ଗର୍ଭାବସ୍ଥାର ପ୍ରଥମ ମାସ ( 1st month of pregnancy ) ବହୁତ କିଛି ଜାଣିବା କଥା, ନଚେତ ପିଲା ପାଇଁ ବିପଦ

ଆମେ ମାନେ ସମସ୍ତେ ଜାଣିଛୁ କି ପ୍ରତେକ ପୁରୁଷ ଓ ମହିଳା ଙ୍କର ଗୋଟିଏ ଇଚ୍ଛା ଥାଏ କି ସେମାନେ ବିବାହ ପରେ ବାପା ଓ ମା ହେବେ । ତେବେ ମହିଳା ଙ୍କର ନାରୀ ଜୀବନ ର ସାର୍ଥକତା ପାଇଥାଏ ଯେତେବେଳେ ସେ ମାତୃତ୍ୱ ପ୍ରାପ୍ତି କରିଥାଏ । ତେବେ କେତେକ ବିଶେଷ କାରଣ ରହିଛି ଯାହା ପାଇଁ ମହିଳା ଜଣଙ୍କ ପ୍ରେଗ୍ନେଣ୍ଟ ହେବାରୁ ବଞ୍ଚିତ ହୋଇଥାଏ ।ତେବେ ଆଜି ଆମେ ଜାଣିବା ଜଣେ ମହିଳା ପ୍ରେଗନେଣ୍ଟ ଅଛି କି ନାହିଁ କେମିତି ଜାଣିବା ଏବଂ ପ୍ରେଗନେଣ୍ଟ ହେବାର ପ୍ରଥମ ମାସରୁ ହିଁ କିପରି ପିଲାର ଯତ୍ନ ନେବେ ସେ ସମସ୍ତ ବିଷୟରେ ଆପଣଙ୍କୁ ଜଣେଇବୁ।

ପ୍ରେଗନେଣ୍ଟ ଅଛନ୍ତି ବୋଲି କେମିତି ଜାଣିବେ –

 

 

କୁହାଯାଉଛି କି ଜଣେ ମହିଳା ଓ ପୁରୁଷ ଙ୍କ ମଧ୍ୟରେ ସହବାସ ହେବା ପରେ ମହିଳା ଜଣଙ୍କ ପ୍ରେଗନେଟ ହେବାର ସମ୍ଭାବନା ରହିଥାଏ । ଆଉ ତାହା ସହିତ କୁହାଯାଉଛି କି ମହିଳା ଜଣଙ୍କ ଯଦି ପିରିୟଡ଼ ମିସ ହେବା ଭଳି କିଛି ଲକ୍ଷଣ ଦେଖିବାକୁ ପାଇବେ ତାହେଲେ ସେମାନେ ଗୋଟିଏ ମାସ ପରେ ପ୍ରେଗ୍ନେସି କିଟ ଆଣିକି ସେଥିରେ ପରୀକ୍ଷା କରିକି ଜାଣି ପାରିବେ ୟୁରିନ ମାଧ୍ୟମରେ ସେମାନେ ଗର୍ଭବତୀ ଅଛନ୍ତି କି ନାହିଁ । ତେବେ ସହବାସ ର ଗୋଟିଏ ସପ୍ତାହ ମଧ୍ୟରେ କିଛି ଜଣା ପଡ଼ି ନ ଥାଏ କିନ୍ତୁ ପରେ ତାହା ଜଣା ପଡିଥାଏ ବୋଲି କୁହାଯାଉଛି ।

କେଉଁ ସବୁ ଲକ୍ଷଣ ରୁ ଜାଣିବେ ଆପଣ ପ୍ରେଗନେଣ୍ଟ ଅଛନ୍ତି ବୋଲି –

 

କୁହାଯାଉଛି କି ପୁରୁଷ ର ଶୂକ୍ରାଣୁ ଓ ମହିଳା ଙ୍କର ଡିମ୍ବାଣୁ ମିଶିବା ପରେ ଫର୍ଟି ଲାଇଜ ହେବା ପରେ ଆପଣ ମାନେ ପ୍ରେଗନେଣ୍ଟ ହୋଇଥାନ୍ତି । ତେବେ ଏହି ସମୟରେ ଆପଣ ମାନଙ୍କୁ ବାନ୍ତି ଲାଗିବା, ଦେହ ଦୁର୍ବଳ ଲାଗିବା, ମୁଣ୍ଡ ବୁଲେଇ ହେବା ଭଳି କିଛି ଲକ୍ଷଣ ଦେଖା ଯାଇଥାଏ । ତାହା ବ୍ୟତୀତ ଖାଇବା ପାଇଁ ଇଚ୍ଛା ନ ହେବା । ଖାଦ୍ୟ ଗନ୍ଧେଇବା ଭଳି ଲକ୍ଷଣ ଗୁଡିକ ମଧ୍ୟ ଦେଖା ଯାଇଥାଏ ବୋଲି କୁହାଯାଉଛି । ତେବେ ଏହି ସମୟରେ ମହିଳା ମାନଙ୍କର ଆଇରନ ଓ ଫଲିକ ଏସିଡ ର ଅଭାବ ଦେଖା ଯାଇଥାଏ ବୋଲି ମଧ୍ୟ କୁହାଯାଉଛି ।

କଣ କରିବେ ପ୍ରେଗନେଣ୍ଟ ର ପ୍ରଥମ ମାସରୁ –

 

କୁହାଯାଉଛି କି ପ୍ରେଗନେଣ୍ଟ ର ପ୍ରଥମ ମାସ ରୁ ଆମକୁ ଧ୍ୟାନ ଦେବାକୁ ପଡିବ ଦୂର ସ୍ଥାନ କୁ ଯାତ୍ରା କରିବେ ନାହିଁ କି କୌଣସି ଭାରୀ ଜିନିଷ କୁ ଉଠାଇବେ ନାହିଁ । କାରଣ ଏହି ସମୟରେ ଭ୍ରୁଣ ତିଆରି ହୋଇଥାଏ ଆଉ ଯାହା ଆମର ଗର୍ଭାଶୟ ର କାନ୍ଥ ରେ ଲାଗିଥାଏ ତାହା ସହିତ ପିଲା ମାନଙ୍କର ପ୍ଲାସେଣ୍ଟା ମଧ୍ୟ ତିଆରି ହୋଇଥାଏ ।

ଖାଦ୍ୟ କଣ ଖାଇବା ଉଚିତ –

କୁହାଯାଉଛି କି ପ୍ରେଗନେଣ୍ଟ ହେବାର ପ୍ରଥମ ମାସ ରେ ଆପଣ ମାନେ ଅମୃତ ଭଣ୍ଡା, ସପୁରି ଓ ଅଙ୍ଗୁର ଭଳି ଫଳ ଖାଇବେ ନାହିଁ ବାକି ସବୁବେଳେ ଫଳ ଓ ସବୁଜ ପନିପରିବା ଖାଇ ପାରିବେ ।

Leave A Reply

Your email address will not be published.