ଦେଖନ୍ତୁ EXCLUSIVE :ଭିଡିଓ ଏକ୍ସଟ୍ରା ମାରିଟାଲା ଆଫେୟାର ପାଇଁ ସମୟ କାହିଁ ,ମୋର ଆଉ ବୟସ ଅଛି ତାରେ ନାରେ ହେବାକୁ:ହ୍ୟୁମାନ ସାଗର Humane Sagar

ପ୍ରସିଦ୍ଧା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ ନେଉଛି । ଶ୍ରେୟା, ହ୍ୟୁମାନଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଉଭୟଙ୍କୁ ସମସ୍ୟାର ସମାଧାନ ପାଇଁ ପୁଲିସ 4 ଦିନ ସମୟ ଦେଇଥିଲେ ବି ଶ୍ରେୟା ଶନିବାର ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।ଶ୍ରେୟା ଅଭିଯୋଗ କରିଛନ୍ତି, ଝିଅ ଜନ୍ମ ପରେ ତାଙ୍କ ଉପରେ ନିର୍ଯାତନା ବଢିଥିଲା । କିନ୍ତୁ ସ୍ୱାମୀ ସେଲିବ୍ରିଟି ହୋଇଥିବାରୁ ସମସ୍ୟାର ସମାଧାନ କରିଦେଇଥିଲୁ । କିନ୍ତୁ 6 ମାସ ହେଲା ନିର୍ଯାତନା ବଢିଯାଇଥିଲା । ସମାଧାନ ଉଦ୍ୟମ ବି ବିଫଳ ହୋଇଥିଲା । କିନ୍ତୁ ନିର୍ଯାତନା ଅସହ୍ୟ ହେବାରୁ ସେ ଥାନାକୁ ଯିବାକୁ ବାଧ୍ୟ ହୋଇଛନ୍ତି । ଆଉ ବର୍ତ୍ତମାନ ମୁହଁ ଖୋଲିଛନ୍ତି ହ୍ୟୁମାନ ସାଗର ।

ଶ୍ରେୟାଙ୍କ ଅଭିଯୋଗ ପରେ ଜବାବ ରଖିଲେ ହ୍ୟୁମାନ ସାଗର । ସମୟ ମାଗି ପ୍ରେସମିଟ୍ କରିବାର ଆବଶ୍ୟକତା କ’ଣ ଥିଲା ? ମୁଁ କାହିଁକି କଲ କରିବି ଯେତେବେଳେ ସମୟ ମାଗିଥିଲି । ସେ କଥା ହୋଇପାରିଥାନ୍ତେ, କାହିଁକି ପ୍ରେସମିଟ୍ କଲେ ? ମୋ ନାଁରେ ମିଛ ଅଭିଯୋଗ କରିଛନ୍ତି । ଯାହା ବି ଅଭିଯୋଗ ଆଣିଛନ୍ତି ଭାବିଚିନ୍ତି କୁହନ୍ତୁ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବୁଝାମଣା ରହିବା ଉଚିତ୍ । ଆପୋଷ ବୁଝାମଣା ହେଉ ।

ଖାଲି ସେତିକି ନୁହେଁ ଶ୍ରେୟା ଯୌତୁକ ନିର୍ଯାତନା ଭଳି ମିଛ ଅଭିଯୋଗ ଆଣିଛନ୍ତି । ଭୁଲ ମାଗିଦେଲେ କେହି ଛୋଟ ହେଇଯିବେନି । ଦାମ୍ପତ୍ୟ ଜୀବନରେ ଥାର୍ଡ ପର୍ସନ ଅଭିଯୋଗର ଜବାବ ରଖିଲେ ହ୍ୟୁମାନ୍ । ତୃତୀୟ ବୟକ୍ତି ଭଳି ସେମିତି କିଛି ନାହିଁ । ମୁଁ ହଜାର ହଜାର ଲୋକଙ୍କ ସହ ମିଶୁଛି । ଏକ୍ସଟ୍ରା ମାରିଟାଲ ପାଇଁ ମୋର ବୟସ ନାହିଁ ।

 

 

ସାମ୍ବାଦିକ ସମ୍ମିଳନୀ କରି ଶ୍ରେୟା ହ୍ୟୁମାନଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଥା ପୁଣି ଦୋହରାଇବା ସହ ପ୍ରଚୁର ମଦ୍ୟପାନ କରୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ମଦ ପିଇବାକୁ ବାରଣ କରିବାରୁ ମାଡ଼ ମରାଯାଉଥିବା କଥା କହିଛନ୍ତି । ଏସବୁ ଭିତରେ ଶ୍ରେୟା ପରକୀୟା ପ୍ରୀତି କଥା ମଧ୍ୟ ଉଠାଇଛନ୍ତି । ହ୍ୟୁମାନଙ୍କ ଜୀବନରେ ସେହି ତୃତୀୟ ବ୍ୟକ୍ତି ଜଣକ କିଏ ଅଛନ୍ତି, ସେକଥାର ଖୁଲାସା କରିନାହାନ୍ତି ଶ୍ରେୟା । ଶ୍ରେୟା ଜାନୁଆରୀ 30 ତାରିଖ ଯାଏଁ ସମୟ ଦେଇଛନ୍ତି । 30 ତାରିଖ ପରେ ଶ୍ରେୟା ସେହି ତୃତୀୟ ବ୍ୟକ୍ତିଙ୍କ ବିଷୟରେ ଖୁଲାସା କରିପାରନ୍ତି ବୋଲି ଜଣାପଡ଼ୁଛି ।

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଧର୍ମାନ୍ତରୀକରଣକୁ ନେଇ ସାଂଘାତିକ ଅଭିଯୋଗ ଆସିଛି । ଗୁରୁବାର ଉଭୟ ପତି ଓ ପତ୍ନୀ ଥାନାରେ ହାଜର ହେବା ପରେ ଅଭିଯୋଗ ଆଣିଥିଲେ ଶ୍ରେୟାଙ୍କ ଓକିଲ ଅନୀଲ ରାୟ । ଅଭିଯୋଗକୁ ଖଣ୍ଡନ କରିଥିଲେ ହ୍ୟୁମାନଙ୍କ ମା’ । ଆଜି ଏହି ପ୍ରସଙ୍ଗରେ ଶ୍ରେୟା ପ୍ରେସ ମିଟରେ ପ୍ରତିକ୍ରିୟା ରଖିଛନ୍ତି । ସିଙ୍ଗିଙ୍ଗ ଷ୍ଟାର ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଥାନାରେ ପହଞ୍ଚିବା ପରେ ପଦାରେ ପଡ଼ିଥିଲା । ଘରୋଇ କଳି ପାଇଁ ଉଭୟ ପୁଅ ଓ ବୋହୂଙ୍କୁ ଦାୟୀ କରିଥିଲେ ହ୍ୟୁମାନ ସାଗରଙ୍କ ମା’ । ଏଥିସହ ବୋହୂ ଶ୍ରେୟା ନାଁରେ କିଛି ଅଭିଯୋଗ ଆଣିଥିଲେ । ଯାହାର ଜବାବ ଦେଇଛନ୍ତି ଶ୍ରେୟା ।

Leave A Reply

Your email address will not be published.