ନାକରୁ ରକ୍ତ ପଡ଼ିଲେ ” Nosebleed ” କ’ଣ କରିବେ ? ଜାଣନ୍ତୁ ଏହାର ଚିକିତ୍ସା -DR . Ankita

ନାକରୁ ରକ୍ତ ବାହାରିବା କଥା ତ ସମସ୍ତେ ଜାଣନ୍ତି। ବେଳେବେଳେ ପେଟ ଗରମ ହେଲେ ରକ୍ତ ବାହାରେ ବୋଲି ଆମେ ଜାଣିଥାଉ । କିନ୍ତୁ କ’ଣ ଜାଣନ୍ତି ଦୁଇ ରୁ ଅଧିକ ଥର ନାକରୁ ରକ୍ତ ବାହାରିବା ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହେଁ। ଅନେକ ସମୟରେ ନାକରୁ ରକ୍ତ ବାହାରି ଚେତା ବୁଡ଼ିଯିବା ମଧ୍ୟ ଦେଖାଯାଇଛି। ଭୟ କରନ୍ତୁ ନାହିଁ। ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ପ୍ରଥମେ ଘରୋଇ ଚିକିତ୍ସାର ଉପଯୋଗ କରନ୍ତୁ ଏବଂ ତୁରନ୍ତ ଆରାମ ମଧ୍ୟ ପାଆନ୍ତୁ।

ମୁଣ୍ଡକୁ ପଛକୁ ନୁଆଁନ୍ତୁ : ନାକରୁ ରକ୍ତ ବାହାରିବା ସମୟରେ ସଙ୍ଗେ ସଙ୍ଗେ ମୁଣ୍ଡକୁ ପଛକୁ ନୁଆଁଇ ରଖନ୍ତୁ। ଏପରି କଲେ ନାକରୁ ଅଧିକ ରକ୍ତ ବାହାରି ନଥାଏ। ମନେରଖିବେ ରକ୍ତ ବାହାରିବା କମିବା ପରେ ହଠାତ୍ ତଳକୁ ମୁଣ୍ଡ କରିବେ ନାହିଁ।

 


ବରଫ ରଖନ୍ତୁ : ମୁଣ୍ଡକୁ ପଛକୁ ରଖି କିଛି ବରଫ ଖଣ୍ଡକୁ ସଫା କପଡ଼ାରେ ଗୁଡ଼ାଇ ନାକ ହାଡ଼ ଉପରେ ପାଖାପାଖି ପାଞ୍ଚ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ବରଫ ଖଣ୍ଡ ତୁରନ୍ତ ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରେ।

ଆପଲ ସାଇଡର ଭିନେଗାର : ଆପଲ ସାଇଡର ଭିନେଗାରକୁ ଏକ ତୁଳାରେ ବୁଡ଼ାଇ ନାକ ଉପରେ 5 ରୁ 7 ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହା ତୁରନ୍ତ ରକ୍ତ ବାହାରିବା ବନ୍ଦ କରେ।

ପିଆଜ : ନାକରୁ ରକ୍ତ ବାହାରିବା ବନ୍ଦ କରିବା ପାଇଁ ପିଆଜ ହେଉଛି ସବୁଠୁ ସହଜ ଓ ତୁରନ୍ତ ଘରୋଇ ଉପାୟ। ପିଆଜକୁ କାଟି ଏହାର ବାସ୍ନାକୁ କିଛି ସମୟ ଶୁଘନ୍ତୁ।

ଧନିଆ ପତ୍ର : କିଛି ଧନିଆ ପତ୍ରର ପେଷ୍ଟକୁ କପାଳରେ 5 ରୁ 7 ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାର ଶରୀରକୁ ଥଣ୍ଡା ରଖେ ଓ ଶିରା ପ୍ରଶିରାକୁ ସକ୍ରିୟ ରଖେ।

 

ବେକିଂ ସୋଡ଼ା : ରକ୍ତ ବାହାରିବା ସମୟରେ ଅଧ ଚାମଚ ବେକିଂ ସୋଡ଼ାକୁ ପାଣିରେ ଗୋଳାଇ ନାକ ଉପରେ ଛିଞ୍ଚି ଦିଅନ୍ତୁ। ଏହା ତୁରନ୍ତ ରକ୍ତ ବାହାରିବାକୁ ବନ୍ଦ କରେ।

ଡକ୍ଟର ଙ୍କ କଥା ଅନୁସାରେ ନାକରୁ ରକ୍ତ ବାହାରିବାର 3 ଟି ବିଶେଷ କାରଣ ହେଉଛି , ଛୋଟ ପିଲା , 20 ବର୍ଷ ଭିତରେ ଏବଂ ଶେଷରେ ହେଉଛି 25 ରୁ ଅଧିକ ବୟସ ହେବା ପରେ । ବିଶେଷ କରିକି ଛୋଟ ପିଲାମାନଙ୍କର ନାକ ରୁ ରକ୍ତ ପଡ଼ିବାର କାରଣ ହେଉଛି ସେମାନେ ନାକ କୁ ଖୁରାଇବା ନାକ ରେ ଆଙ୍ଗୁଠି ପୁରାଇବା ଵା ନାକ କୁ କୌଣସି କାରଣରୁ ରଗଡି ହେବା । 20 ବର୍ଷ ବୟସର ପିଲାମାନଙ୍କର ନାକ ରୁ ରକ୍ତ ବାହାରିବାର କାରଣ ହେଉଛି ଯଦି ଆପଣ ଙ୍କର ଅଧିକ ଗରମ ବାୟୁ ଵା ଥଣ୍ଡା ବାୟୁ ଆପଣ ଙ୍କର ନାକ ଭିତରେ ପ୍ରବେଶ କରିବ ତାହେଲେ ମଧ୍ୟ ଆପଣ ଙ୍କର ଏହିଭଳି କିଛି ସମସ୍ୟା ମାନ ଉପୁଜିଥାଏ । ତାହେଲେ ଆପଣ ଙ୍କର ନାକରୁ ରକ୍ତ ବାହାରୁଥିଲେ ଆପଣ ମାନେ ନାକ କୁ ଚିପି ରଖି ପାଟି ପଟେ ନିଶ୍ୱାସ ନେବା ଆବଶ୍ୟକ ହୋଇଥାଏ ଏବଂ ଉପରୋକ୍ତ ଉପାୟ ଗୁଡ଼ିକ ନିଶ୍ଚୟ କରନ୍ତୁ।

Leave A Reply

Your email address will not be published.