ଦେଖନ୍ତୁ EXCLUSIVE :ଭିଡିଓ ମା ,ବାପା ପରେ ଭାଇର ମୁଖାଗ୍ନି ଦେଉଛନ୍ତି ଅମ୍ଲାନ, ଦେଖିଲେ କୋହ ସହୁନି ଅମାନିଆ ଲୁହଗୁଡା ଗଡିଯାଉଛି

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି।

ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ।


ତେବେ ଆପଣମାନେ ସମସ୍ତେ ଭଲ ଭାବରେ ଜାଣିଥିବେ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ମିହିର ଦାସ ଯିଏକି ଗତ ବର୍ଷ ଜାନୁଆରୀ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ତାଙ୍କର ଦୁଇ ପୁଅ ଅମ୍ଳାନ ଦାସ ଓ ଅକ୍ଲାନ୍ତ ଦାସ।ତେବେ ଅମ୍ଳାନ ମଧ୍ୟ ଓଲିଉଡ୍ ଜଗତର ଜଣେ ଜଣାଶୁଣା ପରିଚିତ ଅଭିନେତା। କିନ୍ତୁ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଦୁଃଖ ଖବର ହେଉଛି ଅଭିନେତା ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଙ୍କର ଦେହାନ୍ତ ହୋଇଛି।

ଲିଭର ଜନିତ ସମସ୍ୟା ନେଇ ଭୁବନେଶ୍ବର ଏମ୍ସ ହସପିଟାଲ ରେ ଚିକିତ୍ସିତ ହେଉଥିଲେ ଅକ୍ଲାନ୍ତ। ଆଉ ଚିକିତ୍ସିତ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। କଟକ ସତୀଚଉରା ରେ ତାଙ୍କର ଅନ୍ତିମ ସତ୍କାର ସମ୍ପନ୍ନ ହୋଇଛି। ତେବେ ତାଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଭାଇ ଅମ୍ଳାନ ଦାସ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ।

 

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଗତବର୍ଷ ଅର୍ଥାତ୍ ୨୦୨୨ ଜାନୁଆରୀ ୧୧ ତାରିଖରେ ମିହିର ଦାସ ଙ୍କର ଦେହାନ୍ତ ହୋଇଥିଲା। ଆଉ ୨୦୨୩ ମସିହା ଜାନୁଆରୀ ୨୪ ତାରିଖରେ ଅକ୍ଲାନ୍ତ ଦାସ ଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ସମସ୍ତେ ମର୍ମାହତ ହୋଇ ପଡ଼ିଛନ୍ତି। ଏତେ କମ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେଳକୁ ୨୬ ବର୍ଷ ବୟସ ହୋଇଥିଲା। ତେବେ ପ୍ରଥମେ ବାପା ତାପରେ ସାନ ଭାଇର ମୃତ୍ୟୁ କୁ ନେଇ ପୁରା ଭାଙ୍ଗି ପଡ଼ିଛନ୍ତି ଅମ୍ଳାନ ଦାସ।

Leave A Reply

Your email address will not be published.