shocking ଭିଡ଼ିଓ – ହଠାତ୍ ବସ ସାମ୍ନାକୁ ଆସି ହାତୀ କଲା ଏମିତି ଦେଖିଲେ ଛାତି ଥରିଉଠିବ…ଦେଖନ୍ତୁ viral ଭିଡ଼ିଓ ଟିକୁ….

ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ।ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା ଆମ ମନକୁ ବେଶ ଖୁସି ଦେଇଥାଏ ଆଉ ବାରମ୍ବାର ସେହି ଭିଡ଼ିଓ ଦେଖିବାକୁ ଇଚ୍ଛା ବଢିଥାଏ । କୁହାଯାଉଛି କି ଯେତେବେଳେ ବିଭିନ୍ନ ପଶୁ ପକ୍ଷୀ ମାନଙ୍କ ର କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଆଉ ସେହି ଭଳି ପରିବେଶ କୁ ସମସ୍ତଙ୍କୁ ଭଲ ଲାଗିଥାଏ ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ହଠାତ୍ ଯାତ୍ରୀବାହୀ ବସ୍ ଆଗକୁ ଚାଲି ଆସିଲା ବଣୁଆ ହାତୀ । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ତେବେ ତାମିଲନାଡୁର ଏରୋଡ ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଭାବେ ଚାଷୀ କ୍ଷେତକୁ ନଷ୍ଟ କରିବା ସହ ସାଧାରଣ ରାସ୍ତାରେ ଯାତାୟତ କରୁଛନ୍ତି ହାତୀ । ଏରୋଡ ଜିଲ୍ଲାର କେଥାସାଲ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।ଯାତ୍ରୀବାହି ବସ ଆଗକୁ ଚାଲି ଆସିଲା ବଣୁଆ ହାତୀ । ହଠାତ ବସ ଆଗକୁ ହାତୀ ଚାଲିଆସିବା ଦେଖି ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ ।କର୍ଣ୍ଣାଟକର କୋଲକାଲରୁ ଏକ ଯାତ୍ରୀବାହି ବସ ସଥ୍ୟମଙ୍ଗଲମ ରାସ୍ତା ଦେଇ ତାମିଲନାଡୁର ସାଥିଆଙ୍ଗଲାମ ଯାଉଥିଲା । ଏହି ସମୟରେ କେଥେସାଲ ନିକଟରେ ଏକ ବଣୁଆ ହାତୀ ହଠାତ ବସ ଆଗକୁ ଚାଲି ଆସିଥିଲା ।

ହାତୀକୁ ଦେଖି ବସଟି ଅଟକି ଯାଇଥିଲା । କିନ୍ତୁ ହାତୀଟି ବସ ଆଗକୁ କ୍ରମାଗତ ଭାବେ ମାଡ଼ି ଆସୁଥିଲା । ଏହା ଦେଖି ବସରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ଏହାପରେ ହାତୀଟି ବସକୁ ଧକ୍କା ଦେଇଥିଲା । ଫଳରେ ଯାତ୍ରୀ ଆତଙ୍କିତ ହୋଇ ଚିତ୍କାର କରିବାକୁ ଲାଗିଲେ । ହାତୀ ଆକ୍ରମଣରେ ବସର କାଚ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେବେ ବସରେ ଥିବା 30ରୁ ଊର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ ଅଛନ୍ତି । କିଛି ସମୟ ପରେ ହାତୀଟିକୁ ଘଉଡ଼ାଇବା ପରେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ଜଣାପଡ଼ିଛି ।ଲୋକମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ ଗୁରୁବାର ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣେ ଆହତ ହୋଇଛନ୍ତି ।

ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଗଲାଣି । ବନବିଭାଗ ଲଗାତର ଭାବେ ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଏବଂ ଏକ ସାହସିକତା ୪୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛି । ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ୮ କିଲୋମିଟର ପଛୁଆ ଗାଡି ଚଲାଇଥିଲେ ବସ ଡ୍ରାଇଭର । ଘଟଣାଟି ଘଟିଛି ତାମିଲନାଡୁର ତ୍ରିସୁର ଜିଲ୍ଲାରେ ।

Leave A Reply

Your email address will not be published.