ଦେଖନ୍ତୁ ଏହି ଭୟଙ୍କର ଭିଡିଓ ! ମଣିଷ ଖାଉଥିବା ଘାଟି 7 ବର୍ଷରେ ଗଲାଣି 52 ଜୀବନ…ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ …ନିଶ୍ଚିତ ଜାଣନ୍ତୁ
ମୟୂରଭଞ୍ଜ ଦେଇ ଗତି କରିଥିବା ୪୯ ନମ୍ବର ଜାତୀୟ ରାଜପଥ ର ବାଙ୍ଗିରିପୋଷି ଘାଟିରେ ଗଲେ ମଝିରେ ମଝିରେ ଦେଖିବାକୁ ପାଇବେ ଭୟଙ୍କର ଦୁର୍ଘଟଣା ର ଦୃଶ୍ୟ। କେଉଁଠି ଘାଟିରୁ ୧୦୦ ଫୁଟ ତଳକୁ ଖସି ପଡ଼ିଛି ମାଲବାହୀ ଟ୍ରକ୍ ତ ପୁଣି କେଉଁଠି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଛି ଟ୍ରକ୍। ବାଙ୍ଗିରିପୋଷି ଘାଟିରେ ଗଲାବେଳେ ଦେଖିବେ କେଉଁଠି ଭଙ୍ଗା ଟ୍ରକ୍ ତ ଆଉ କେଉଁଠି ଭଙ୍ଗା ଜିପ୍ ବା ବୋଲେରୋ। ଏମିତି କାର୍ ଦୁର୍ଘଟଣା ଛୋଟ ବଡ଼ ଦୁର୍ଘଟଣା ବାଙ୍ଗିରିପୋଷି ଘାଟିରେ ଏବେ ନିତି ଦିନିଆ ହୋଇ ଗଲାଣି। ସେଥିପାଇଁ ରାସ୍ତାର ପ୍ରତି କୋଣରେ ଏମିତି ସାଇନ୍ ବୋର୍ଡ଼ ସବୁ ଲାଗିଛି। ଯେଉଁଥିରେ ଲେଖା ହୋଇଛି ସାବଧାନ ଏହା ଦୁର୍ଘଟଣା ପ୍ରବଣ ଅଞ୍ଚଳ।
୪୯ ନମ୍ବର ଜାତୀୟ ରାଜପଥ ହେଉଛି ମୟୂରଭଞ୍ଜ ଜିଲ୍ଲାର ଲାଇଫ୍ ଲାଇନ୍। ମୁମ୍ବାଇ ଓ କୋଲକାତା କୁ ଯୋଡ଼ି ରହିଥିବା ଏହି ଜାତୀୟ ରାଜପଥର ଆଠ କିମି ଶିମିଳିପାଳ ଅଭୟାରଣ୍ୟ ର କିଛି ଅଂଶ ଭିତରେ ଯାଉଛି। ଏହାର ଉପରକୁ ପଡ଼େ ବାଙ୍ଗିରିପୋଷି ଘାଟି। ଘାଟିରେ ଏବଂ ତଳ ମୁଣ୍ଡରେ ରାସ୍ତା ପ୍ରଶସ୍ତିକରଣ ହୋଇ ସାରିଛି। କେବଳ ଅଙ୍କା ବଙ୍କା ପାହାଡ଼ି ରାସ୍ତା ପ୍ରଶସ୍ତିକରଣ ପାଇଁ ଅନେକ ଆନ୍ଦୋଳନ ହୋଇଛି।
ମିଳିଥିବା ତଥ୍ୟ ଅନୁସାରେ ଗତ ସାତ ବର୍ଷ ହେଲା ଏହି ଘାଟି ରାସ୍ତାରେ ହଜାରରୁ ଅଧିକ ଦୁର୍ଘଟଣା ହୋଇଛି ଯେଉଁଥିରେ ମୃତ୍ୟୁ ବରଣ କଲେଣି ୫୨ ଲୋକ। ୧୨୮ ଟି ଗାଡ଼ି ନଷ୍ଟ ହୋଇଛି। ଅନେକ ଛୋଟ ମାମଲା ସାମ୍ନାକୁ ଆସି ନାହିଁ। ଧୀରେ ଧୀରେ ବିପଜ୍ଜନକ ପରିସ୍ଥିତି ରେ ପଡ଼ିଥିବା ଏହି ଘାଟି କୁ କହିଲେଣି ମଣିଷ ଖାଉଥିବା ରାସ୍ତା।
ଯାତ୍ରୀଙ୍କ କହିବା ଅନୁସାରେ ଏହି ରାସ୍ତା ଟି ବହୁତ ବିପଜ୍ଜନକ। ଯଦି ରାସ୍ତାରେ ଗୋଟିଏ ଗାଡ଼ି ଠିଆ ହୋଇଥିବ ତାହେଲେ ସେହି ଗାଡ଼ି ଆଗରୁ କି ପଛରୁ ଆସୁଥିବା ଗାଡ଼ି ଅତିକ୍ରମ କରିବା ପାଇଁ ରାସ୍ତା ନଥାଏ। ଆଉ ବର୍ଷା ଦିନ ରେ ରାସ୍ତା ବହୁତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି। ଏହି ସବୁ ଦୁର୍ଘଟଣା ଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକ ଆନ୍ଦୋଳନ କରିଛନ୍ତି ରାସ୍ତାକୁ ଆହୁରି ପ୍ରଶସ୍ତିକରଣ କରିବା ପାଇଁ। ଆଉ ଅଗଷ୍ଟ ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ସେଠାକାର ଲୋକେ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।