ଛିଃ.. ଛିଃ.. ! ବାହା ହେଲା ପରେ ବି ଆଉ ଗୋଟେ ପର ପୁରୁଷ ପାଇଁ ନିଜ କୁନି ପୁଅକୁ ଭୁଲିଗଲା… ଏହି କୁନି ପୁଅ କଣ କହୁଛି ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ତ ଜାଣିଛନ୍ତି ସ୍ୱାମୀ ସ୍ତ୍ରୀ କେତେ ଯେ ପବିତ୍ର ବନ୍ଧନ ବା ସମ୍ପର୍କ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହିଥାଏ ଯାହାକି ସ୍ୱାମୀ ର ସବୁ ଦୁଃଖସୁଖ ରେ ସ୍ତ୍ରୀ ହିଁ ଭାଗିଦାର ହୋଇଥାଏ ଆଉ ଖରାପ ସମୟରେ ତାର ସାହସ ମଧ୍ୟ ପାଲଟି ଥାଏ | କିନ୍ତୁ ଆଜିକାଲି ସମାଜ ରେ ସ୍ୱାମୀ ସ୍ତ୍ରୀ ଭିତରେ ଥିବା ମଧୁର ସମ୍ପର୍କ ବହୁତ କମ ଦେଖିବା ପାଇଁ ମିଳୁଛି ଏହି ଯୁଗରେ ପରକୀୟା ପ୍ରୀତି ଅନେକ ସମୟରେ ଦେଖିବା ପାଇଁ ମିଳୁଛି | କେତେ ବେଳେ ସ୍ୱାମୀ ଅନ୍ୟ କେଉଁଠି ଖରାପ ସମ୍ପର୍କ ରଖୁଛି ତ ପୁଣି କେଉଁଠି ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖୁଛି |


ଶାରୀରିକ ସମ୍ପର୍କ ରଖିବା ପାଇଁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିବେକ ବୁଦ୍ଧି ମଧ୍ୟ ହରାଇ ବସନ୍ତି, ଆଉ ଏବେ ସେଭଳି ଏକ ଘଟଣା ପୁଣି ଦେଖିବା ପାଇଁ ମିଳିଛି | କେବଳ ସ୍ୱାମୀ ସ୍ତ୍ରୀ କୁ ପର କରି ଦେଇ ଚାଲି ଯାଆନ୍ତି ନାହିଁ ବରଂ ଯଦି ନିଜର କୁନି ଛୁଆଟି ଥିବ ତେବେ ପ୍ରେମରେ ଥରେ ତା କଥା ମଧ୍ୟ ଭାବନ୍ତି ନାହିଁ | ତେବେ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଏଭଳି ନାରୀ ପ୍ରତି ଆପଣ ମଧ୍ୟ ଖୁବ ନିନ୍ଦା ଅନୁଭବ କରିବେ, ଆସନ୍ତୁ ଏହି ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |


ଘଟଣା ଟି ହେଉଛି ଏକ ମହିଳା ଫେସବୁକ ପ୍ରେମ ରେ ପଡ଼ି ନିଜ ସ୍ୱାମୀ ଓ 5 ବର୍ଷର କୁନି ପିଲା କୁ ଛାଡ଼ି ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି | ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ର ଚନ୍ଦକା ଅଞ୍ଚଳରେ ଦେଖିବା ପାଇଁ ମିଳିଛି ଯାହାକି ବିଶ୍ୱଜିତ ନାୟକ ଓ ରାଜସ୍ମିତା ଙ୍କର ଘରର ଘଟଣା ଏହା |

ସୂଚନା ଅନୁଯାଇ ଉଭୟ ସ୍ୱାମୀ ସ୍ତ୍ରୀ ପ୍ରେମ ବିବାହ କରି ଥିଲେ ଘରେ ରାଜି ନଥିବାରୁ ଉଭୟ ଘର ଛାଡ଼ି ପଳେଇ ଥିଲେ ଆଉ କଟକରେ ରେଜିଷ୍ଟ୍ରି ମ୍ୟାରେଜ କରି ଥିଲେ | ଏହାପରେ ଉଭୟ ଙ୍କର ଏକ ପୁତ୍ର ସନ୍ତାନ ହୋଇ ଥିଲା ଯାହାର ବୟସ ଏବେ 5ବର୍ଷ ଆଉ ବିଶ୍ୱଜିତ ଜଣେ ଦିନ ମଜୁରିଆ ଥିଲେ କାମ କରି ନିଜ ପରିବାର କୁ ପୋଷୁ ଥିଲେ |


କିନ୍ତୁ ପରେ ପରେ ସ୍ତ୍ରୀ ରାଜସ୍ମିତା ଫେସବୁକ ରେ ଅନ୍ୟ ଏକ ଯୁବକଙ୍କ ସହ କଥା ହେଉଥିଲେ ଆଉ ଫୋନରେ ଘଣ୍ଟା ଘଣ୍ଟା କଥା ହେଉଥିଲେ | ପରେ ପରେ ପ୍ରେମ ସମ୍ପର୍କ ଏତେ ବଢ଼ି ଯାଇଥିଲା କି ନିଜ 5 ବର୍ଷର ପୁଅ ମଧ୍ୟ ଦେଖା ଯାଇ ନଥିଲେ | ଏହାକୁ ନେଇ ସ୍ୱାମୀ ବିରୋଧ କଟି ଥିଲେ ମଧ୍ୟ ସ୍ତ୍ରୀ ତାଙ୍କର କୌଣସି କଥାକୁ ଶୁଣି ନଥିଲେ | ଆଉ ପରେ ସନ୍ଧ୍ୟା ସମୟରେ ମାର୍କେଟ ଯିବେ କହି ତାଙ୍କ ପୁଅ ଆଉ ସ୍ୱାମୀ କୁ ଛାଡ଼ି ଏବେ ପ୍ରେମିକ ସହିତ ଫେରାର ହୋଇ ଯାଇଛନ୍ତି | ଏହି ଘଟଣା କୁ ନେଇ ଏବେ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି ସେପଟେ ପୁଅ ନିଜ ମାକୁ ନ ପାଇ ଡହଳବିକଳ ହେଉଛି |

Leave A Reply

Your email address will not be published.