ରିଲିଜ ହେଲା ଦମନ୍ ( DAMaN ) ଫିଲ୍ମ ର ହିନ୍ଦୀ ଟ୍ରେଲର, ଅଭିନେତା ବାବୁଶାନଙ୍କୁ ଅଜୟ ( Ajay ) ଦେବଗନ୍ କଲେ ପ୍ରଶଂସା… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମ ଦମନ ସବୁଆଡେ ଚହଳ ପକାଇଛି ଯାହାକି କେବଳ ଓଡ଼ିଶା ସାରା ନୁହେଁ ବରଂ ପୁରା ଭାରତ ସାରା ଏବେ କେବଳ ଦମନ ଫିଲ୍ମ ର ପ୍ରଶଂସା ଶୁଣିବା ପାଇଁ ମିଳୁଛି | ଆଉ ଏହି ସମୟରେ ତେଲୁଗୁ ଫିଲ୍ମ ଆର ଆର ଆର ଫିଲ୍ମ କୁ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ଦମନ ପଛରେ ପକାଇ ଦେଇଛି | ସେ ହିନ୍ଦୀ ଫିଲ୍ମ ହେଉ କି ତେଲୁଗୁ ଫିଲ୍ମ ଦମନ ଫିଲ୍ମ ଠାରୁ ଏବେ ସବୁ ଫିଲ୍ମ ର ଚାହିଦା କମ ହିଁ ରହିଛି | ଦିନେ ଓଡ଼ିଆ ଫିଲ୍ମ ବି ଏତେ ମାତ୍ରା ରେ ଭଲ ପାଇବା ସାଉଁଟି ପାରିବ ତାହା କେହି ହେଲେ କେବେ କଳ୍ପନା ମଧ୍ୟ କରି ନଥିଲେ |

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଦମନ ଫିଲ୍ମ ଯେଉଁ ଇତିହାସ ସୃଷ୍ଟି କରିଛି ତାହା ଅତି ପ୍ରଶଂସନୀୟ | ଯେଉଁଠି ଓଡ଼ିଆ ଦର୍ଶକ ମନଉଣା କରୁ ଥିଲେ ହଲ ଯିବାକୁ ଓଡ଼ିଆ ଫିଲ୍ମ ଦେଖିବାକୁ, କିନ୍ତୁ ଏବେ ଦମନ ଫିଲ୍ମ ଦେଖିବା ପାଇଁ ସମସ୍ତେ ଯେମିତି ଦୌଡ଼ି ଯାଉଛନ୍ତି | ତେବେ ସବୁଠାରୁ ବଡ଼ କଥା ଏହି ଫିଲ୍ମ ନା କୌଣସି ଫିଲ୍ମ କୁ କପି କରିଛି ନା କୌଣସି ବାହାର ସ୍ଥାନର କାହାଣୀ ଅଟେ |

ତେବେ ଫେବୃଆରୀ 3 ତାରିଖ ଦିନ ଏହି ଫିଲ୍ମ ଟି ହିନ୍ଦୀ ରେ ରିଲିଜ ହେବା ପାଇଁ ଯାଉଛି ଆଉ ଏହି ଦମନ ଫିଲ୍ମ କୁ ନେଇ ଅଜୟ ଦେବଗନ ମଧ୍ୟ ପ୍ରଶଂସା କରିଥିବାର ଦେଖିବା ପାଇଁ ମିଳିଛି | ହିନ୍ଦୀ ଡବିଂର ଟ୍ରେଲର ପ୍ରକାଶ ପାଇ ସାରିଛି ଏବେ କେବଳ ଏହାର ରିଲିଜ କୁ ନେଇ ଦର୍ଶକ ଖୁବ ଉତ୍ସାହ ର ସହ ଅନାଇଁ ବସିଛନ୍ତି |


ଏ ହେଉଛି ଓଡ଼ିଆ ଫିଲ୍ମ ତାହା ପୁଣି ନିଜ ରାଜ୍ୟ ଭିତରୁ ଏକ କାହାଣୀ, ମାନେ ମାଲକାନଗିରି ରେ ଘଟି ଥିବା ଏକ କାହାଣୀ | ଆଉ କେମିତି ଜଣେ ଡାକ୍ତର ନିଜର ଆଗ୍ରହ ଓ ଲୋକ ଙ୍କର ଜୀବନର ମୂଲ୍ୟ କୁ ବୁଝି ନିଜ ଜୀବନକୁ ବିପଦ ରେ ପକାଇ ସେମାନଙ୍କ ଚିକିତ୍ସା ପାଇଁ ଜଙ୍ଗଲ ଭିତରେ ରହି ଥିଲେ ଆଉ ଲୋକ ଙ୍କ ସେବା କରିଥିଲେ ତାହାକୁ ନେଇ ଏହି କାହାଣୀ ଟି ତିଆରି ହୋଇଛି |

ତେବେ ଏହି ଫିଲ୍ମ ରେ ନା ଆଇଟମ ସଙ୍ଗ ଅଛି ନା ହିରୋଇନ ଅଛି ତଥାପି ଏହି ଫିଲ୍ମ ଟି ହିଟ ହୋଇଛି ଆଉ ସମସ୍ତଙ୍କ ମନକୁ ଛୁଇଁ ପାରିଛି | ପୁରା ଭାରତ ସାରା ଏହି ଓଡ଼ିଆ ଫିଲ୍ମ ଦମନ ଟି ଏତେ ମାତ୍ରା ରେ ଆଗକୁ ଯାଇଛି ଯାହାକୁ ଏହା ଓଡ଼ିଶା ପାଇଁ ଏକ ଗର୍ବ ର କଥା ମଧ୍ୟ ଅଟେ ଆଉ ଏହାକୁ ନେଇ ସାରା ଓଡ଼ିଶା ବାସୀ ଖୁବ ଖୁସି ମଧ୍ୟ ଅଛନ୍ତି |

Leave A Reply

Your email address will not be published.