ମା ଚାଲି ଚାଲିଗଲା ପରେ ତୁ ଆସି ମୋ ପାଖରେ ଥିଲୁ ,ଶେଷରେ ଆଜି ତୁ ମତେ ଛାଡି ଚାଲିଗଲୁ ଧନ

ରିକିରେ ମୋତେ ଛାଡି ଚାଲି ଗଲୁ ଏମିତି କହି ଘରେ ଗୁମୁରି କାନ୍ଦୁ ଛନ୍ତି ଆଇ ଏତେ କମ ବୟସରେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଗଲୁ । ପ୍ରଥମେ ମାଆ ଚାଲି ଗଲା ତା ପରେ ବାପା ଚାଲି ଗଲା ଆଉ ଏବେ ତୁ ଚାଲି ଗଲୁ । ତୋ କଥା ଆଜି ବି ମନେ ପଡୁଛି । କହିଥିଲୁ ମେଡିକାଲରୁ ଭଲ ହୋଇ ଆସିବା ପରେ ମୁଁ ଆଇ ପାଖରେ ରହିବି । ହେଲେ କୁଆଡେ ଗଲା ତୋର ସେହି ପ୍ରତିଶ୍ରୁତି ।

ଭାବି ଥିଲି ତୁ ବାହା ହେବୁ ତୋ ବୋହୂ ଆସିବ କେତେ କଣ ମୁଁ ତୋ ପାଇଁ ଭାବି ଥିଲି । ହେଲେ ସବୁ ସ୍ଵପ୍ନ ସ୍ଵପ୍ନ ହେଇ ରହିଗଲା । ଆଉ ତୋ ଆଇ ଡାକ ସବୁ ଦିନ ପାଇଁ ବନ୍ଦ ହେଇ ଗଲା । ତୋର ବାପା କହି ଥିଲେ ମୋ ପୁଅ ତୁମକୁ ଲାଗିଲା ହେଲେ ତୁ ବି ଆମ ମାନଙ୍କୁ ପର କରି ଆରପାରିକୁ ଚାଲି ଗଲୁ ।

ଯେତେବେଳେ ଅଜା ବଞ୍ଚି ଥିଲେ ତତେ ବହୁତ ଭଲ ପାଉ ଥିଲେ। ତୁମେ ଦୁଇ ଭାଇ ତାଙ୍କର ଦୁଇ ଆଖି ଥିଲ ଅଜା ସବୁବେଳେ ତୁମ ମାନଙ୍କୁ ଧରି ବୁଲୁ ଥିଲ । ହେଲେ ଅଜା ଚାଲି ଗଲା ପରେ ମୁଁ ଏକା ହେଇ ଗଲି ଭାବି ଥିଲି ତୁମେ ଦୁଇ ଭାଇ ମୋର ସାହା ହେବ । ବାପା ଚାଲି ଗଲା ପରେ ଅମ୍ଳାନ ପୁରା ଭାଙ୍ଗି ପଡି ଥିଲା ଆଉ ତୁ ବି ବାପାକୁ ଝୁରି ଝୁରି ଶୁଖି ପଡି ଥିଲୁ ମୁଁ ସବୁବେଳେ କୁହେ ରିକି ତୋ ଦେହ ଭଲ ଅଛି ତ ।

ତୁ କହୁ ହଁ ଆଇ ଦେଖୁନୁ ମୁଁ ପୁରା ଫିଟ ଅଛି ।ହେଲେ ତୋର ସେହି ମିଛ ସବୁ ଦିନ ପାଇଁ ତତେ ମୋ ଠାରୁ ଛଡେଇ ନେଇଗଲା । ଦେହ ଖରାପ ହେବା ପୂର୍ବରୁ କହିଥିଲୁ ଆଇ ମୁଁ ତୁମ ପାଖରେ ରହିବି ବହୁତ ଶୀଘ୍ର ତୁମ ମାନଙ୍କ ପାଖକୁ ଫେରି ଆସିବି । ହେଲେ ସବୁ କଥା ଆଜି ସ୍ଵପ୍ନ ପରିକା ଲାଗୁଛି । ମୁଁ ଯେମିତି ସ୍ଵପ୍ନ ଦେଖୁଛି । ଏସବୁ ହଠାତ କେମିତି ହେଇଗଲା ମୁଁ ବିଶ୍ଵାସ କରିପାରୁ ନାହିଁ ।ଏଭଳି କିଛି କଥା ଭାବି ଗୁମୁରି ଗୁମୁରି କାନ୍ଦୁ ଛନ୍ତି ଅକ୍ଲାନ୍ତଙ୍କ ଆଇ ।

ତେବେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସିତ ଅବସ୍ଥାରେ ଅମ୍ଳାନ ଙ୍କ ସାନ ଭାଇ ଅକ୍ଲାନ୍ତ ଙ୍କ ଦେହାନ୍ତ ଘଟିଛି ।ମିହିର ଦାସ ଙ୍କ ବର୍ଷିକୀ ପର ଠାରୁ ଅକ୍ଲାନ୍ତ ଲିଭର ଜନିତ ସମସ୍ୟା ରେ ପୀଡିତ ଥିଲେ ଯେଉଁଥି ପାଇଁ ସେ ଭୁବନେଶ୍ୱର ଏମସ ରେ ଚିକିତ୍ସିତ ହେଉଥିଲେ ହେଲେ ଶେଷରେ ମୃତ୍ୟୁ ଆଗରେ ହାର ମାନିଗଲେ ଅକ୍ଲାନ୍ତ ।ଆଉ ଭାଇର ଯିବା ପରେ ପୁରା ଏକୁଟିଆ ହେଇ ଯାଇଛନ୍ତି ଅମ୍ଳାନ, ଅଭିମାନ କରି ଆଖିରୁ ଲୁହ ଝରେଇବାକୁ ଭୁଲି ଯାଇଛନ୍ତି ।

 

ହେଲେ ମନରେ ଅନେକ ପ୍ରଶ୍ନ, ଭଗବାନ ଏମିତି ଖେଳ ତାଙ୍କ ସହିତ କାହିଁକି ଖେଳିଲେ ସବୁ ଦେଇ ବି ଆଜି କେହି ନାହିଁ ପାଖରେ ।ଆଜି ଏତେ ବଡ଼ ଘର ଥାଇ ବି ଘରେ ମଣିଷ ନାହାନ୍ତି ପରିବାର କହିବାକୁ ଗଲେ ପରିବାର ରେ ସେହି ମୁହଁ ନାହିଁ ।ତେବେ 12 ବର୍ଷ ବୟସ ବେଳେ ମାଆ କୁ ହରେଇ ଥିଲେ ପୁଣି ମାତ୍ର ବର୍ଷେ ଆଗରୁ ବାପା ବି ଚାଲିଗଲେ ସେତିକି ରେ ଶାନ୍ତି ହେଲାଣି ଯେ ସାନ ଭାଇକୁ ବି ନେଇଗଲେ ଭଗବାନ ।

Leave A Reply

Your email address will not be published.