ସାମ୍ନାକୁ ଆସିଲା New Twist – ହ୍ୟୁମାନ ସାଗରଙ୍କ ମା କହୁଛନ୍ତି ବୋହୂ ମଦ ପିଏ ! ତେଣୁ ମୋ ପୁଅ 50ଟା ସ୍ତ୍ରୀ ରଖିବ ,ମଦ ଖାଇକି ଗଡିବ ..ହେଲେ ସମାଧାନ କରିବନି

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଏବେ ସୋସିଆଲ ମିଡ଼ିଆ ରେ କେବଳ ଗୋଟିଏ ନାଁ ଚର୍ଚ୍ଚା ଯାହାକି ହ୍ୟୁମାନ ତାଙ୍କ ସ୍ତ୍ରୀଙ୍କୁ ଧର୍ମ କୁ ନେଇ ନିର୍ଯାତନା ଦେଇ ଆସୁ ଥିଲେ | ଆଉ ସ୍ତ୍ରୀ ଶ୍ରୀୟା ଯେତେ ବେଳେ ଏହି ନିର୍ଯାତନା କୁ ସହି ପାରିଲେ ନାହିଁ ସେ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି |

ତେବେ ଏହି ଘଟଣା କୁ ନେଇ ଶ୍ରୀୟା ଙ୍କର ଓକିଲ ନିଜର ମନ୍ତବ୍ୟ ଗଣମାଧ୍ୟମ ରେ ରଖିଛନ୍ତି | ତେବେ ଶ୍ରୀୟା ଙ୍କର ଓକିଲ କହିଛନ୍ତି କି ଯୌତୁକ ପାଇଁ ନିର୍ଯ୍ୟାତନା ଦିଆ ଯାଇଛି ଆଉ ଧର୍ମ ପରିବର୍ତ୍ତନ ପାଇଁ କହି ଥିଲେ କିନ୍ତୁ ସେ ମନା କରିବାରୁ ତାଙ୍କୁ ଜୀବନ ରୁ ମାରି ଦେବା ପାଇଁ ଚେଷ୍ଟା କଲା |

 

ଆଉ ହ୍ୟୁମାନ ତାଙ୍କ କୁନି ଝିଅ କୁ ମଧ୍ୟ ଭଲ ପାଏନି ମାନେ ଝିଅ କାହିଁକି ହେଲା ପୁଅ କାହିଁକି ହେଲା ନାହିଁ ଏଥିପାଇଁ ମଧ୍ୟ ସେ ତାକୁ ନିର୍ଯ୍ୟାତନା ଦେଇଛି | ଶ୍ରୀୟା ହେଉଛି ଜଣେ ହିନ୍ଦୁ ବ୍ରାହ୍ମଣ ଘରର ଝିଅ କିନ୍ତୁ ଯେହେତୁ ସେ ହ୍ୟୁମାନ କୁ ଲଭ କରୁଥିଲା ସେଥିପାଇଁ ପରିବାର ର ସହମତି ରେ ସେ ଖ୍ରୀଷ୍ଟିଆନ କୁ ବିବାହ କରିଥିଲା |

 

ବାହାଘର ରେଜିଷ୍ଟ୍ରେସନ ହେଲା ତାପରେ ରୀତିନୀତି ଅନୁସାରେ ବାହାଘର ହୋଇ ଥିଲା | ବାହାଘର ପରେ ସେମାନେ ଦୁହେଁ ସ୍ୱାମୀ ସ୍ତ୍ରୀ ହେଲେ କିନ୍ତୁ ବାହା ହୋଇ ଗଲେ ବୋଲି ଧର୍ମ ପରିବର୍ତ୍ତନ କରିବେ ସେଇଟା ସେ ବାଧ୍ୟ ନୁହେଁ | ଆଉ ଝିଅ ହେଉଛି ବ୍ରାହ୍ମଣ ଘରର ଝିଅ ପୁଣି ପୁରୀ ଜଗନ୍ନାଥ ଧାମ ର ବାସିନ୍ଦା ସେ | ଆଉ ଏହି ଘଟଣା ଟି ସମାଧାନ ହୋଇ ଗଲେ ଭଲ କିନ୍ତୁ ହ୍ୟୁମାନ ସମାଧାନ କରିବାର ବାଟ ଖୋଜି ପାଉନି |

କାରଣ ଝିଅ ଶ୍ରୀୟା ର ବାପା ମା ବନ୍ଧୁ ବାନ୍ଧବ ମାନେ ବହୁତ ଚେଷ୍ଟା କଲେ କି ଏହି ବିବାଦ ଟି ସମାଧାନ ହୋଇ ଯାଉ କିନ୍ତୁ ଏହି ଗଲା ଦୁଇ ଦିନ ତଳେ ସେ ଚେଷ୍ଟା ଭାଙ୍ଗି ଗଲା | ହ୍ୟୁମାନ ଆଉ ତାଙ୍କ ମା ସେମାନେ ସମାଧାନ ଚାହୁଁ ନାହାଁନ୍ତି ତାଙ୍କ ମା କହୁଛନ୍ତି କି ଆମ ପୁଅ 50 ଟା ସ୍ତ୍ରୀ ରଖିବ ମଦ ଖାଇକି ସେ ଗଡ଼ିବ କିନ୍ତୁ ଆମେ ତମ ସହ କିଛି ସମାଧାନ କରିବୁ ନାହିଁ |

ଆଉ ଏବେ ଆମର ଦାବି ଏହାକି ଦୋଷୀ ନିହାତି ଭାବରେ ଦଣ୍ଡ ପାଉ ଆଉ ସମାଧାନ କରିବାକୁ ହେଲେ ସ୍ୱାମୀ ସ୍ତ୍ରୀ ଙ୍କର ମନ ପରିବର୍ତ୍ତନ ନିହାତି ହେବା ଦରକାର | ଆଉ ସହଯୋଗ ରେ ଆମେ ତ ରାଜି ଅଛୁ କିନ୍ତୁ ହ୍ୟୁମାନ ଆଉ ତାର ଶାଶୁ ରାଜି ହେବେ କି ନାହିଁ ତାହା ସନ୍ଦେହ ବୋଲି ଶ୍ରୀୟା ଙ୍କର ଓକିଲ ମିଡ଼ିଆ ସାମ୍ନାରେ କହିଛନ୍ତି | ତେବେ ଏହି ଘଟଣା ଟି ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |

Leave A Reply

Your email address will not be published.