁ କଳା ରୁ ସମ୍ପୂର୍ଣ୍ଣ ଧଳା ହେଇଯିବ ।