ତେବେ ଆପଣ ପ୍ରତିଦିନ ଘରେ ଝାଡୁ ତ ଲଗାଇ ଥାଆନ୍ତି କାରଣ ଏମିତି କେହି ବ୍ୟକ୍ତି ନାହାଁନ୍ତି ଯିଏ କି ତାଙ୍କ ଘରେ ଝାଡୁ କରୁ ନଥିବେ କାରଣ ଏହା ଦ୍ୱାରା ଘର ପରିଷ୍କାର ରହିଥାଏ ଆଉ ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରି ଥାଆନ୍ତି | ତେବେ ଝାଡୁ କରିବାର ମଧ୍ୟ ଅନେକ ନିୟମ ରହିଛି ଯାହାକୁ ମାନିବା ଦ୍ୱାରା ଆପଣଙ୍କ ଘରେ ଉନ୍ନତି ଆସିବ ଏବଂ ସବୁ କ୍ଷେତ୍ରରେ ଆପଣ ଙ୍କୁ ହିଁ ସଫଳତା ପ୍ରାପ୍ତ ହେବ | ତେବେ କେତେ ବେଳେ ଝାଡୁ ଲଗାଇବେ କେତେ ବେଳେ ଲଗାଇବେ ନାହିଁ, ଝାଡୁ କେଉଁଠାରେ ରଖିବେ, ପୁରୁଣା ଝାଡୁ କେବେ ବଦଳାଇବେ, ନୂଆ ଝାଡୁ କେବେ ନେବେ ଏବଂ କେବେ ବ୍ଯବହାର କରିବେ ଆଜି ଏହିସବୁ ସମ୍ପର୍କ ରେ ଆମେ ଆଲୋଚନା କରିବା |
1. ଝାଡୁ କରିବା ବେଳେ ପ୍ରଥମେ ଏହା ମନେ ରଖନ୍ତୁ କି ଯେତେ ବେଳେ ଆପଣ ଝାଡୁ କରୁଛନ୍ତି ସେତେ ବେଳେ ମୌନ ରହି ଝାଡୁ କରନ୍ତୁ | କାହା ସହ ଗପସପ ନ କରି ଚୁପଚାପ ରହି ଝାଡୁ କରନ୍ତୁ କାରଣ କାହା ସହ କଥା ହୋଇ ହୋଇ ଝାଡୁ କଲେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ପ୍ରକାଶ ପାଇ ଥାଆନ୍ତି | ଝାଡୁ ରେ ଗୋଡ଼ ବାଜି ଗଲେ ମଧ୍ୟ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ତେଣୁ କରି ଭୁଲ ରେ ଯଦି ଝାଡୁ ରେ ଗୋଡ଼ ବାଜି ଯାଉଛି ତେବେ ମା ଲକ୍ଷ୍ମୀ ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ |
2. ଝାଡ଼ୁ ଲଗାଇବା ସମୟ:- ସୂର୍ଯ୍ୟଉଦୟ ପୂର୍ବରୁ ଅବା ସୂର୍ଯ୍ୟ ଉଦୟ ସମୟରେ ଆପଣ ଝାଡ଼ୁ ଲଗାଇବେ | ଯଦି ଆପଣ ସୂର୍ଯ୍ୟଉଦୟ ପରେ ଝାଡ଼ୁ ଲଗାଇଥାନ୍ତି ତେବେ ମା ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲି ଯାଇଥାନ୍ତି | ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ପୂର୍ବରୁ ଅବା ସୂର୍ଯ୍ୟ ଅସ୍ତ ର ୧୦ ମିନିଟ୍ ମଧ୍ୟରେ ବିଧି ରହିଛି, ଭୁଲ୍ ରେ ବି ସନ୍ଧ୍ୟା ପରେ ବା ରାତିରେ ଝାଡ଼ୁ ଲଗାନ୍ତୁ ନାହିଁ |
3. ଝାଡୁ କେତେବେଳ ଲଗାଇବେ ନାହିଁ :- ଘରେ ସନ୍ଧ୍ୟା ଦେବା ପରେ, ଘରେ ପୂଜା କରିବା ପରେ, ଖାଦ୍ୟ ଖାଇବା ପରେ, ଘର ଲୋକ କର୍ଣ୍ଣକୁ ଯିବା କିଛି ସମୟ ପରେ ଝାଡୁ କେବେ ବି ଲଗାନ୍ତୁ ନାହିଁ |
4. ଘରର କେଉଁ ଦିଗରୁ ଝାଡ଼ୁ ଲଗାଇବା ଆରମ୍ଭ କରିବେ:- ଘରର ଐଶାନ୍ୟ କୋଣରୁ ଆରମ୍ଭ କରି ଉତ୍ତର କୋଣରେ ସମାପ୍ତ କରନ୍ତୁ |
5. ଝାଡୁକୁ କେଉଁଠି ଆଉ କିପରି ରଖିବେ :- ମନେ ରଖନ୍ତୁ କି ଝାଡୁ କୁ ସବୁବେଳେ ଲୁଚାଇ ରଖନ୍ତୁ, ଏମିତି ସ୍ଥାନରେ ରଖନ୍ତୁ ଯେପରି ଆପଣଙ୍କ ନଜର କିମ୍ୱା ଘରକୁ ଆସୁଥିବା କୁଣିଆ ଙ୍କ ନଜର ସେହି ଝାଡୁ ଉପରେ ପଡ଼ିବ ନାହିଁ | ଏହା ସହିତ ଐଶାନ୍ୟ କୋଣରେ ଝାଡୁ ରଖନ୍ତୁ ନାହିଁ, ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଆପଣ ଝାଡୁ ରଖି ପାରିବେ | ଝାଡୁ କୁ ସର୍ବଦା ଶୁଆଇ ରଖନ୍ତୁ ଓ ଅଳିଆ ଏବଂ ଝାଡୁ ଏକାଠି ରଖନ୍ତୁ ନାହିଁ |
6. ଝାଡୁ କେବେ କିଣିବା ଆଉ କେବେ ବଦଳେଇବା ଉଚିତ୍:- ଯେତେ ବେଳେ ବି ଆପଣ ଝାଡୁ କିଣୁଛନ୍ତି ସେତେବେଳେ ଏକା ସାଙ୍ଗରେ ତିନୋଟି ଝାଡୁ କିଣନ୍ତୁ ଏବଂ ଶନିବାର କି ଶୁକ୍ଲପକ୍ଷରେ କେବେ ହେଲେ ଝାଡୁ କିଣନ୍ତୁ ନାହିଁ | ନୂଆ ଝାଡୁର ବ୍ୟବହାର ଶନିବାର ଦିନ କରନ୍ତୁ ଏହା ସହିତ ଯେଉଁ ଝାଡୁ ଖରାପ ହୋଇ ଯାଇଛି କି ତାହାକୁ ବ୍ୟବହାର କରୁ ନାହାଁନ୍ତି ସେହି ଝାଡୁ କୁ ଶନିବାର ଦିନ ବାହାର କରି ଦିଅନ୍ତୁ |