ଦେଢ଼ ଲକ୍ଷ ଟାଉଟର ଯୋଉଦିନ ମରିଛନ୍ତି ମୋ ଏକୋଇଶିଆ ସେଇଦିନ.. ପପୁ ପମ ପମ କଣ କହୁଛନ୍ତି, ଦେଖନ୍ତୁ VIDEO

ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ରହିଛନ୍ତି କିନ୍ତୁ ଯେଉଁଠି କମେଡି ନାହିଁ ସେଠି ମନରଞ୍ଜନ ହିଁ ନାହିଁ | ପପୁ ପମପମ ହେଉଛନ୍ତି ସବୁଠାରୁ ନମ୍ବର ୱାନ ହାସ୍ୟ ଅଭିନେତା ଭାବେ ପରିଚିତ, ଯିଏ କି ତାଙ୍କର ପଦେ କଥାରେ ହିଁ ସମସ୍ତଙ୍କୁ ହସାଇ ଦେଇ ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ ହାସ୍ୟ ଅଭିନେତା ପପୁ ପମପମ ଯାତ୍ରା ର ଷ୍ଟେଜ ରେ ଦେଖିବା ପାଇଁ ମିଳିଛନ୍ତି ଆଉ ସେଠାରେ ତାଙ୍କ ମଜାଦାର କଥାରେ ଦର୍ଶକ ମାନଙ୍କର ମନକୁ କିଣିଛନ୍ତି | ସେ କହିଛନ୍ତି କି ଆଜି ପର୍ଯ୍ୟନ୍ତ ଆପଣ ଟିଭି ରେ ମୋ ସୋ ଦେଖି ଥିବେ ସେ ଯାହା କହିବି ସତ କହିବି ହେଉ କି ଫାଲତୁ କଥା ହେଉ, ପୁଣି ଏବେ ନନ୍ଦିଘୋଷ ଟିଭି ରେ ଦେଖୁ ଥିବେ ଏଇଟା ବାୟାଡାଟା |

 

ସେ ଯେକୌଣସି କାର୍ଯ୍ୟକ୍ରମ ହେଉ ମୁଁ ଆଜି ପର୍ଯ୍ୟନ୍ତ ସ୍କ୍ରିପ୍ଟ ଦେଖିକି କହିନି ଅର୍ଥାତ କୌଣସି ଲେଖା ପଢିକି କି ଘୋଷିକି ମୁଁ କହି ନାହିଁ | ସବୁ ଭାବୁ ଥିବେ କି ପପୁ ବହୁତ ଜ୍ଞାନୀ ଲୋକ କିନ୍ତୁ ଓଡ଼ିଶା ରେ ଦେଢ଼ ଲକ୍ଷ ଟାଉଟର ଯେଉଁ ଦିନ ମରି ଥିଲେ ସେଦିନ ମୋର ଏକଇସା ହୋଇଥିଲା |

ମୁଁ ଆଜି ପର୍ଯ୍ୟନ୍ତ କୌଣସି କମେଡି କରି ନାହିଁ ଆପଣଙ୍କ ଜୀବନରେ ଏବଂ ମୋ ଜୀବନରେ ଯାହା ଘଟୁଛି ମୁଁ କେବଳ ତାକୁ କହି ଦେଉଛି ଲୋକ ହସି ଦେଉଛନ୍ତି | ଆପଣ ଯଦି ଭାବିବେ କି ମୋର କାଦୁଅ କୁ ଯିବାର ନାହିଁ ଗୋଡ଼ ଧୋଇବାର ନାହିଁ ଟେନ୍ସନ ନେବାର ନାହିଁ କିନ୍ତୁ ଭଗବାନ ଯଦି ଆପଣ ଙ୍କୁ ଟାର୍ଗେଟ କରି ଦେବେ ତେବେ ସେ ଯେଉଁ ବାଟରୁ ହେଉ ଟେନ୍ସନ ଦେବେ |

ମୁଁ 2000 ମସିହା ରେ ଭୁବନେଶ୍ୱର କୁ ଆସିଲି ଆଉ ଆପଣ ବିଶ୍ୱାସ କରିବେ ନାହିଁ କି ଷ୍ଟ୍ରଗଲ ର ଶେଷ ସୀମାରେ ମୁଁ ପହଞ୍ଚିଛି | ପକେଟ ରେ ପଇସା ନଥାଏ କିନ୍ତୁ ଏପଟେ ପ୍ରେମ ବିବାହ କରି ଥିଲି ପୁଣି ଆମେ ହେଉଛି ବ୍ରାହ୍ମଣ ଘର ଅଲଗା ଜାତିରେ ବାହା ହେଇ ଥିଲି ବୋଲି ଘରେ ବି ରଖିଲେନି କି ପଇସା ବି ଦେଲେନି | ସେତେବେଳେ ଭାବିଲି କି ଏ ଜୀବନ ଆଉ ରଖି ହେବ ନାହିଁ ସୂଈସାଇଡ କରି ଦେବି ସେହି ସମୟରେ ମୋ ସାଙ୍ଗ କହିଲା କି ଜାଗର ଉପାସ କର ମହାଦେବ ସବୁ ଦେବେ |

 

ଆଉ ମୁଁ ଜାଗର କରିକି କହିଲି ମତେ ଆର ଜନ୍ମରେ ପୋଷା କୁକୁର କର କାରଣ ତାଙ୍କ ସୁଖ ଜୀବନ ପରି ଆଉ କେଉଁଠି ନାହିଁ | ଏଭଳି କିଛି କହି ଦେଶୀ ଓ ବିଦେଶୀ କୁକୁର ଭିତରେ ଥିବା ଜୀବନ କୁ କମେଡି ମାଧ୍ୟମ ରେ ପପୁ କହି ଥିଲେ ଯାହାକି ଖୁବ ମଜାଦାର ଥିଲା | ତେବେ ସବୁ ମଣିଷ ଙ୍କର ଟେନ୍ସନ ଅଛି ଆଉ ଟେନ୍ସନ କେଉଁ ବାଟରୁ ଆସିକି ପହଞ୍ଚିବ ଆପଣ ମଧ୍ୟ ଜାଣି ପାରିବେ ନାହିଁ ବୋଲି ପପୁ କହିଛନ୍ତି | ତେବେ ଏଭଳି କିଛି କଥା କୁ ସେଠାରେ ଉପସ୍ଥିତ ଥିବା ଦର୍ଶକ ଖୁବ ପସନ୍ଦ କରି ଥିଲେ ଆଉ ତାଳି ମାରି ମାହଲ ଟିକୁ କମ୍ପାଇ ଦେଇ ଥିଲେ |

Leave A Reply

Your email address will not be published.