ଆମେ ପ୍ରତିଦିନ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ମାନ ସବୁ ଦେଖିବା ପାଇଁ ପାଇଥାଉ କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ସାମ୍ନା କୁ ଆସେ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇଥାଏ | ତେବେ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଠି ବିରୋଧ ପାର୍ଟି ଦଳ ର ଏକ ଯୁବକ ଅନ୍ୟ ଜଣେ ଯୁବକ ଙ୍କ ଉପରେ ଆକ୍ରମଣ କରିଛି ଆଉ ପିଟି ତା ଗୋଡ଼କୁ ଅକର୍ମଣ୍ୟ କରି ଦେଇଛି |
ତେବେ ବ୍ୟକ୍ତି ଜଣଙ୍କ କହିଛନ୍ତି କି ପୂର୍ବରୁ କିଛି ଭାରତୀୟ ଜନତା ଦଳର କାର୍ଯ୍ୟକର୍ତ୍ତା 5କି 6 ମାସ ତଳେ ବିଳମ୍ବିତ ରାତିରେ ମୋ ଉପରେ ଆକ୍ରମଣ କରି ଥିଲେ ସେତେବେଳେ ପୋଲିସ କିଛି ବୁଝି ନଥିଲା | ବ୍ୟକ୍ତି ଜଣଙ୍କ କହିବା ଅନୁଯାଇ ଯେହେତୁ ସେ ବିଜୁ ଜନତା ଦଳ ସହିତ ଜଡ଼ିତ ହୋଇ ରହିଛନ୍ତି ଆଉ ତାଙ୍କ ଗାଁ ରେ ଓ ପଞ୍ଚାୟତ ରେ ବିକାଶ ଆଗକୁ ଯାଉଛି ଏସବୁ ଦେଖି ବିରୋଧୀ ପାର୍ଟି ମାନେ ବ୍ୟକ୍ତି ଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଛନ୍ତି |
ତେବେ ବ୍ୟକ୍ତି ଜଣଙ୍କ ସକାଳ 10 ଟା ବେଳେ ପାରିବା ନେଇ ଘରକୁ ଯାଉ ଥିଲେ ସେହି ସମୟରେ ରାଜେଶ ମହାରଣା ନାମକ ଜଣେ ଯୁବକ ତାଙ୍କୁ ଅଟକାଇ ଥିଲେ ଆଉ ତାଙ୍କ ଉପରେ ଅଚାନକ ଆକ୍ରମଣ କରି ଥିଲେ | ଏହାପରେ ଯୁବକ ଜଣଙ୍କ ବାଇକ ସହିତ ତଳେ ପଡ଼ି ଯାଇଥିଲେ ଫଳରେ ଅନ୍ୟ ଯୁବକ ଜଣଙ୍କ ତାଙ୍କ ଗୋଡ଼ କୁ ଏକ ମୋଟା କାଠ ରେ ପିଟି ଚାଲି ଥିଲା |
ପିଟିବା ସମୟରେ ସେ ବାରମ୍ବାର କହୁଥାଏ କି ତୋର ଗୋଟେ ଗୋଡ଼ ଆଜି ଆକର୍ମଣ୍ୟ ହେବ ଏହାପରେ ଯୁବକ ଜଣଙ୍କ ଚିତ୍କାର କରି ଥିଲେ ଫଳରେ କିଛି ମହିଳା ତାଙ୍କ ପାଖକୁ ଦୌଡ଼ି ଆସି ଥିଲେ ଆଉ ମାରୁ ଥିବା ଯୁବକ ଜଣଙ୍କ ସେଠାରେ ଚାଲି ଯାଇଥିଲେ |
ଯୁବକ ଜଣଙ୍କ କହିଛନ୍ତି କି ପୂର୍ବରୁ ଯେଉଁ ଆକ୍ରମଣ ହୋଇଥିଲା ଇଏ ମଧ୍ୟ ସେଥିରେ ଥିଲା ଆଉ ମୁଁ ତା ନାଁ ରେ ଏଫାୟାର ଦେଇ ଥିଲି ବୋଲି ସେ ପୁରୁଣା ରାଗକୁ ସୁଯାଇଛି | ଆଉ ଭାରତୀୟ ଜନତା ପାର୍ଟି ର ନିଶ୍ଚିତ ଭାବରେ ଏଥିରେ ହାତ ଥିବ କାରଣ ଜଣେ ଏତେ ସାହସ କେବେ କରିବ ନାହିଁ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି |
ବ୍ୟକ୍ତି ଜଣଙ୍କ କହିବା ଅନୁଯାଇ ତାଙ୍କୁ ସୋସିଆଲ ମିଡ଼ିଆ ରେ ମଧ୍ୟ ଆକ୍ରମଣ କରିବାକୁ ଧମକ ଦିଆ ଯାଇଥିଲା ଆଉ ଯିଏ ଆକ୍ରମଣ କରିଛି ସେ ହିଁ ତାଙ୍କ ଗୋଟେ ଗୋଡ଼ କାଟି ଦେବାର ଧମକ ଦେଇ ଥିଲେ ବୋଲି କହିଛନ୍ତି | ତେବେ ବ୍ୟକ୍ତି ଜଣଙ୍କ କହିଛନ୍ତି କି ମତେ ଲାଗୁଛି ମୋ ଗୋଡ଼ ଅକର୍ମଣ୍ୟ ହୋଇଯିବ ମୁଁ ଜାଣି ପାରୁନି କି ମୋର ଗୋଡ଼ ଅଛି କି ନାହିଁ | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।