ପ୍ରଥମ ଥର ପାଇଁ ଓଡ଼ିଶାର No 1 Vlogger ରିଙ୍କି ଓ ତ୍ରିଲୋଚନ ( Rinkey & Trilochan ) ଙ୍କ ନୂଆ ରୋମାଣ୍ଟିକ ଡ୍ୟାନ୍ସ ଆଲବମ ” Mo Chandrama ” ହେଲା ରିଲିଜ… ମାତ୍ର 4 ଘଣ୍ଟାରେ 133k ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ସୋସିଆଲ ମିଡ଼ିଆ ରେ ଏକ ସାଧାରଣ ବ୍ୟକ୍ତି ବି ନିଜ ବ୍ଲଗ ଦ୍ୱାରା ଭାଇରାଲ ହୋଇ ଥାଏ ଆଉ ପରେ ପରେ ସେ ଫେମସ ମଧ୍ୟ ହୋଇ ଯାଇ ଥାଏ | ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଛୋଟ ଛୋଟ ଭିଡ଼ିଓ କରି ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଆଉ ତାହାକୁ ଦେଖି ଲୋକ ମାନେ ମଧ୍ୟ ଭିଡ଼ିଓ ଟିକୁ ଖୁବ ଭଲ ପାଇବା ଦେଇ ଥାଆନ୍ତି ଯାହା ପରେ ପରେ ସେ ଦର୍ଶକ ମାନଙ୍କର ପ୍ରିୟ ପାତ୍ର ହୋଇ ପାରି ଥାଏ | ତେବେ ମ୍ୟୁଜିକ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏମିତି ଅନେକ ଯୋଡ଼ି ଅଛନ୍ତି ଯିଏ କି ଖୁବ ନାଁ କମାଇଛନ୍ତି ଆପଣ ଙ୍କର ମଧ୍ୟ ଠିକ ସେହିଭଳି ଭାବରେ ପ୍ରିୟ ଯୋଡ଼ି ନିହାତି ଭାବରେ ରହି ଥିବେ |

 

ସେଭଳି ଭାବରେ ଜଣେ ଲୋକ ପ୍ରିୟତା ଯୋଡ଼ି ହେଉଛନ୍ତି ତ୍ରିଲୋଚନ ରାଜପୁତ ଓ ଚିରଶ୍ମିତା ରାଜପୁତ, ଯିଏ କି ଅନେକ ସମୟରେ କିଛି ନା କିଛି ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି ଆଉ ଦର୍ଶକ ମାନଙ୍କର ଭଲ ପାଇବାକୁ କିଣି ଥାଆନ୍ତି | ଅନେକ ସମୟରେ ଏହି ଦୁହିଁଙ୍କର ଆଲବମ ମ୍ୟୁଜିକ ମଧ୍ୟ ଦେଖିବା ପାଇଁ ମିଳିଛି ଯାହାକି ବର୍ତ୍ତମାନ ସମୟରେ ଦୁହେଁ ପୁଣି ଏକ ଆଲବମ ମ୍ୟୁଜିକ ନେଇ ଆସିଛନ୍ତି ଯାହାର ଗୀତ ସହିତ ଷ୍ଟୋରି ମଧ୍ୟ ଖୁବ ସୁନ୍ଦର ରହିଛି | ଏହି ମ୍ୟୁଜିକ ଭିଡ଼ିଓ ରେ ଜ୍ଞାନ ଭାଇ ମଧ୍ୟ ଅଛନ୍ତି ଆଉ ଏହି ଆଲବମ ଟିର ନାଁ ରହିଛି “ମୋ ଚନ୍ଦ୍ରମୁଖୀ” |

 


ଏହି ଆଲବମ ଟିର ଷ୍ଟୋରି ରହିଛି କି ଜଣେ ସ୍ୱାମୀ ସ୍ତ୍ରୀ ଗାଁ ରେ ରୁହନ୍ତି ଆଉ ସ୍ୱାମୀ ମଧ୍ୟ ଚାକିରୀ କରିଛନ୍ତି କିନ୍ତୁ ଯେଉଁ ଶନିବାର ଓ ରବିବାର ତାଙ୍କୁ ଛୁଟି ମିଳେ ସେ ଘରର ଜମି ଚାଷ ସବୁ କରନ୍ତି | ଯାହା ଦ୍ୱାରା ସ୍ୱାମୀ ଜଣଙ୍କ ତାଙ୍କ ସ୍ତ୍ରୀ ଙ୍କୁ କୁଆଡେ ମଧ୍ୟ ବୁଲେଇ ନେଇ ପାରନ୍ତି ନାହିଁ |

କିନ୍ତୁ ପରେ ପରେ ଥରେ ତାଙ୍କ ସ୍ୱାମୀ ସ୍ତ୍ରୀ ଙ୍କୁ ଭୁବନେଶ୍ୱର ର ସବୁ ସୁନ୍ଦର ସୁନ୍ଦର ସ୍ଥାନକୁ ବୁଲାଇବା ପାଇଁ ନେଇଛନ୍ତି ଯାହାକୁ ଦେଖି ସ୍ତ୍ରୀ ଖୁବ ଖୁସି ହୋଇ ଯାଇଛି | ଆପଣ ମାନେ ଜାଣିଥିବେ କି ଆମ ଓଡିଶା ର ଲୋକ ମାନେ ନିଜର କଳା ଆଉ ସଂସ୍କୃତି କୁ କେତେ ଭଲ ପାଇଥାନ୍ତି | ଆଉ ଆମ ରାଜଧାନୀ ଭୁବନେଶ୍ୱର କୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ | ସେହିଭଳି ଭାବରେ ଉଭୟ ସ୍ୱାମୀ ସ୍ତ୍ରୀ କିପରି ସୁନ୍ଦର ସୁନ୍ଦର ଜାଗା ବୁଲି ଭଲ ପାଇବା ଦେଖାଇଛନ୍ତି ତାହା ଏହି ଆଲବମ ଟିରେ ଦେଖିବା ପାଇଁ ମିଳିଛି | ବର୍ତ୍ତମାନ ସମୟରେ ଏହି ଆଲବମ ଟିକୁ ଅନେକ ଦର୍ଶକ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

Leave A Reply

Your email address will not be published.