ଆଜିକାଲି ର ସମାଜ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି କାରଣ ଏହା ଦ୍ୱାରା ଆମେ ଅନେକ ଭାଇରାଲ ଭିଡ଼ିଓ ଦେଖି ଥାଉ ଆଉ ଅନେକ କିଛି ଶିଖିବାକୁ ମଧ୍ୟ ପାଇ ଥାଉ | ବେଳେ ବେଳେ ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ମିଳେ ଯାହାକି ଖୁବ ଆଶ୍ଚର୍ଯ୍ୟ ଜନକ କରାଇ ଦେଇ ଥାଏ | ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ତାଙ୍କର ବୁଦ୍ଧି ଖଟାଇ ଅନେକ ଟେକନୋଲୋଜି ଜିନିଷ ପ୍ରସ୍ତୁତ କରିଥାନ୍ତି | ଯାହାକି ସୋସିଆଲ ମିଡ଼ିଆ ରେ ଏହା ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇ ଥାଏ |
କେବଳ ପୁଅ ମାନେ ଚମତ୍କାର ଜିନିଷ ପ୍ରସ୍ତୁତ କରିଥାନ୍ତି ତାହା ନୁହେଁ ବରଂ ଆଜିକା ସମାଜ ରେ ସ୍ମାର୍ଟ ଝିଅ ଅଛନ୍ତି ଯେଉଁ ମାନେ ନିଜ ବୁଦ୍ଧି ବଳରେ ଖୁବ ଚମତ୍କାର କାମ କରିଥାନ୍ତି ଯାହାକି ଦେଖି ସମସ୍ତେ ପ୍ରଶଂସା କରିଥାନ୍ତି | ତେବେ ଆଜି ସେଭଳି ଏକ ଦୃଶ୍ୟ ସମ୍ପର୍କ ରେ କହିବୁ ଯେଉଁଠି ଏକ ଯୁବତୀ କିଛି ଇଟା ରେ ହିଁ ଚମତ୍କାର ଜିନିଷ ପ୍ରସ୍ତୁତ କରି ଦେଖାଇଛନ୍ତି | ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି |
ତେବେ ଏହି ଯୁବତୀ ଜଣଙ୍କ ନିଜ ବୁଦ୍ଧି ଖଟାଇ ଆଉ ବହୁତ କମ ସମୟରେ କେବଳ ଇଟା ସାହାଯ୍ୟ ରେ ଏକ ଚୁଲା ପ୍ରସ୍ତୁତ କରି ଦେଖାଇଛନ୍ତି | ଆପଣ ତ ଜାଣିଛନ୍ତି ଚୁଲା ରେ ରୋଷେଇ କଲେ ବହୁତ କମ ସମୟରେ ଖାଦ୍ୟ ହେବା ସହିତ ଖାଦ୍ୟ ସୁଆଦିଆ ମଧ୍ୟ ହୋଇ ଥାଏ | ଆଗ କାଳରେ ସମସ୍ତେ ପ୍ରାୟ ଚୁଲା ହିଁ ବ୍ୟବହାର କରୁ ଥିଲେ କିନ୍ତୁ ଆଜିକା ଯୁଗରେ ପ୍ରାୟ ସମସ୍ତଙ୍କ ଘରେ ଗ୍ୟାସ ସିଲିଣ୍ଡର ରହିଛି | ତେବେ ଏହି ଯୁବତୀ ଜଣଙ୍କ ବିନା ଖର୍ଚ୍ଚ ରେ କେବଳ ଇଟା ମାଧ୍ୟମ ରେ ବହୁତ କମ ସମୟରେ ଏକ ସୁନ୍ଦର ଚୁଲା ପ୍ରସ୍ତୁତ କରି ଦେଖାଇଛନ୍ତି |
ପ୍ରଥମେ ଚାରିକୋଣ ବିଶିଷ୍ଟ ଦୁଇଟି ଦେଖାଏ ଇଟା କୁ ଆପଣ ମାନେ ନେଇ ତାହା କୁ ଥାକ କରିକି ରଖିବେ, ଯେପରି ତାହା ବର୍ଗକ୍ଷେତ୍ର ଭଳି ହେବ ଆଉ ମଝି ଅଂଶ କୁ ଫାଙ୍କା ରଖିବ | ଆଉ ଦୁଇ ଟି ଲେଖା ଏ ଇଟା ଥାକ କରି ଚାରି କୋଣ ରେ ଯୋଡିକି ରଖିବେ ଶେଷରେ ଏହା ନ ଭାଙ୍ଗିବା ପାଇଁ ଏଥିରେ ଚକଟା କାଦୁଅ ଆଣି ଲଗାଇବେ ଯାହାକି ସିମେଣ୍ଟ ଭଳି କାମ କରିବ |
ଏହାପରେ ବସିଥିବା ଇଟା ଉପରେ ପୁଣି ଆଉ ଦୁଇଟି ଲେଖା ଏ ଇଟା ରଖିବେ ଆଉ ଜାଳ କୁ ପୁରାଇବା ପାଇଁ ଗୋଟିଏ ସାଇଡ କୁ ଫାଙ୍କା ରଖିବା ପାଇଁ ପଡିବ | ତାହା ପରେ ଚକଟା ମାଟି କୁ ଭଲ ଭାବରେ ପ୍ଳାଷ୍ଟର କରିବା ଭଳି ଇଟା ଉପରେ ଲଗାଇ ଦେବେ ଆଉ ଇଟା ଆଉ କାଦୁଅ ରେ ଚୁଲ୍ଲୀ କୁ ପ୍ରସ୍ତୁତ କରି ପାରିବେ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଅନେକ ଯୁବତୀ ଜଣଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି |